ETV Bharat / bharat

ସିଏବି ବିରୋଧରେ ସୁପ୍ରିମକୋର୍ଟରେ ପ୍ରଥମ ଯାଚିକା ଦାଖଲ

author img

By

Published : Dec 12, 2019, 11:29 AM IST

ନାଗରିକ ସଂଶୋଧନ ବିଲ୍‌ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହେଲା ପ୍ରଥମ ଯାଚିକା । ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ(ଆଇୟୁଏମଏଲ)ର 4 ସାଂସଦ ଏହି ଯାଚିକା ଦାଖଲ କରିଛନ୍ତି ।

citizenship-amendment-bill
ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ବିଲ୍‌ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ(ଆଇୟୁଏମଏଲ) । ଗୁରୁବାର ସିଏବି ବିରୋଧରେ ସୁପ୍ରିମକୋର୍ଟରେ ପ୍ରଥମ ଯାଚିକା ଦାଖଲ ହୋଇଛି । ଆଇୟୁଏମଏଲର 4 ସାଂସଦ ଏହି ଯାଚିକା ଦାଖଲ କରିଛନ୍ତି । ସମ୍ବିଧାନ ଧର୍ମ ଆଧାରରେ ବର୍ଗିକରଣର ଅନୁମତି ଦେଉନାହିଁ । ଏହି ବିଲ୍‌ ସମ୍ବିଧାନର ଅନୁଚ୍ଛେଦ 14କୁ ଉଲଙ୍ଘନ କରୁଛି । ତେଣୁ ଏହାକୁ ରଦ୍ଦ କରାଯାଉ ବୋଲି ଯାଚିକାରେ କୁହାଯାଇଛି ।

ତେବେ ଆଇୟୁଏମଏଲ ପକ୍ଷରୁ ପକ୍ଷରୁ ଓକିଲ କପିଲ ସିବ୍ବଲ ଏହି ମାମଲା ଲଢିବେ ବୋଲି ଜଣାପଡିଛି । ସେପଟେ କଂଗ୍ରେସ ମଧ୍ୟ ବିଲ୍‌ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବ ବୋଲି କହିଛି ।

ସୂଚନାଯୋଗ୍ୟ ଯେ, ବହୁପ୍ରତିକ୍ଷିତ ନାଗରିକତା ସଂଶୋଧନ ବିଲ ପ୍ରଥମେ ଲୋକସଭାରେ ଓ ବୁଧବାର ରାଜ୍ୟସଭାରେ ଗୃହୀତ ହୋଇଯାଇଛି । ରାଷ୍ଟ୍ରପତିଙ୍କ ଦସ୍ତଖତ ଏହି ବିଲ କାର୍ଯ୍ୟକାରୀ ହେବ ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.