ETV Bharat / bharat

କାର୍ଯ୍ୟରେ ଯୋଗ ଦେଇ ନାହାଁନ୍ତି 362 ଡାକ୍ତର, ମେ 31 ପର୍ଯ୍ୟନ୍ତ ସ୍ବାସ୍ଥ୍ୟକର୍ମଚାରୀଙ୍କ ଛୁଟି ବାତିଲ - କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି 362 ଡାକ୍ତର

ଦେଶ ମହାମାରୀ ବିରୁଦ୍ଧରେ ଲଢୁଥିବା ବେଳେ ବିହାରରେ 36 ଜିଲ୍ଲାର 362 ଜଣ ଡାକ୍ତର କାର୍ଯ୍ୟରେ ଯୋଗ ଦେଇନଥିବା ଭଳି ଖବର ସାମନାକୁ ଆସିଛି । ଡାକ୍ତରଙ୍କ ଏଭଳି ଅବହେଳାକୁ ନେଇ ସ୍ବାସ୍ଥ୍ୟ ବିଭାଗ ମେ 31 ପର୍ଯ୍ୟନ୍ତ ସମସ୍ତ ସ୍ବାସ୍ଥ୍ୟକର୍ମଚାରୀଙ୍କର ଛୁଟି ବାତିଲ କରିଥିବା ନେଇ ଜଣାପଡିଛି ।

କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି 362 ଡାକ୍ତର, ମେ 31 ପର୍ଯ୍ୟନ୍ତ ସ୍ବାସ୍ଥ୍ୟକର୍ମଚାରୀଙ୍କ ଛୁଟି ବାତିଲ

author img

By

Published : May 6, 2020, 11:02 AM IST

ପାଟଣା: କୋଭିଡ-19 ମୁକାବିଲାରେ ଡାକ୍ତରଙ୍କ ଭୂମିକା ଗୁରୁତ୍ତ୍ବପୂର୍ଣ୍ଣ ରହିଛି । ତେବେ ଏତିକିବେଳେ ବିହାରର ସ୍ବାସ୍ଥ୍ୟ ବିଭାଗ ମେ 31 ପର୍ଯ୍ୟନ୍ତ ସମସ୍ତ ସ୍ବାସ୍ଥ୍ୟକର୍ମଚାରୀଙ୍କର ଛୁଟି ବାତିଲ କରିଥିବା ନେଇ ଜଣାପଡିଛି ।

କେବଳ ପ୍ରସୂତି ଅବକାଶ ଓ ପାଠପଢା ଜନିତ ଛୁଟି ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଛାଡି ଅନ୍ୟମନାଙ୍କ ଛୁଟି ବାତିଲ କରିଛି ସ୍ବାସ୍ଥ୍ୟବିଭାଗ । କୋରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ସ୍ବାସ୍ଥ୍ୟ ବିଭାଗ ଏପରି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛି ।

ତେବେ ସୂଚନା ରହିଛି ଯେ ଏହି ଘଡିସନ୍ଧି ମୂହୂର୍ତ୍ତରେ ପାଖାପାଖି 36 ଜିଲ୍ଲାର 362 ଜଣ ଡାକ୍ତର କାର୍ଯ୍ୟରେ ଯୋଗ ଦେଇନଥିଲେ । ଏହି ଘଟଣା ସାମନାକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ଏପରି ନିଷ୍ପତ୍ତି ନେଇଛି । ଏନେଇ କାର୍ଯ୍ୟରେ ଅବହେଳା କରିଥିବା ଡାକ୍ତରଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ମ୍ୟାନେଜମେଣ୍ଟ ଆକ୍ଟ 2005 ଓ ମହାମାରୀ ରୋଗ ଆକ୍ଟ 1897 ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାପଡିଛି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.