ETV Bharat / bharat

ସିଏବି ବିତର୍କ; ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ ଜବାବ - ନାଗରିକ ସଂଶୋଧନ ବିଲ

ରାଜ୍ୟସଭାରେ ବିରୋଧୀଙ୍କୁ କଡା ପ୍ରହାର କରିଛନ୍ତି ଅମିତ ଶାହା। ଗୋଟି ଗୋଟି କରି ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଅମିତ ଶାହା।

PHOTO
ଅମିତ ଶାହାଙ୍କ ଦୃଢ ଜବାବ
author img

By

Published : Dec 11, 2019, 9:28 PM IST

ନୂଆଦିଲ୍ଲୀ: ବୁଧବାର ରାଜ୍ୟସଭାରେ ଆଗତ ହୋଇଛି ନାଗରିକ ସଂଶୋଧନ ବିଲ। ବର୍ତ୍ତମାନ ସୁଦ୍ଧା ରାଜ୍ୟସଭାରେ ବିଲ ଉପରେ ଜୋରଦାର ବିତର୍କ ଜାରି ରହିଛି। ବିରୋଧିଙ୍କ ପକ୍ଷରୁ କଂଗ୍ରେସ, ଟିଏମସି, ସପା, ବସପାର ସାଂସଦ ବିଲକୁ ବିରୋଧ କରି ଗମ୍ଭୀର ବିଷୟ ଉପସ୍ଥାନ କରିଛନ୍ତି । ସମସ୍ତ ସାଂସଦଙ୍କ ପ୍ରଶ୍ନର ଉତ୍ତର ରାଜ୍ୟସଭାରେ ଦେଉଛନ୍ତି। ଟିଏମସି ସାଂସଦ ଉଠାଇ ଥିବା ପ୍ରଶ୍ନ ଉପରେ ଦୃଢ ଜବାବ ଦେଇଛନ୍ତି ଗୃହମନ୍ତ୍ରୀ ଶାହ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି କିଛି ସାଂସଦ ସଂସଦକୁ ଭୟଭୀତ କରାଇବାକୁ ପ୍ରୟାସ କରୁଛନ୍ତି । ଏହି ବିଲ ସର୍ବୋଚ୍ଚ ଅଦଲତରେ ଅଟକି ଯିବ ବୋଲି ଚେତାବନୀ ଦେଇଛନ୍ତି। କୋର୍ଟ ସମସ୍ତଙ୍କ ପାଇଁ ଖୋଲା ଅଛି । କେହି ବି କୋର୍ଟର ଆଶ୍ରୟ ନେଇପାରିବେ। ସେଥିରେ ଆମର କିଛି ଅସୁବିଧା ନାହିଁ। ଆମର କାମ ଆମର ବିବେକ ଅନୁସାରେ ନିୟମ ପ୍ରଣୟନ କରିବା ଦରକାର। ଯାହା ଆମେ ଏଠି ପ୍ରଣୟନ କରିବା ତାହା କୋର୍ଟରେ ମଧ୍ୟ ଗ୍ରହଣୀୟ ହେବ।

ରାଜ୍ୟସଭାରେ ବିରୋଧୀଙ୍କୁ କଡା ପ୍ରହାର କଲେ ଅମିତ ଶାହା

ସିଏବିରେ କାହିଁକି ମୁସଲିମ ନାହିଁ

ଅମିତ ଶାହା କହିଛନ୍ତି କୌଣସି ବି ଧର୍ମର ପ୍ରତାଡିତ ଲୋକ ଏହି ବିଲର ସୁବିଧା ପାଇବେ। ହେଲେ ବିରୋଧୀଙ୍କ ପ୍ରଶ୍ନ ଏହା ଯେ, ଏଥିରେ କାହିଁକି ମୁସଲିମଙ୍କୁ ସ୍ଥାନ ଦିଆଯାଇ ନାହିଁ। ଅମିତ ଶାହା କହିଛନ୍ତି କଂଗ୍ରେସ କେବଳ ମୁସଲମାନଙ୍କ ପ୍ରତି ଚିନ୍ତିତ। ହେଲେ ବର୍ତ୍ତମାନର ସରକାର ସବୁ ଧର୍ମର ଲୋକଙ୍କ ପାଇଁ ଚିନ୍ତିତ। ଏହି ବିଲରେ କେବଳ ଆମର ପଡୋଶୀ ଦେଶରେ ଯେଉଁମାନେ ଧାର୍ମିକ ଉତ୍ପୀଡନର ଶିକାର ହେଉଛନ୍ତି ସେମାନଙ୍କର ଅଧିକାର ପାଇଁ ବ୍ୟବସ୍ଥା କରାଯାଇଛି। ଯେଉଁମାନଙ୍କର ଧର୍ମ, ଧନ ସମ୍ପତ୍ତି, ମହିଳା ବିପଦରେ ଅଛନ୍ତି ସେମାନଙ୍କୁ ଭାରତର ନାଗରିକତା ଦେଇ ସେମାନଙ୍କର ସମସ୍ୟାକୁ ଦୂର କରିବା ପାଇଁ ପ୍ରୟାସ କରୁଛୁ। ଏହାସହ ବିରୋଧିଙ୍କୁ କଟାକ୍ଷ କରି କହିଛନ୍ତି ଆମପାଇଁ ପ୍ରତାଡିତ ଲୋକଙ୍କ ପାଇଁ ପ୍ରାଥମିକତା ଅଛି ଯାହା ବିରୋଧିଙ୍କ ପାଖରେ ନାହିଁ।

