ETV Bharat / bharat

ପ୍ୟାକେଜ ଘୋଷଣା କରି ଫେରିଗଲେ ମୋଦି, ଗର୍ଜିଲେ ଦିଦି

ବାତ୍ୟା ଅମ୍ଫାନରେ କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗ ଗସ୍ତ ପରେ ରାଜ୍ୟର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

author img

By

Published : May 22, 2020, 4:58 PM IST

CM Mamta banerjee reaction on pm modi relief package announcment for westbengal
ମୋଦିଙ୍କ ରିଲିଫ ପ୍ୟାକେଜ ଘୋଷଣାକୁ ନେଇ ପ୍ରତିକ୍ରିୟା ରଖିଲେ ମମତା

କୋଲକାତା: ବାତ୍ୟା ଅମ୍ଫାନରେ କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗ ଗସ୍ତ କରି ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ପରେ ପ୍ରଧାନମନ୍ତ୍ରୀ ରାଜ୍ୟର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଏକ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ, ରାଜ୍ୟରେ ଏକ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିବା ବେଳେ ପୁନରୁଦ୍ଧାର କାର୍ଯ୍ୟ ପାଇଁ କେବଳ ଏକ ହଜାର କୋଟି ଦିଆଯାଉଛି ।

ସେ କହିଛନ୍ତି ଯେ, ଅମ୍ଫାନ କ୍ଷତିଗ୍ରସ୍ତ ପାଇଁ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ଟଙ୍କା ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି । କିନ୍ତୁ ଏହି ଟଙ୍କା କେବେ ମିଳିବ ସେ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ କୌଣସି ସୂଚନା ଦେଇନାହାନ୍ତି । ଏହି ରିଲିଫ ପ୍ୟାକେଜ ଆଡଭାନ୍ସ ଆକାରରେ ବି ମିଳିପାରେ କିମ୍ବା ସମ୍ପୂର୍ଣ୍ଣ ପ୍ୟାକେଜ ବି ଦିଆଯାଇପାରେ । ସେହିପରି ରାଜ୍ୟରେ ଜାରି ବିଭିନ୍ନ ସାମାଜିକ ଯୋଜନା, ସବସିଡି ଏବଂ ଟ୍ୟାକ୍ସକୁ ନେଇ କେନ୍ଦ୍ର ଠାରୁ ରାଜ୍ୟକୁ 53 ହଜାର କୋଟି ଟଙ୍କା ମିଳିବାର ଅଛି । ଯଦି ସେହି ଅର୍ଥରୁ କିଛି ଏବେ ଦିଆଯିବ ତେବେ ବର୍ତ୍ତମାନ ସ୍ଥିତି ମୁକାବିଲା ପାଇଁ ଏହା ଅତ୍ୟନ୍ତ ସହାୟକ ହେବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

ଶୁକ୍ରବାର ଆକାଶମାର୍ଗରୁ ବନ୍ୟା ଅଞ୍ଚଳ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ବାତ୍ୟା ଅମ୍ଫାନ ମୁକାବିଲା କରିବା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରୟାସ କରିଥିଲେ । ଏହି ବାତ୍ୟାରେ ରାଜ୍ୟରେ ପାଖାପାଖି 80 ଜଣଙ୍କ ମୃତ୍ୟୁ ହୋଇଛି । ଏଥିପାଇଁ ଆମେ ସମସ୍ତେ ଦୁଃଖିତ ଏବଂ ନିଜ ଆତ୍ମୀୟଙ୍କୁ ହରାଇଥିବା ପରିବାର ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମବେଦନା ରହିଛି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଲୋକଙ୍କୁ ସହାୟତା ଯୋଗାଇବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ମିଳିତ ଭାବେ କାମ କରୁଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ଏଥିପାଇଁ କୌଣସି ଅସୁବିଧାର ସାମନା କରିବାକୁ ନ ପଡେ ସେ ଲାଗି କେନ୍ଦ୍ର ପକ୍ଷରୁ ଏକ ହଜାର କୋଟି ଟଙ୍କା ଦିଆଯାଉଛି । ଏହା ବ୍ୟତୀତ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ 50 ହଜାର ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.