ହାଇଦ୍ରାବାଦ: କୋଇଲା ଖନନ କ୍ଷେତ୍ରରେ ଭାରତ ସରକାରଙ୍କ ଉଦ୍ୟୋଗ ‘କୋଲ ଇଣ୍ଡିଆ’ର ଏକଛତ୍ରବାଦକୁ ପ୍ରଶମିତ କରିବାକୁ ଯାଇ କେନ୍ଦ୍ର ସରକାର ଘରୋଇ କ୍ଷେତ୍ରଗୁଡ଼ିକର ସହଯୋଗ ତଥା ପୁଞ୍ଜି ନିବେଶ ଆହ୍ବାନ କରିଛନ୍ତି । ଏହାଦ୍ଵାରା ଘରୋଇ କମ୍ପାନୀମାନେ ଏଣିକି ବ୍ୟବସାୟିକ ଭିତ୍ତିରେ କୋଇଲା ଖନନ କରିପାରିବେ। ଏଥିନେଇ ଖଣି ଓ ଖଣିଜ ବିକାଶ ( ବିକାଶ ଓ ନିୟନ୍ତ୍ରଣ) ଆଇନରେ ଆବଶ୍ୟକ ସଂଶୋଧନ ଆଣିବାରେ କେନ୍ଦ୍ର କ୍ୟାବିନେଟ୍ ସହମତି ପ୍ରକାଶ କରିଛନ୍ତି। ପୁଣି ଆଇନର ସଂଶୋଧିତ ଅଂଶକୁ ଯଥାଶୀଘ୍ର କାର୍ଯ୍ୟରେ ଲଗାଇବା ଉଦ୍ଦେଶ୍ୟରେ ସରକାର ଏକ ଜରୁରୀ ଅଧ୍ୟାଦେଶ ବି ଜାରି କରିଛନ୍ତି । ଫେବୃୟାରୀ ୨୦୧୮ରେ ଜାରି ହୋଇଥିବା ଏହି ଅଧ୍ୟାଦେଶ ଦ୍ଵାରା ଆଶା କରାଯାଇଛି ଯେ କୋଇଲା କ୍ଷେତ୍ରର ଆବଶ୍ୟକ ବିକାଶ ହୋଇପାରିବ। କିନ୍ତୁ ବାସ୍ତବରେ ଖଣି ପରିଚାଳନାରେ ପ୍ରତିଦ୍ଵନ୍ଦ୍ଵିତା ସୃଷ୍ଟି ଦିଗରେ ଥିବା ପ୍ରତିବନ୍ଧକ ତଥା ସମସ୍ୟାର ସମାଧାନ ହୋଇପାରି ନାହିଁ । ଯଦି ସରକାର ଚାହୁଁଛନ୍ତି ଏ କ୍ଷେତ୍ରରେ ପ୍ରତିଦ୍ଵନ୍ଦ୍ଵିତା ବଢ଼ୁ ଏବଂ ବିଦେଶୀ ପୁଞ୍ଜି ନିବେଶ ବଢ଼ୁ, ତେବେ ସରକାରଙ୍କୁ ଏଥିନେଇ ଆବଶ୍ୟକ ହେଉଥିବା ପ୍ରତିଦ୍ଵନ୍ଦ୍ଵତା ମୂଳକ ଖନନ ପାଇଁ ଆଗ୍ରହ ପ୍ରକାଶ ପ୍ରକ୍ରିୟା ପ୍ରତି ଧ୍ୟାନ ଦେବାକୁ ହେବ।
ଭାରତ ବର୍ଷରେ ଏଯାଏଁ ଶକ୍ତି ଓ ଇସ୍ପାତ କ୍ଷେତ୍ରର ବ୍ୟବସାୟିକ ସଂସ୍ଥା ଯାହାଙ୍କର ଭାରତରେ କୋଇଲା ଖଣି ପରିଚାଳନା କ୍ଷେତ୍ରରେ ପୂର୍ବ ଅଭିଜ୍ଞତା ରହିଛି ସେମାନେ ହିଁ ପ୍ରତିଦ୍ଵନ୍ଦ୍ଵିତା ଲାଗି ସୁଯୋଗ ପାଇପାରୁଛନ୍ତି । ଏହି ନୂଆ ଅଧ୍ୟାଦେଶରେ କିନ୍ତୁ ଏ ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇଛି। ଆଗ୍ରହ ପ୍ରକାଶ ନୋଟିସ୍ରେ ସରକାରଙ୍କ ପକ୍ଷରୁ ଏ କ୍ଷେତ୍ରକୁ ଅଧିକ ଖୋଲା କରାଯିବାକୁ ଚେଷ୍ଟା କରାଯାଇଛି। ଫଳରେ ଉଭୟ ଘରୋଇ ଓ ବିଦେଶୀ କମ୍ପାନୀ କୋଇଲା ଖଣି ଲାଗି ଆବେଦନ କରିପାରିବେ। ଅନ୍ତର୍ଜାତୀୟ କ୍ଷେତ୍ରରେ ନାଁ କରିଥିବା କମ୍ପାନୀ ଯେମିତି ପି’ବଡୀ, ଗ୍ଲେନ୍ କୋର ଏବଂ ରିଓ ଟିଣ୍ଟୋ ଭଳି ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଛନ୍ତି । ସିମେଣ୍ଟ, ଷ୍ଟିଲ୍ ଓ ବିଜୁଳି ଶିଳ୍ପ ଗୁଡ଼ିକୁ କାର୍ଯ୍ୟରତ ରଖିବା ଲାଗି ସେମାନଙ୍କ ମୁଖ୍ୟ ଆବଶ୍ୟକତା ଭାବେ କୋଇଲାର ଯୋଗାଣ ନିରନ୍ତର ରଖାଯିବା ଆବଶ୍ୟକ। ବାସ୍ତବରେ ଆମ ଦେଶରେ କୋଇଲା ଖଣି ଥିଲେ ମଧ୍ୟ ସେଗୁଡ଼ିକର ଉତ୍ପାଦନ ଠିକଣା ଭାବେ ହୋଇପାରୁ ନଥିବାରୁ ଆମ ଦେଶର ଚାହିଦା ମେଣ୍ଟାଇବା ଲାଗି ପ୍ରତିବର୍ଷ ବିଦେଶରୁ ପାଖାପାଖି ୨୩ ବିଲିୟନ ଟନ୍ କୋଇଲା ଆମଦାନୀ କରିବାକୁ ହୋଇଥାଏ । ଯଦି ଆମେ ଆମ ଦେଶର ସିମେଣ୍ଟ, ବିଜୁଳି ଓ ଇସ୍ପାତ ଶିଳ୍ପର ଆବଶ୍ୟକତାକୁ ମେଣ୍ଟାଇ ପାରିବା ତବେ ପାଖାପାଖି ୧୩ କୋଟି ଟଙ୍କା ବଞ୍ଚିପାରନ୍ତା । ଏହାଛଡ଼ା ସରକାର ଆଶା ରଖିଛନ୍ତି ଯେ, ଏହିଭଳି ପ୍ରତିଦ୍ଵନ୍ଦ୍ଵିତା ସୃଷ୍ଟି ଫଳରେ କୋଇଲା ଉତ୍ପାଦନ ବଢ଼ିପାରିବ । ଆଶା କରାଯାଉଛି ଯେ, ବିଦେଶୀ ପୁଞ୍ଜିନିବେଶ ହେବା ଦ୍ଵାରା ବୈଜ୍ଞାନିକ ଶୈଳୀରେ ଖଣି ପରିଚାଳନା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ। କିନ୍ତୁ ଏସବୁ ନହେବା ଦ୍ଵାରା ବର୍ଷ ପରେ ବର୍ଷ ଆମର ନିର୍ମାଣ ଶିଳ୍ପ କୋଇଲାର ଅଭାବ ପରିଲକ୍ଷିତ କରୁଛି।