ଶରଣାର୍ଥୀ ନିର୍ଭୟରେ କହିବେ ଆମେ ଶରଣାର୍ଥୀ

ଗୃହମନ୍ତ୍ରୀ କହିଛନ୍ତି ଆଜି ଯେଉଁ ବିଲ ସରକାର ଆଣିଛନ୍ତି ଏହି ବିଲରେ ଶରଣାର୍ଥୀ ନିର୍ଭୀକ ଭାବେ କହିବେ ଆମେ ଶରଣାର୍ଥୀ। ଯେଉଁମାନେ ଶରଣାର୍ଥୀଙ୍କୁ ନିର୍ଯ୍ୟାତନା ଦେଇଛନ୍ତି ସେମାନେ ଆଜି ପଚାରୁଛନ୍ତି କାହିଁକି ନିର୍ଯ୍ୟାତନା ଦିଆଯାଉଛି।

ପ୍ରଥମଥର ଦିଆଯାଉ ନାହିଁ ନାଗରିକତା

ଅମିତ ଶାହା କହିଛନ୍ତି ପ୍ରଥମ ଥର ସଂଖ୍ୟାଲଘୁଙ୍କୁ ନାଗରିକତା ଦିଆଯାଉ ନାହିଁ। ପୂର୍ବରୁ ବାଂଲାଦେଶୀଙ୍କୁ କାହିଁକି ନାଗରିକତା ଦିଆଯାଇନଥିଲା। ଯେତେବେଳେ ଶ୍ରୀଲଙ୍କାରେ ସମସ୍ୟା ଥିଲା ସେତେବେଳେ ଦିଆଯାଇଥିଲା । ଆଜି ତିନି ଦେଶରେ ସମସ୍ୟା ଅଛି ତେଣୁ ଆମେ ସମାଧାନ କରୁଛୁ।

ଭାରତରେ ସଂଖ୍ୟାଲଘୁ ମଧ୍ୟ ସର୍ବୋଚ୍ଚ ପଦବୀରେ ଅଛନ୍ତି

ଅମିତ ଶାହା କହିଛନ୍ତି ନେହେରୁ-ଲିୟାକତ ଚୁକ୍ତି ମାଧ୍ୟମରେ ଏହି ସ୍ବୀକୃତି ଦେଉଛି ଯେ ଦେଶରେ ସଂଖ୍ୟାଲଘୁ ଲୋକ ମଧ୍ୟ ସଂଖ୍ୟାଗରିଷ୍ଠଙ୍କ ପରି ସବୁକ୍ଷେତ୍ରରେ ସମାନତା ପାଇପାରିବେ । ସଂଖ୍ୟାଲଘୁଙ୍କ ବ୍ୟବସ୍ଥା, ଅଭିବ୍ୟକ୍ତି, ଧର୍ମ ପୂଜା ଓ ସ୍ବାଧୀନତାକୁ ଏହି ଚୁକ୍ତିରେ ସୁନିଶ୍ଚିତ କରାଯାଇଛି। ଏହି ପ୍ରତିଶୃତି ଚୁକ୍ତିରେ ସଂଖ୍ୟାଲଘୁଙ୍କୁ ଦିଆଯାଇଛି। ଦୁର୍ଭାଗ୍ୟ ସେଠାରେ ସେମାନଙ୍କୁ ମତଦାନ କରିବା, ନିର୍ବାଚନ ଲଢିବା ପାଇଁ ବଞ୍ଚିତ କରାଯାଉଛି। ଲଗାତାର ସେମାନଙ୍କର ସଂଖ୍ୟା କମିବାରେ ଲାଗିଛି। ହେଲେ ଭାରତରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନ ବିଚାରପତି ଭଳି ବଡ ବଡ ପଦପଦବୀରେ ଅଧିଷ୍ଠିତ ହୋଇଛନ୍ତି ବୋଲି କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.