ETV Bharat / bharat

ମାର୍ଚ୍ଚ 7ରେ ଆଯୋଧ୍ୟା ଆସିବେ ଉଦ୍ଧବ ଠାକରେ

author img

By

Published : Jan 25, 2020, 3:28 PM IST

Updated : Jan 25, 2020, 5:36 PM IST

ମହାରାଷ୍ଟ୍ରର ମେଣ୍ଟ ସରକାରର 100 ଦିନ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମାର୍ଚ୍ଚ 7 ତାରିଖରେ ଆଯୋଧ୍ୟା ଗସ୍ତରେ ଆସିବେ। ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏ ସମ୍ପର୍କରେ ଜଣାଇଛନ୍ତି। ଅଧିକ ପଢନ୍ତୁ...

cm-udhab-thakrey-visit-to-aydhoya-march-7-says-sivasena-spokesperson-sanjay-rout
ଉଦ୍ଧବ ଠାକରେ ମାର୍ଚ୍ଚ 7 ରେ ଆଯୋଧ୍ୟ ଗସ୍ତ କରିବେ

ମୁମ୍ବାଇ: ଆସନ୍ତା ମାର୍ଚ୍ଚ 7 ତାରିଖରେ ଅଯୋଧ୍ୟା ଗସ୍ତରେ ଆସିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ମେଣ୍ଟ ସରକାରର 100 ଦିନ ପୂର୍ତ୍ତି ଅବସରରେ ସେ ଦେଶର ଏହି ପ୍ରମୁଖ ଧାର୍ମିକ ନଗରୀକୁ ଆସୁଥିବା ଜଣାଇଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ।

ଶିବସେନା ନିଜର ଘୋର ବିରୋଧି ତଥା ପାରମ୍ପରିକ ପ୍ରତିଦ୍ବନ୍ଦୀ କଂଗ୍ରେସ ଓ ଏନସିପିକୁ ନେଇ (ମହାରାଷ୍ଟ୍ର ବିକାଶ ଅଘାଡି) ମେଣ୍ଟ ସରକାର ଚଳାଉଛି । ଯାହାର ନେତୃତ୍ବ ନେଉଛନ୍ତି ଦଳୀୟ ସୁପ୍ରିମୋ ଉଦ୍ଧବ ଠାକରେ । ତାଙ୍କ ନେତୃତ୍ବରେ ଚାଲିଛି ମହାରାଷ୍ଟ୍ର ଶାସନ । ଏହି ମେଣ୍ଟ ସରକାରର ତିନି ମାସ ପୂର୍ତ୍ତି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆଯୋଧ୍ୟା ଗସ୍ତରେ ଆସି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବେ । ତାଙ୍କ ସହ ଏଠାକୁ ଆସିବେ ମେଣ୍ଟ ସରକାରର ସାମିଲ ଥିବା କଂଗ୍ରେସ ଓ ଏନସିପି ସଦସ୍ୟ ।

ଗତବର୍ଷ ଅନୁଷ୍ଠିତ ହୋଇଥିବା ମହାରାଷ୍ଟ୍ର ନିର୍ବାଚନର ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘଦିନର ମେଣ୍ଟ ସହଯୋଗୀ ବିଜେପି ସହିତ ସମ୍ପର୍କ ଛିନ୍ନ କରିଥିଲା ଶିବସେନା । ଏହାପରେ ରାଜ୍ୟରେ ଶିବେସେନା,ଏନସିପି ଏବଂ କଂଗ୍ରେସକୁ ନେଇ ମହାରାଷ୍ଟ୍ର ବିକାଶ ଅଘାଡି ସରକାର ଗଠନ ହୋଇଥିଲା । ଏନସିପି ସୁପ୍ରିମୋ ଶରଦ ପାୱାର ସର୍ବସମ୍ମତି କ୍ରମେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ମତ ରଖିଥିଲେ ।

Intro:Body:

BLANK

Conclusion:
Last Updated : Jan 25, 2020, 5:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.