କୋଲ୍ ଇଣ୍ଡିଆ ଯାହା ଭାରତର ଘରୋଇ ଆବଶ୍ୟକତା ମାତ୍ର ଦୁଇ ତୃତୀୟାଂଶ ପୂରଣ କରିବାକୁ ସକ୍ଷମ ସେ ବି ତାହାର ଟାର୍ଗେଟ ହାସଲରେ ବିଫଳ ହୋଇ ଚାଲିଛି । ଫଳରେ ଦେଶର ଆମାଦାନୀ ପରିମାଣ ଦିନକୁ ଦିନ ବଢ଼ୁଛି । କୋଇଲା ଖଣି ଗୁଡ଼ିକର ଜାତୀୟକରଣ ହେବା ପରେ ୧୯୭୩ ମସିହାରେ କୋଲ୍ ଇଣ୍ଡିଆ ଗଠନ ହୋଇଥିଲା । ପ୍ରଥମ ଦିନରୁ ହିଁ ଏହି ଉଦ୍ୟୋଗ ଇନ୍ଧନ ପାଇଁ ନିର୍ଭର କରୁଥିବା କମ୍ପାନୀମାନଙ୍କ ଇନ୍ଧନ ଆବଶ୍ୟକତାକୁ ପୂରଣ କରିପାରୁ ନାହିଁ । ନିକଟରେ ମୋଦି ସରକାର ଏଥିରେ କିଛି ସଂଶୋଧନ ଆଣିବାକୁ ଚେଷ୍ଟା କରିଛନ୍ତି। ଫଳ ସ୍ଵରୂପ କୋଇଲା ଉଦ୍ୟୋଗରେ ଟେକ୍ନୋଲୋଜି ଓ ପୁଞ୍ଜି ନିବେଶର ଆଶା ଫିଟିଛି । ଏକ ନବରତ୍ନ କମ୍ପାନୀ ଭାବେ ପରିଚିତ କୋଲ୍ ଇଣ୍ଡିଆ ଲିମିଟେଡ୍ ବର୍ଷକୁ ୬୦ କୋଟି ଟନ୍ କୋଇଲା ଖନନ କରିଥାଏ । ଯଦି ଏହି କମ୍ପାନୀ ନିଜର ଟାର୍ଗେଟ ହାସଲ କରିବାରେ ସୁଧାର ନଆଣେ ତବେ ୨୦୨୩-୨୪ ବେଳକୁ ଏହାର ପରିସ୍ଥିତି ବିଏସଏନଏଲ ସଦୃଶ ହେବ। ଅର୍ଥାତ୍ ଘରୋଇ କମ୍ପାନୀମାନଙ୍କ ସହ ପ୍ରତିଦ୍ଵନ୍ଦ୍ଵିତା ନକରିପାରି ଅଣ ନିଃଶ୍ଵାସୀ ହୋଇପଡ଼ିବ। ବିଦେଶୀ ପୁଞ୍ଜି ନିବେଶକୁ ଅଧିକ ପ୍ରଶ୍ରୟ ଦେଉଥିବା ଏହି ସରକାର କୋଇଲା କ୍ଷେତ୍ରରେ ବିକାଶ ପାଇଁ ଆଇନରେ ସଂଶୋଧନ ଆଣିଥିଲେ କୋଲ୍ ଇଣ୍ଡିଆରେ କାମ କରୁଥିବା ୩୦ ଲକ୍ଷ ଲୋକଙ୍କ ଜୀବନ ଜୀବୀକା ଉପରେ ଧ୍ୟାନ ଦେବା ଆବଶ୍ୟକ । ଏବେ କେନ୍ଦ୍ର କୋଇଲା ଓ ଖଣିଜ ବିକାଶ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପ୍ରତିଶ୍ରୁତିକୁ ଲକ୍ଷ୍ୟ କରି ଅଣ ପାରମ୍ପରିକ ଶକ୍ତିରେ କାର୍ଯ୍ୟ କରିବ ବା ନକରିବ ତାହା କୋଲ୍ ଇଣ୍ଡିଆ ଉପରେ ନିର୍ଭର କରେ । କୋଇଲା ଖନନ କ୍ଷେତ୍ରରେ ହେଉଥିବା ବିଦେଶୀ ପୁଞ୍ଜି ବିନିଯୋଗରେ ସ୍ଥିରତା ଆସିବା ଭିତରେ ଯଦି କୋଲ୍ ଇଣ୍ଡିଆ ତାହାର କାର୍ଯ୍ୟ ଦକ୍ଷତାକୁ ପ୍ରତିପାଦିତ କରି ନିଜର ଟର୍ଗେଟ ହାସଲ କରିବାରେ ସକ୍ଷମ ହୁଏ, ତବେ ତାହା ଦେଶର ବିକାଶରେ ସହାୟକ ହେବ।
