ETV Bharat / bharat

ଦେଶରେ ଆରମ୍ଭ ହୋଇସାରିଛି ଗୋଷ୍ଠୀ ସଂକ୍ରମଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସମାଲୋଚନା କଲେ ନ୍ୟାସନାଲ ଟାକ୍ସ ଫୋର୍ସର ବିଶେଷଜ୍ଞ । ଲକଡାଉନକୁ ଲକଡାଉନ୍ କୁ ନିଷ୍ଠୁର ବୋଲି କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 1, 2020, 1:04 PM IST

ଦେଶରେ ଆରମ୍ଭ ହୋଇସାରିଛି ଗୋଷ୍ଠୀ ସଂକ୍ରମଣ
ଦେଶରେ ଆରମ୍ଭ ହୋଇସାରିଛି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ଗୋଷ୍ଠୀ ସଂକ୍ରମଣ । ପଞ୍ଚମ ଥର ଲକଡାଉନ ଘୋଷଣା କରିବା ସତ୍ତ୍ବେ ସଂକ୍ରମଣ ଅନିୟନ୍ତ୍ରିତ ଭାବେ ବ୍ୟାପି ଚାଲିଛି । କୋରୋନା ସଂକ୍ରମଣ ରୋକିବାକୁ ଗଠନ କରାଯାଇଥିବା ନ୍ୟାସନାଲ ଟାକ୍ସ ଫୋର୍ସର ବିଶେଷଜ୍ଞ ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

ମେ 25 ତାରିଖରେ ନ୍ୟାସନାଲ ଟାକ୍ସ ଫୋର୍ସର କେତେକ ସଦସ୍ୟ ମୋଦିଙ୍କୁ ଚିଠି ଲେଖି କହିଥିଲେ, ଦେଶର କେତେକ ଅଞ୍ଚଳରେ ଏବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । ଏହାକୁ ଏବେ ନିୟନ୍ତ୍ରଣକୁ ଆଣିବା ଏବେ ସମ୍ଭବ ନୁହେଁ । କୋଭିଡ -19 ଉପରେ ନ୍ୟାସନାଲ ଟାସ୍କ ଫୋର୍ସର ସଦସ୍ୟମାନେ ମଧ୍ୟ କୋରୋନା ସଂକ୍ରମଣ ଉପରେ ସରକାରଙ୍କ ମନୋଭାବକୁ ସମାଲୋଚନା କରିଛନ୍ତି।

ନ୍ୟାସନାଲ ଟାକ୍ସ ଫୋର୍ସ ଆହୁରି କହିଛି, ଭାରତରେ ବହୁ ପୂର୍ବରୁ ଗୋଷ୍ଠୀ ସଂକ୍ରମଣର ସମ୍ଭାବ୍ୟ ପ୍ରମାଣ ମିଳିଥିଲା । ଏପ୍ରିଲରେ, ଭାରତର ମେଡିକାଲ ରିସର୍ଚ୍ଚ ଅର୍ଗାନାଇଜେସନ୍ ଆଇସିଏମ୍ଆର ମଧ୍ୟ ଚେତାଇ ଥିଲା । କିନ୍ତୁ ସେତେବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ଅଣଦେଖା କରିଥିଲା। ଏପ୍ରିଲରେ, ଜାତୀୟ ଟାସ୍କ ଫୋର୍ସ କରୋନା ମହାମାରୀ ଉପରେ ନଜର ରଖିବା ପାଇଁ ଏକ କମିଟି ଗଠନ କରିଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପୂର୍ବତନ ପରାମର୍ଶଦାତା, AIIMS, BHU, JNU ର ପୂର୍ବତନ ତଥା ବର୍ତ୍ତମାନର ପ୍ରଫେସରଙ୍କ ସମେତ ଡକ୍ଟର ଡିସିଏସ୍ ରେଡ୍ଡୀ ମିଶି ପ୍ରଧାନମନ୍ତ୍ରୀଙ୍କ ଚିଠି ଲେଖି କୋରୋନା ଗୋଷ୍ଠୀ ସଂକ୍ରମଣ ବିଷୟରେ ଅବଗତ କରାଇଥିଲେ ।

ଲକଡାଉନକୁ ନେଇ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଯେଉଁ ସମୟରେ ସଂକ୍ରମଣ କମ ବ୍ୟାପିଥିଲା ସେହୁ ସମୟରେ ଶ୍ରମିକଙ୍କୁ ଘରକୁ ପଠାଇଦେବାର ଥିଲା । ଏବେ ଯେତେବେଳେ ଗୋଷ୍ଠୀ ଆରମ୍ଭ ହେଇଛି ସେହି ସମୟରେ ସରକାରଙ୍କ ଏପରି ନିଷ୍ପତ୍ତି ଆହୁରି ବିପଦକୁ ଠେଲି ପାରେ । ଏହା ଦ୍ବାରା ଗ୍ରାମାଞ୍ଚଳକୁ ଅଧିକ ପ୍ରଭାବିତ କରିବ । ସଂକ୍ରମଣ ଆରମ୍ଭ ପୂର୍ବରୁ ଯଦି ସରକାର ବିଶେଷଜ୍ଞଙ୍କ ମତ ନେଇଥାନ୍ତି ତେବେ ଆଜି କୋରୋନାରୁ ନିୟନ୍ତ୍ରଣ କରାଯାଇ ପାରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.