ETV Bharat / bharat

ରାଜ୍ୟପାଳଙ୍କୁ ଭେଟିଲେ କମଲନାଥ, ବିଧାୟକଙ୍କୁ ବନ୍ଦୀମୁକ୍ତ ପାଇଁ କରିଲେ ଦାବି

author img

By

Published : Mar 13, 2020, 2:23 PM IST

ସରକାର ଉପରେ ଛାଇ ରହିଥିବା ସଙ୍କଟର କଳା ବାଦଲ ମଧ୍ୟରେ ମୁଖ୍ୟମନ୍ତ୍ରୀ କମଲନାଥ ଶୁକ୍ରବାର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିଛନ୍ତି । ରାଜ୍ୟପାଳଙ୍କୁ ଏକ ଚିଠି ହସ୍ତାନ୍ତର କରି କଂଗ୍ରେସର ବିଧାୟକଙ୍କୁ ବିଜେପି ବନ୍ଦୀ କରି ରଖିଥିବାର ଅଭିଯୋଗ କରିଛନ୍ତି କମଲନାଥ । ଅଧିକ ପଢନ୍ତୁ...

ରାଜ୍ୟପାଳଙ୍କୁ ଭେଟିଲେ କମଲନାଥ
ରାଜ୍ୟପାଳଙ୍କୁ ଭେଟିଲେ କମଲନାଥ

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ସସପେନ୍ସ ଏବେ ବି ଜାରି ରହିଛି । ସରକାର ଉପରେ ଛାଇ ରହିଥିବା ସଙ୍କଟର କଳା ବାଦଲ ମଧ୍ୟରେ ମୁଖ୍ୟମନ୍ତ୍ରୀ କମଲନାଥ ଶୁକ୍ରବାର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିଛନ୍ତି । କମଲନାଥ ରାଜ୍ୟପାଳଙ୍କୁ ଏକ ଚିଠି ହସ୍ତାନ୍ତର କରି କଂଗ୍ରେସର ବିଧାୟକଙ୍କୁ ବିଜେପି ବନ୍ଦୀ କରି ରଖିଥିବାର ଅଭିଯୋଗ କରିଛନ୍ତି । ଏହାସହ ସେ କର୍ଣ୍ଣାଟକରେ ଥିବା 19 ଜଣଙ୍କ ସମେତ ଇସ୍ତଫା ଦେଇଥିବା ସମସ୍ତ କଂଗ୍ରେସ ବିଧାୟକଙ୍କୁ ବନ୍ଦୀ ମୁକ୍ତ କରିବାକୁ ଦାବି କରିଛନ୍ତି ।

ରାଜ୍ୟପାଳଙ୍କୁ ଭେଟିଲେ କମଲନାଥ

'3 ମାର୍ଚ୍ଚରୁ ଆରମ୍ଭ ହୋଇଛି ସରକାର ଗଡାଇବାର ଷଡଯନ୍ତ୍ର'

ନିଜ ଚିଠିରେ ମୁଖ୍ୟମନ୍ତ୍ରୀ କମଲନାଥ ଲେଖିଛନ୍ତି ଯେ ବିଜେପି 3 ମାର୍ଚ୍ଚରୁ ସରକାର ଗଡାଇବାର ଷଡଯନ୍ତ୍ର ଆରମ୍ଭ କରିଥିଲା । ସେହି ଦିନ କିଛି ବିଧାୟକଙ୍କୁ ବେଙ୍ଗାଲୁରୁ ପଠାଇବାର ପ୍ରୟାସ କରାଯାଇଥିଲା । ହେଲେ ଆମର ଦଳୀୟ କାର୍ଯ୍ୟକର୍ତ୍ତା ଏହି ଷଡଯନ୍ତ୍ର ଜାଣି ନେଇଥିଲେ । ଏହାପରେ 8 ମାର୍ଚ୍ଚରେ ବିଜେପି ଏକ ଫ୍ଲାଇଟ ଯୋଗେ 19 ବିଧାୟକଙ୍କୁ ବେଙ୍ଗାଲୁରୁ ପଠାଇଦେଲା । ଏଥିରେ 6 ମନ୍ତ୍ରୀ ବି ସାମିଲ ଥିଲେ ।

ରାଜ୍ୟପାଳଙ୍କୁ ଭେଟିଲେ କମଲନାଥ
ରାଜ୍ୟପାଳଙ୍କୁ ଭେଟିଲେ କମଲନାଥ

ବିଧାୟକଙ୍କୁ ବନ୍ଦୀ କରାଯାଇଥିବା କଂଲନାଥଙ୍କ ଅଭିଯୋଗ

ମୁଖ୍ୟମନ୍ତ୍ରୀ କମଲନାଥ ଅଭିଯୋଗ ଲଗାଇଛନ୍ତି ଯେ କଂଗ୍ରେସର 19 ବିଧାୟକଙ୍କୁ କର୍ଣ୍ଣାଟକର ଏହ ରିସର୍ଟରେ ବିଜେପି ବନ୍ଦୀ କରି ରଖିଛି । ବିଧାୟକଙ୍କୁ କାହା ସହ ବି ଭେଟିବାକୁ ଅନୁମତି ଦିଆଯାଉନାହିଁ । 10 ମାର୍ଚ୍ଚରେ ବିଜେପି ନେତା ମଧ୍ୟପ୍ରଦେଶ ବିଧାନସଭା ବିଚସ୍ପତିଙ୍କୁ ଭେଟି କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ର ହସ୍ତାନ୍ତର କରିଥିଲେ । ବିଧାୟକଙ୍କ ଇସ୍ତଫା ପତ୍ର ବିଜେପି ନେତା ହସ୍ତାନ୍ତର କରିଥିବାରୁ ଏହା ଭୁଲ ବୋଲି କମଲନାଥ କହିଛନ୍ତି ।

ବିଧାୟକ ଆସିଲେ ହେବ ବିଧାନସଭାରେ ବହୁମତ ପରୀକ୍ଷଣ

ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି ଯେ 16 ମାର୍ଚ୍ଚରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ହେଲେ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାୟକଙ୍କ ଉପସ୍ଥିତ ରହିବା ଆବଶ୍ୟକ । ଆମେ ବହୁମତ ପରୀକ୍ଷା ପାଇଁ ପ୍ରସ୍ତୁତ । ହେଲେ ଏହାପୂର୍ବରୁ ବନ୍ଦୀ କରି ରଖାଯାଇଥିବା ବିଧାୟକଙ୍କୁ ମୁକ୍ତ କରିବା ଜରୁରୀ । ଆମେ ଚାହୁଁଛୁ ଯେ ଲୋକତନ୍ତ୍ରର ହତ୍ୟା ନ ହେଉ । ମଧ୍ୟପ୍ରଦେଶ ଜନସଧାରଣ ଗଣତାନ୍ତ୍ରିକ ସରକାର ଚୟନ କରିଛନ୍ତି । ଏହି ସରକାରକୁ ଗଡାଇବାକୁ ବିଜେପି ଚେଷ୍ଟା କରୁଥିବା କମଲନାଥ କହିଛନ୍ତି ।

ଅନ୍ୟପକ୍ଷେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପିରେ ଯୋଗ ଦେବାକୁ ନେଇ କମଲନାଥ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ‘କେବଳ ସିନ୍ଧିଆ ଯାଇଛନ୍ତି । ସରକାର ଏବେ ବି ସ୍ଥିର ରହିଛି । ବ୍ୟସ୍ତ ହେବାର ଆବଶ୍ୟକ ନାହିଁ ।’

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.