ETV Bharat / bharat

ଅଫିସର୍ ଟ୍ରେନିଂ ଏକାଡେମୀ କର୍ମଚାରୀ କୋରୋନା ପଜିଟିଭ୍

author img

By

Published : May 6, 2020, 4:53 PM IST

ଅଫିସର୍ ଟ୍ରେନିଂ ଏକାଡେମୀ (ଓଟିଏ) ରେ କାର୍ଯ୍ୟ କରୁଥିବା ଜଣେ ଲୋକ କୋରୋନା ଭାଇରସ ପଜିଟିଭ୍ ଥିବା ଜଣାପଡିଛି । କିନ୍ତୁ ବର୍ତ୍ତମାନ ସେଠାରେ କୌଣସି ସେନା କ୍ୟାଡେଟ୍ ନଥିବା ଜଣାପଡିଛି ।

coronavirus
ଅଫିସର୍ ଟ୍ରେନିଂ ଏକାଡେମୀ କର୍ମଚାରୀ କୋରୋନା ପଜିଟିଭ୍

ତାମିଲନାଡୁ: ଅଫିସର୍ ଟ୍ରେନିଂ ଏକାଡେମୀ (ଓଟିଏ) ରେ କାର୍ଯ୍ୟ କରୁଥିବା ଜଣେ ଲୋକ କୋରୋନା ଭାଇରସ ପଜିଟିଭ୍ ଥିବା ଜଣାପଡିଛି । କିନ୍ତୁ ବର୍ତ୍ତମାନ ସେଠାରେ କୌଣସି ସେନା କ୍ୟାଡେଟ୍ ନଥିବା ଜଣାପଡିଛି । ବୁଧବାର ପ୍ରିମିୟମ ଇନଷ୍ଟିଚ୍ୟୁଟ ଏହି ସୂଚନା ଦେଇଛି ।

ଏହି କର୍ମଚାରୀ ଜଣକ OTAରେ ରୋଷେଇ କାମ କରୁଥିଲେ ଏବଂ ରବିବାର ଦିନ ଛାତି ଜନିତ ସମସ୍ୟା ବିଷୟରେ ଜଣାଇବା ପରେ ତାଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ଓଟିଏ ଏକ ବିବୃତ୍ତିରେ କହିଛି । ଏହାପରେ କୋରୋନା ପଜିଟିଭ୍ ଥିବା ଜଣାପଡିଥିଲା । ତେବେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କ୍ବାରେନଟାଇନରେ ରଖାଯାଇଛି ।

ଏକ ବିବୃତ୍ତିରେ କୁହାଯାଇଛି,‘ବର୍ତ୍ତମାନ ଏକାଡେମୀରେ କୌଣସି କ୍ୟାଡେଟ୍ ନାହାଁନ୍ତି। ଗୋଟିଏ ବ୍ୟାଚ୍ କ୍ୟାଡେଟ୍ ପାସ୍ ହୋଇସାରିଛନ୍ତି ଓ ଅନ୍ୟ ବ୍ୟାଚ୍ ଟ୍ରେନିଂ ନେଉଥିବା ବେଳେ ମାର୍ଚ୍ଚ 8 ରେ ଟ୍ରେନିଂ ବନ୍ଦ ହୋଇଥିଲା ’। ମେଡିକାଲ ପ୍ରୋଟୋକଲ ଅନୁଯାୟୀ କୋଭିଡ -19 ବିସ୍ତାରକୁ ରୋକିବା ପାଇଁ କଡା ପଦକ୍ଷେପ ନିଆଯାଇଛି ବୋଲି ଏକାଡେମୀ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.