ETV Bharat / bharat

ଦେଶସେବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଲେ କେଜ୍ରିଓ୍ବାଲ - ନୂଆଦିଲ୍ଲୀ

ଦିଲ୍ଲୀରେ ଏକ ସ୍କଲକୁ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀଙ୍କୁ ଦେଶସେବାରେ ନିଜକୁ ନିୟୋଜିତ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହା ସହିତ ବର୍ତ୍ତମାନ ସମୟରେ ସୁସ୍ଥ ରହିବା ପାଇଁ ମଧ୍ୟ କହିଛନ୍ତି । ଦିଲ୍ଲୀରେ ବ୍ୟାପକ ଭାବେ ଡେଙ୍ଗୁ ବ୍ୟାପୁଛି । ଏଥିରୁ ରକ୍ଷା ପାଇବା ପାଇଁ ସଚେତନତା ଅବଲମ୍ବନ କରିବାକୁ ସେ ପିଲାମାନଙ୍କୁ କହିଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 3, 2019, 3:48 PM IST

ନୂଆଦିଲ୍ଲୀ: ନୂଆ ରୂପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏକ ସ୍କୁଲକୁ ଯାଇ ଡେଙ୍ଗୁ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଛନ୍ତି ସେ । ଏହା ସହିତ ପିଲାମାନଙ୍କ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ।

delhi
ସ୍କୁଲରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ

ଆଜି(ଗୁରୁବାର) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିକଟସ୍ଥ କାଲକାଜୀସ୍ଥିତ ବୀର ସାଓ୍ବରକର ସର୍ବୋଦୟ ବାଳିକା ବିଦ୍ୟାଳୟ ଯାଇଥିଲେ । ପାଗ ପରିବର୍ତ୍ତନ କାରଣରୁ ଦିଲ୍ଲୀରେ ପ୍ରବଳ ମାତ୍ରାରେ ଡେଙ୍ଗୁ ବ୍ୟାପୁଛି ଏନେଇ କେଜରିଓ୍ବାଲ ପିଲାମାନଙ୍କୁ ସଚେତନ କରିଥିଲେ । ଏହା ସହିତ ପିଲାମାନଙ୍କୁ ଦେଶସେବା କରିବା ପାଇଁ କହିଥିଲେ ।

delhi
ସ୍କୁଲରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ

ପିଲାମାନଙ୍କ ସହିତ ଆଲୋଚନା ସମୟରେ ପିଲାମାନଙ୍କ ଭବିଷ୍ୟତ ଉଦ୍ଦେଶ୍ୟ ସମ୍ପର୍କରେ ପଚାରି ବୁଝିଥିଲେ କେଜରିଓ୍ବାଲ । କେଜରିଓ୍ବାଲଙ୍କ ପ୍ରଶ୍ନ ଉତ୍ତର ଦେଇ ପିଲାମାନେ ବିଭିନ୍ନ ପ୍ରକାର ଉଚ୍ଚ ପଦସ୍ଥ ଅଧିକାରୀ ହେବାକୁ କହିଥିଲେ । କେହି ଆଇଏଏସ ହେବାକୁ କହିଥିଲା ତ ଆଉ କେହି ସୈନିକ, ପୁଣି କିଏ ଡାକ୍ତର ହେବ ବୋଲି ନିଜର ଇଚ୍ଛା ପ୍ରକାଶ କରିଥିଲା । ତେବେ ପିଲାମାନଙ୍କ ଉତ୍ତର ଶୁଣି ମୁଖ୍ୟମନ୍ତ୍ରୀ ନିଜର ଖୁସି ବ୍ୟକ୍ତ କରିଥିଲେ । ଆଉ ପିଲାମାନଙ୍କୁ ପ୍ରେରଣା ଦେଇ ଦେଶର ସେବା କରିବା ପାଇଁ କହିଥିଲେ ।

delhi
ସ୍କୁଲରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ

ଏହା ସହିତ ସୁସ୍ଥ ପରିବେଶ, ସୁସ୍ଥ ଜୀବନ ସମ୍ପର୍କରେ ମଧ୍ୟ ସେ କହିଥିଲେ । କେଜରିଓ୍ବାଲ ଏନେଇ କହିଥିଲେ କି ପ୍ରଥମେ ନିଜେ ସୁସ୍ଥ ରୁହ । ପରେ ଅନ୍ୟକୁ ସୁସ୍ଥ ରଖ । ବର୍ତ୍ତମାନ ପାଗ ପରିବର୍ତ୍ତନର ସମୟ । ଏହି ସମୟରେ ବିଭିନ୍ନ ପ୍ରକାର ରୋଗ ବ୍ୟାପିଥାଏ । ବିଶେଷ କରି ଡେଙ୍ଗୁରେ ଅଧିକାଂଶ ଲୋକେ ଆକ୍ରାନ୍ତ ହୋଇଥାନ୍ତି । ଫଳରେ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ପ୍ରଥମେ ନିଜେ ସଚେତନ ରହିବାକୁ କେଜରିଓ୍ବାଲ ପିଲାମାନଙ୍କୁ କହିଥିଲେ ।

ସେହିପରି ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆ ତାଙ୍କ ସହିତ ବୁଲିବା ସମୟରେ ପିଲାମାନଙ୍କୁ ଦେଶ ସେବା ପାଇ ପ୍ରୋତ୍ସାହିତ କରିଛନ୍ତି । ସେ କହିଛନ୍ତି କି ମୁଖ୍ୟମନ୍ତ୍ରୀ ମଧ୍ୟ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ଏବଂ ସେ ଦେଶ ସେବାରେ ଲାଗିପଡ଼ିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ କି ତୁମେ ଯେଉ କ୍ଷେତ୍ରରେ ନିଜର ଭବିଷ୍ୟତ ଗଢିବାକୁ ଚାହୁଁଛ ଗଢ, କିନ୍ତୁ ଦେଶ ସେବାକୁ ପ୍ରାଥମିକତା ଦେବାକୁ ଶିକ୍ଷାମନ୍ତ୍ରୀ କହିଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.