ETV Bharat / bharat

ପାଇଲଟଙ୍କ ବିଦା ପରେ ଗେହଲଟଙ୍କ ବୟାନ: 6 ମାସ ଷଡଯନ୍ତ୍ରର ନିଷ୍ପତ୍ତି - ପାଇଲଟଙ୍କ ବିଦା ପରେ ଗେହଲଟଙ୍କ ବୟାନ:

ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ସରକାରଙ୍କୁ ଦୁର୍ବଳ କରିବା ପାଇଁ ବିଜେପି ଦ୍ବାରା ନିରନ୍ତର ଉଦ୍ୟମ କରାଯାଉଛି ବୋଲି ଅଶୋକ ଗେହଲଟ କହିଛନ୍ତି । ଯେଉଁମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେମାନେ 'ଆ ବଳଦ ମୋତେ ମାର' ବୁଦ୍ଧି ପ୍ରୟୋଗ କରିଛନ୍ତି ।

ପାଇଲଟଙ୍କ ବିଦା ପରେ ଗେହଲଟଙ୍କ ବୟାନ
ପାଇଲଟଙ୍କ ବିଦା ପରେ ଗେହଲଟଙ୍କ ବୟାନ
author img

By

Published : Jul 14, 2020, 4:26 PM IST

Updated : Jul 14, 2020, 6:18 PM IST

ଜୟପୁର: ରାଜସ୍ଥାନ ରାଜନୀତିର ହାଇଭୋଲଟେଜ ଡ୍ରାମାରେ ବିଦ୍ରୋହୀ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ସରକାରଙ୍କୁ ଦୁର୍ବଳ କରିବା ପାଇଁ ବିଜେପି ଦ୍ବାରା ନିରନ୍ତର ଉଦ୍ୟମ କରାଯାଉଛି ବୋଲି ଅଶୋକ ଗେହଲଟ କହିଛନ୍ତି । ଯେଉଁମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେମାନେ 'ଆ ବଳଦ ମୋତେ ମାର' ବୁଦ୍ଧି ପ୍ରୟୋଗ କରିଛନ୍ତି ।

ପାଇଲଟଙ୍କ ବିଦା ପରେ ଗେହଲଟଙ୍କ ବୟାନ: 6 ମାସର ଷଡଯନ୍ତ୍ରର ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟିଛନ୍ତି । ଏଥିସହ କ୍ୟାବିନେଟରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ସେ ରାଜ୍ୟପାଳଙ୍କୁ ସବିଶେଷ ସୂଚନା ଦେଇଛନ୍ତି । ଏଠାରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ସିଏମ ଅଶୋକ କହିଛନ୍ତି ଯେ, ବିଜେପି ପକ୍ଷରୁ ଟଙ୍କା ଏବଂ ଏଜେନ୍ସିର ବଳ ପ୍ରୟୋଗ କରି ନିର୍ବାଚିତ ସରକାର ଦୁର୍ବଳ କରାଯାଉଛି । ପ୍ରଥମେ ମଧ୍ୟପ୍ରଦେଶରେ କରାଯାଇଥିଲା, ବର୍ତ୍ତମାନ ରାଜସ୍ଥାନରେ ।

ଅଶୋକ ଗେହଲଟ କହିଛନ୍ତି ଯେ, କଂଗ୍ରେସ ବିଜେପିର ଚକ୍ରାନ୍ତ ଓ ଯୋଜନାକୁ କଦାପି ସଫଳ ହେବାକୁ ଦେବ ନାହିଁ । ସଚିନ ପାଇଲଟଙ୍କ ବିଷୟରେ ସେ କହିଛନ୍ତି ଯେ, ଦଳରୁ ଅନେକ ଅନେକ ସୁଯୋଗ ଦିଆଯାଇଥିଲା, ଆଜି ତାଙ୍କ ପାଇଁ ବୈଠକ ଡକାଯାଇଥିଲା, କିନ୍ତୁ କେହି ଆସି ନଥିଲେ। ।

ଅଶୋକ ଗେହଲଟ ଅଭିଯୋଗ କରିଛନ୍ତି ଯେ, ରିସୋର୍ଟରୁ ଆରମ୍ଭ କରି କଂଗ୍ରେସର ବିଦ୍ରୋହ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ବିଜେପି ଦ୍ବାରା କରାଯାଉଛି । ଅଶୋକ ଗେହଲଟ କହିଛନ୍ତି ଯେ, ଜନତା ଆମକୁ ସମର୍ଥନ କରିଛନ୍ତି, କିନ୍ତୁ ବିଜେପି ଏହାକୁ ଗ୍ରହଣ କରିପାରୁନାହିଁ ।

ଦଳର ସଦସ୍ୟଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଖୁସି ନୁହଁ, ମୁଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଅଭିଯୋଗ କରିନାହିଁ । କିନ୍ତୁ ତାଙ୍କର ମନୋଭାବ ଏହିପରି ଥିଲା, ଏହା ଦୀର୍ଘ ଦିନ ଧରି ସେମାନେ ଆ' ବଳଦ ମୋତେ ମାର' ନୀତିର ଚାଲୁଥିଲେ ।

ସିଏମ୍ ଅଶୋକ ଗେହଲୋଟ୍ କହିଛନ୍ତି ଯେ ଗତ ତିନି ରୁ ଛଅ ମାସ ଧରି କ୍ରମାଗତ ଭାବରେ ବୟାନବାଜି ଜାରି ରହିଛି । ସିଏମ୍ କହିଛନ୍ତି ଯେ ମୁଁ କୌଣସି ବିଧାୟକଙ୍କ ସହ ଭେଦଭାବ କରିନାହିଁ ।

ଦଳ ଭାଙ୍ଗିବା ଭୁଲ ନିଷ୍ପତ୍ତି, କେହି ମଧ୍ୟ କହୁଛନ୍ତି ଯେ ସେମାନେ ଏକ ନୂଆ ଦଳ ଗଠନ କରିବେ । ବିଜେପି ସହ ମିଶିବେ ଇତ୍ୟାଦି । ମାତ୍ର ଏହା ଜାଣିବା ଉଚିତତ କଂଗ୍ରସ ସହ ବହୁମତ ରହିଛି । ଆମ ସହିତ 122 ଜଣ ଏବଂ ଏଥିମଧ୍ୟରୁ କଂଗ୍ରେସରୁ 107 ଜଣ ବିଧାୟକ ଅଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ଅଧ୍ୟକ୍ଷ ପଦରୁ ବିଦା କରିଛି କଂଗ୍ରେସ, ପାଇଲଟଙ୍କ ସମେତ 3 ମନ୍ତ୍ରୀଙ୍କୁ ବହିଷ୍କୃତ କଲା କଂଗ୍ରେସ । ରମେଶ ମୀଣା ଓ ବିଶେନ୍ଦ୍ର ସିଂହ ମନ୍ତ୍ରୀ ପଦରୁ ବିଦା ହେଲେ, ଗୋବିନ୍ଦ ସିଂହ ଡୋଟାସରା ହେଲେ ନୂଆ ପିସିସି ଅଧ୍ୟକ୍ଷ

Last Updated : Jul 14, 2020, 6:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.