କୋଇଲା ଯାହାକୁ ଆମେ କଳା ସୁନା ବୋଲି କହୁ ତାହାର ଆମ ଦେଶରେ ଉପସ୍ଥିତି ଏବଂ ଆବଶ୍ୟକତାକୁ ପୂରଣ କରିବା ଲାଗି ଆମଦାନୀ ପରିସ୍ଥିତିକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଦେଖିବାକୁ ଗଲେ ଆମ ଦେଶରେ ଗଚ୍ଛିତ ଥିବା କୋଇଲା ପରିମାଣ ବିଶ୍ଵରେ ପଞ୍ଚମ ସ୍ଥାନ ଦଖଲ କରେ । ଅନ୍ୟ ଦେଶଗୁଡ଼ିକ ଯେଉଁ ଦେଶ ଗୁଡ଼ିକରେ ଭାରତ ଠାରୁ ଅଧିକ କୋଇଲା ଆମଦାନୀ କରୁଛନ୍ତି ସେମାନେ ହେଲେ: ଆମେରିକା, ଋଷ, ଅଷ୍ଟ୍ରେଲିଆ ଏବଂ ଚୀନ। କିନ୍ତୁ ନିଜ ଦେଶରେ ଅବାଶ୍ୟକତାକୁ ମେଣ୍ଟାଇବା ଲାଗି ବିଶ୍ଵର ଦେଶମାନେ ଯେଉଁ ପରିମାଣରେ କୋଇଲା ଆମଦାନୀ କରୁଛନ୍ତି ସେହି ତାଲିକାରେ ଦୁଇ ନମ୍ବର ସ୍ଥାନରେ ରହିଛି ଭାରତ। ଜାପାନ ବିଶ୍ଵର ୧୬.୭ ପ୍ରତିଶତ କୋଇଲା ଆମଦାନୀ କରୁଥିବା ବେଳେ ଭାରତର ଆମଦାନୀ ପରିମାଣ ୧୬.୨ ପ୍ରତିଶତ।
ଏହା ସମସ୍ତଙ୍କୁ ଜଣାଥିବ ଯେ, ୟୁପିଏ ସମୟରେ କୋଇଲା ଖନନର ଆବଶ୍ୟକତାକୁ ଲକ୍ଷ୍ୟ କରି ସରକାର ଯେଉଁ କୋଇଲା ବ୍ଲକ୍ ଆବଣ୍ଟନ କରିଥିଲେ ସେଥିରେ ଅନେକ ହେରଫେର ହୋଇଥିଲା । ନିଜ ଲୋକଙ୍କୁ ଫାଇଦା ଦେବା ଲକ୍ଷ୍ୟରେ ଜାତୀୟକରଣ ଆଇନକୁ ଏହା ଉଲ୍ଲଙ୍ଘନ କରିଥିଲା। ସେହିପରି ୧୯୯୩ ମସିହାରେ କୋଇଲା ଖଣି ଆବଣ୍ଟନ ପ୍ରସଙ୍ଗରେ ହୋଇଥିବା ଦୁର୍ନୀତି ସୁପ୍ରିମ୍କୋର୍ଟରେ ଶୁଣାଣୀ ପାଇଁ ଦୀର୍ଘ ସମୟ ନେଇଥିଲା । ଏହି ପ୍ରସଙ୍ଗରେ ୨୧୪ ଖଣି ଆବଣ୍ଟନକୁ ଦୋଷ ଯୁକ୍ତ ବୋଲି ବର୍ଣ୍ଣନା କରି କୋର୍ଟ ସେଗୁଡ଼ିକୁ ଅସିଦ୍ଧ ଘୋଷଣା କରିଥିଲେ । ଏହିସବୁ ପୂର୍ବ ଇତିହାସକୁ ନଜରରେ ରଖି ମୋଦି ସରକାର କୋଇଲା ବ୍ଲକ୍ ଆବଣ୍ଟନରେ ଯେମିତି କୌଣସି ଦୁର୍ନୀତି ନହେବ ସେଥିଲାଗି ନିତିଗତ ନିଷ୍ପତ୍ତି ନେଇଛନ୍ତି । ଏଥିଲାଗି ଏକ ୧୦ ପଏଣ୍ଟ ଦୀର୍ଘ ସ୍ଵଚ୍ଛ ଆଜେଣ୍ଡା ଘୋଷଣା କରାଯାଇଛି। ଏହାକୁ ଏକ ଅପେକ୍ଷାକୃତ ଭଲ ମଡେଲ ଭାବେ ଗ୍ରହଣ କରାଯାଉଛି। ବାତିଲ୍ ହୋଇଥିବା କୋଇଲା ଖଣିରୁ ମାତ୍ର ୨୯ ଟିକୁ ଏଯାଏଁ ଆବଣ୍ଟନ କରାଯାଇପାରିଛି । ଏଣୁ ଏଭଳି ଏକ ପରିସ୍ଥିତି ସରକାରୀ କଳର ଉଦାସୀନତା ତଥା ମନ୍ଥରଗତିକୁ ଅଧିକ ଜୋରଦାର କରିବାକୁ ହେବ। ସେମାନେ ଯେମିତି ସ୍ଵଚ୍ଛତା ନୀତିକୁ ଆଖିରେ ରଖି ଯଥାଶୀଘ୍ର ଖଣି ଆବଣ୍ଟନ ପ୍ରକ୍ରିୟା ଶେଷ କରିବେ ସେଥିଲାଗି ଧ୍ୟାନ ଦେବାକୁ ହେବ। ଯେତେବେଳେ ଏକ ବ୍ୟବସାୟିକ ବାତାବରଣ ବିକାଶ ହେବ ସେତେବଳେ ବିଦେଶୀ ପୁଞ୍ଜି ନିବେଶର ରାସ୍ତା ଖୋଲିବ। ଅଧିକରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ ପରିଲକ୍ଷିତ ହେବ। ସୁପ୍ରିମକୋର୍ଟ ଏ ଭିତରେ କେନ୍ଦ୍ରକୁ ନିର୍ଦେଶ ଦେଇଛନ୍ତି ଯେ, ଯେଉଁ ଖଣିରେ ଖନନ କାର୍ଯ୍ୟ ଶେଷ ହେଉଛି ତାହାକୁ ବାଲି ଭର୍ତ୍ତି କରି ବନ୍ଦ କରିବା ଲାଗି କେନ୍ଦ୍ର ସରକାର ନିଶ୍ଚିତ କରନ୍ତୁ । ଏଣୁ କେନ୍ଦ୍ର ସରକାରଙ୍କ ଖଣିଜ ଆବଣ୍ଟନ ପ୍ରକ୍ରିୟାରେ ସଂସ୍କାର ଆଣିବାର ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ଆବଶ୍ୟକ ରହିଛି । ସୁପ୍ରିମକୋର୍ଟ ରାୟକୁ ପାଳନ କରି ଜୈବ ବିବିଧତା ରକ୍ଷା କରିବାରେ କୋଇଲା ଖନନକାରୀମାନେ ବ୍ରତୀ ହେବା ଅବାଶ୍ୟକ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