ETV Bharat / bharat

ଲୋକସଭା ନିର୍ବାଚନ 2019: ମୁଖ୍ୟମନ୍ତ୍ରୀଙ୍କ ମତଦାନ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ନିଜ ପତ୍ନୀଙ୍କ ସହ ମତଦାନ କରିଛନ୍ତି । ସିଦ୍ଧିପେଟ୍‌ ଜିଲ୍ଲାର ଏକ ପୋଲିଂ ବୁଥ୍‌ରେ ସେ ସସ୍ତ୍ରୀକ ମତଦାନ କରିଥିଲେ । ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିଜ ପରିବାର ସହ ଭୋଟ୍‌ ଦେବାକୁ ଯାଇଥିଲେ ।

ଡିଜାଇନ ଫଟୋ
author img

By

Published : Apr 11, 2019, 5:11 PM IST

ନୂଆଦିଲ୍ଲୀ: ଆଜିଠାରୁ ଲୋକସଭା ନିର୍ବାଚନ 2019ର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବାବେଳେ ସାରା ଦେଶବାସୀ ଏଥିରେ ବିପୁଳ ପରିମାଣରେ ଯୋଗ ଦେଇ ଭୋଟ୍‌ ଦେଇଛନ୍ତି । ମତଦାନ ସମସ୍ତଙ୍କ ମୌଳିକ ଅଧିକାର ହୋଇଥିବାବେଳେ ସମସ୍ତେ ଗଣତନ୍ତ୍ରର ଏହି ମହାପର୍ବରେ ଭାଗ ନେଇ ମତଦାନ କରିଛନ୍ତି । ଜନତାଙ୍କ ସହ ଏଥିରେ ସାମିଲ ହୋଇଥିଲେ ରାଜନେତା, ପ୍ରଶାସକ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ନିଜ ପତ୍ନୀଙ୍କ ସହ ମତଦାନ କରିଛନ୍ତି । ସିଦ୍ଧିପେଟ୍‌ ଜିଲ୍ଲାର ଏକ ପୋଲିଂ ବୁଥ୍‌ରେ ସେ ସସ୍ତ୍ରୀକ ମତଦାନ କରିଥିଲେ । ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିଜ ପରିବାର ସହ ଭୋଟ୍‌ ଦେବାକୁ ଯାଇଥିଲେ । ତାଙ୍କ ସହ ଥିଲେ ପତ୍ନୀ, ପୁଅ ଓ ଝିଅ । ଅମରାବତୀର ପୋଲିଂ ବୁଥ୍‌ରେ ସେ ନିଜ ଭୋଟ୍‌ ଦେଇଥିଲେ । ଭୋଟ୍‌ ଦେବା ପରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତ ଦେଇ ସେ ନିର୍ବାଚନରେ ଇଭିଏମ୍‌ ମେସିନ ବଦଳରେ ବାଲାଟ୍‌ ପେପର ବ୍ୟବହାର ପାଇଁ ଦାବି କରିଥିଲେ ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଡେରାଡୁନ୍‌ରେ ମତଦାନ ଦେଇଛନ୍ତି । ସକାଳ ପ୍ରାୟ 11ଟାରେ ସେ ଭୋଟ୍‌ କେନ୍ଦ୍ରକୁ ଯାଇ ମତଦାନ କରିଥିଲେ । ଡିଫେନ୍ସ କଲୋନୀର 124 ନମ୍ବର ବୁଥ୍‌ରେ ସେ ଭୋଟ୍‌ ଦେଇଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ତାଙ୍କ ପତ୍ନୀ ଅମୃତା ଫଡନଭିସ ନାଗପୁରରେ ଆଜି ସକାଳୁ ମତଦାନ କରିଥିଲେ । ଏହାସହ ସମସ୍ତଙ୍କୁ ଭୋଟ୍‌ ଦେବା ପାଇଁ ସେ ଅନୁରୋଧ କରିଥିଲେ ।

ସେହିପରି ଦିବ୍ରୁଗଡର ପୋଲିଂ ବୁଥ୍‌ରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱଲ ନିଜ ମତଦାନ କରିଥିଲେ । ୱାଇଏସଆର୍‌ କଂଗ୍ରେସ ପାର୍ଟିର ମୁଖ୍ୟ ଜଗନ ମୋହନ ରେଡ୍ଡୀ କଡାପ୍ପାରେ ମତଦାନ ଦେଇଥିଲେ । ଏଥର ସରକାର ବଦଳିବ ବୋଲି ସେ ମତଦାନ ପରେ କହିଥିଲେ । ଲୋକଙ୍କୁ ପରିବର୍ତ୍ତନ ଦରକାର । ଏଥର ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିବା ସହ ବିନା ଭୟରେ ଭୋଟ୍‌ ଦେବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ ।

Intro:Body:

dfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.