ନ୍ୟୁୟର୍କ: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଜାତିସଂଘର ମୁଖ୍ୟାଳୟରେ ହୋଇଥିବା ଏହି ବୈଠକରେ ମୋଦି ଓ ଟ୍ରମ୍ପଙ୍କ ମଝିରେ ଥିବା ଟେବୁଲ ଉପରେ ଏକ କୋକ ବୋତଲ ଥିବାର ଦେଖିବାକୁ ମିଳିଛି । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।
କୋକର ବୋତଲକୁ ନେଇ ପିଏମଓ ପକ୍ଷରୁ କୁହାଯାଇଛି ଯେ ଏହି ବୈଠକ ଆମେରିକା ପକ୍ଷରୁ ଆୟୋଜତି ହୋଇଥିଲା । ତେଣୁ ବ୍ୟବସ୍ଥା ତାଙ୍କ ପକ୍ଷରୁ ହିଁ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିୟମିତ ଭାବେ କୋକ ପିଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆମେରିକା ପକ୍ଷରୁ ଟେବୁଲ ଉପରେ କୋକ ରଖିଯାଇଥିବା ପିଏମଓ ସ୍ପଷ୍ଟ କରିଛି।