ନୂଆଦିଲ୍ଲୀ: ବିଦେଶ ଯାତ୍ରା ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ସରକାରୀ କାର୍ଯ୍ୟକ୍ରମ ସାମିଲ ହେବାକୁ ସେ ବିଦେଶ ଯାତ୍ରା କରିବାର ଯୋଜନା ଥିଲା । ଅଯୋଧ୍ୟା ବିବାଦ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ମୁଖ୍ୟ ବିଚାରପତି ବିଦେଶ ଯାତ୍ରାକୁ ବାତିଲ କରିଛନ୍ତି ।
ଜଷ୍ଟିସ ରଞ୍ଜନ ଗୋଗୋଇ 17 ନଭେମ୍ବରରେ ନିଜ ପଦରୁ ଅବସର ନେବା ପୂର୍ବରୁ ଦକ୍ଷିଣ ଆମେରିକା, ମଧ୍ୟ ପୂର୍ବ ଏବଂ ଅନ୍ୟ ଦେଶକୁ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା । ହେଲେ ପ୍ରସ୍ତାବିତ ଦେଶକୁ ଗସ୍ତ କରିବା ପୂର୍ବରୁ ସେ ନିଜ ଏହାକୁ ଶେଷ ସମୟରେ ସ୍ଥଗିତ କରିଛନ୍ତି । 3 ଅକ୍ଟୋବର 2018ରେ ସୁପ୍ରିମକୋର୍ଟର 46ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ସେ ।