ETV Bharat / bharat

ଏୟାର ଇଣ୍ଡିଆ ବିମାନ ଖାଦ୍ୟରେ ଅସରପା - ଅସରପା

ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଦିଆଯାଉଥିବା ବ୍ରେକଫାଷ୍ଟରେ ଅସରପା ପଡିଥିବା ଦେଖିବାକୁ ମିଳିଛି ।

author img

By

Published : Feb 3, 2019, 12:36 PM IST

ଭୋପାଳ: ଟ୍ରେନ ଓ ଅନଲାଇନ ଖାଦ୍ୟ ପରେ ବର୍ତ୍ତମାନ ବିମାନରେ ଯାତ୍ରୀଙ୍କୁ ପରସା ଯାଉଥିବା ଖାଦ୍ୟରେ ଅସରପା ବାହାରିଛି । ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଦିଆଯାଉଥିବା ବ୍ରେକଫାଷ୍ଟରେ ଅସରପା ପଡିଥିବା ଦେଖିବାକୁ ମିଳିଛି । ଘଟଣା ପ୍ରଘଟ ହେବା ପରେ ବିମାନ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି ।

ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ କହିବା ଅନୁଯାୟୀ, ଶନିବାର ଏୟାର ଇଣ୍ଡିଆର AI-634 ଫ୍ଲାଇଟ ଭୋପାଳ ଠାରୁ ମୁମ୍ବାଇ ଯାତ୍ରା କରୁଥିଲା । ଯାତ୍ରା ସମୟରେ ଯାତ୍ରୀଙ୍କୁ ବ୍ରେକଫାଷ୍ଟ ପରସା ଯାଇଥିଲା । ସେଥିରୁ ଏକ ଅସରପା ମିଳିଥିଲା । ଏନେଇ ଯାତ୍ରୀ ଜଣକ ଅଭିଯୋଗ ମଧ୍ୟ କରିଥିଲେ । ଅଭିଯୋଗ ପରେ ମଧ୍ୟ ସେହି ପ୍ୟାକେଟ୍ ଖାଦ୍ୟ ଯାତ୍ରୀଙ୍କୁ ପରସା ଯାଇଥିଲା ।

ଏହାକୁ ନେଇ ଯାତ୍ରୀମାନେ ତୀବ୍ର ବିରୋଧ କରିବା ସହ ମାମଲା ରୁଜୁ କରିଥିଲେ । ଏହାସହ ଏହି ଘଟଣାର ତଦନ୍ତ ପାଇଁ ସୋସିଆଲ ମିଡିଆରେ ଫଟୋ ସେୟାର ମଧ୍ୟ କରିଛନ୍ତି ।

Intro:Body:

ଏୟାର ଇଣ୍ଡିଆ ବିମାନ ଖାଦ୍ୟରେ ଅସରପା  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.