ETV Bharat / bharat

ରାଜ୍ୟସଭାରେ ଆଗତ ହେଲା ନାଗରିକ ସଂଶୋଧନ ବିଲ୍‌

author img

By

Published : Dec 11, 2019, 12:29 PM IST

Updated : Dec 11, 2019, 12:43 PM IST

ରାଜ୍ୟସଭାରେ ଆଗତ ହେଲା ବିବାଦୀୟ ନାଗରିକ ସଂଶୋଧନ ବିଲ୍‌ ।  ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍‌କୁ ରାଜ୍ୟସଭାରେ ଆଗତ କରିଛନ୍ତି ।

CitizenshipAmendmentBill
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଗତ ହେଲା ବିବାଦୀୟ ନାଗରିକ ସଂଶୋଧନ ବିଲ୍‌ । ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍‌କୁ ରାଜ୍ୟସଭାରେ ଆଗତ କରିଛନ୍ତି । ଏହି ଐତିହାସିକ ବିଲ୍‌କୁ ନେଇ ଶାହ କହିଛନ୍ତି, ଏହି ବିଲ୍‌ ବିଦେଶରେ ଶୋଷଣର ଶିକାର ହେଉଥିବା ଲକ୍ଷ-ଲକ୍ଷ ସଂଖ୍ୟା ଲଘୁଙ୍କ ପାଇଁ ଏକ ଆଶାର କିରଣ । ଧର୍ମ ଆଧାରରେ ଶୋଷିତ ହେଉଥିବା ଲୋକଙ୍କ ପାଇଁ ଏହି ବିଲ୍‌ ଅଣାଯାଇଛି । ପାକିସ୍ତାନ ଏବଂ ବାଂଲାଦେଶରେ ବର୍ତ୍ତମାନ ସଂଖ୍ୟାଲଘୁଙ୍କ ଅନୁପାତ 20 ପ୍ରତିଶତ ହ୍ରାସ ପାଇଛି । ସେମାନେ ମୃତ୍ୟୁବରଣ କରିଛନ୍ତି କିମ୍ବା ଭାରତରେ ଶରଣ ନେଇଛନ୍ତି । ତେଣୁ ସେମାନଙ୍କୁ ଆଶ୍ବସ୍ତି ଦେବା ପାଇଁ ବିଲ୍‌ର ଆବଶ୍ୟକତା ରହିଛି ବୋଲି ଶାହ କହିଛନ୍ତି ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ଏହା ସହିତ ବିଲ୍‌କୁ ନେଇ ଲୋକଙ୍କୁ ଭ୍ରମିତ କରାଯାଉଛି ବୋଲି ସେ କହିଛନ୍ତି । ଶାହ କହିଛନ୍ତି, ଏହି ବିଲ୍‌ ଭାରତର ମୁସଲମାନଙ୍କ ବିରୋଧରେ ନୁହେଁ । ଲୋକଙ୍କୁ ଭ୍ରମିତ କରିବା ପାଇଁ ଭୁଲ୍‌ ସୂଚନା ଦିଆଯାଉଛି । ସେମାନେ ଭାରତୀୟ ନାଗରିକ ଥିଲେ ଏବଂ ସର୍ବଦା ରହିବେ ବୋଲି ଭାରତର ମୁସଲମାନଙ୍କୁ ଆଶ୍ବାସନା ଦେଇଛନ୍ତି ଶାହ ।

ସୂଚନାଯୋଗ୍ୟ ଯେ, ବହୁ ବାଦବିବାଦ ପରେ ନାଗରିକ ସଂଶୋଧନ ବିଲ୍‌ ଲୋକସଭାରେ ପାରିତ ହୋଇସାରିଛି । ସଂଶୋଧନ ବିଲ୍‌ରେ ୧୯୫୫ ନାଗରିକତା ଅଧିନିୟମରେ କେତେକ ପରିବର୍ତ୍ତନ ଅଣାଯିବାର ଯୋଜନା ରହିଛି। ଏହି ବିଲ୍ ଆଇନରେ ପରିଣତ ହେଲେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଈସାଇ, ଶିଖ୍‌, ପାର୍ସୀ, ଜୈନ ଏବଂ ବୌଦ୍ଧ ଭଳି ଅଳ୍ପ ସଂଖ୍ୟକ ସମୁଦାୟର ଲୋକମାନେ ୧୨ ବର୍ଷ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିବା ପରେ ନାଗରିକତା ପାଇପାରିବେ। ଏହି ବିଲର ପ୍ରବନ୍ଧନ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ମୁସଲମାନ ମାନଙ୍କୁ ଭାରତର ନାଗରିକତା ଦିଆଯିବ ନାହିଁ ।

Intro:Body:

testing

Conclusion:
Last Updated : Dec 11, 2019, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.