ETV Bharat / bharat

ବାଂଲାଦେଶରେ ହିନ୍ଦୁଙ୍କ ସ୍ଥିତି ଦେଖିବାକୁ ଗୃହମନ୍ତ୍ରୀଙ୍କୁ ନିମନ୍ତ୍ରଣ - citizenship amendment bill

ନାଗରିକ ସଂଶୋଧନ ବିଲକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ବୟାନରେ କ୍ଷୋଭ ପ୍ରକାଶ କଲା ବାଂଲାଦେଶ । ଏହା ସହିତ ବାଂଲାଦେଶରେ ହିନ୍ଦୁଙ୍କ ସ୍ଥିତି ଦେଖିବାକୁ ଗୃହମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଅବ୍ଦୁଲ ମୋମିନ ।

bangladesh-foreign-minister
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Dec 12, 2019, 11:11 AM IST

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ବିଲକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ବୟାନରେ କ୍ଷୋଭ ପ୍ରକାଶ କଲା ବାଂଲାଦେଶ । ବାଂଲାଦେଶରେ ସାମ୍ପ୍ରଦାୟିକ ମାହୋଲ ସମ୍ପୂର୍ଣ୍ଣ ଠିକ ରହିଛି । ବିଶ୍ବରେ ଏଭଳି ଖୁବ କମ ଦେଶ ରହିଛି, ଯେଉଁଠି ବାଂଲାଦେଶ ଭଳି ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରହିଛି ବୋଲି ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଅବ୍ଦୁଲ ମୋମିନ କହିଛନ୍ତି । ଏହା ସହିତ ବାଂଲାଦେଶରେ ହିନ୍ଦୁଙ୍କ ସ୍ଥିତି ଦେଖିବାକୁ ଗୃହମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ସେ ।

ସେ କହିଛନ୍ତି, ବାଂଲାଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରହିଛି । ଗୃହମନ୍ତ୍ରୀ ଅମିତ ଶାହ ଯଦି କିଛି ମାସ ଏଠାରେ ରହିବେ ତାହେଲେ ତାଙ୍କୁ ଆମର ସାମ୍ପ୍ରଦାୟିକ ସଦ୍‌ଭାବ ଦେଖିବାକୁ ମିଳିବ । ଭାରତର ଅନେକ ସମସ୍ୟା ରହିଛି । ଯାହାର ସମାଧାନ ସେମାନଙ୍କୁ କରିବାକୁ ଦିଆଯିବା ଉଚିତ । କିନ୍ତୁ ମିତ୍ର ଏବଂ ପଡୋଶୀ ଦେଶ ଭାବରେ ଆମେ ଆଶା କରୁଛୁ ଯେ, ଭାରତ ଏଭଳି କିଛି କରିବ ନାହିଁ ଯାହା ଆମ ସମ୍ପର୍କ ଉପରେ ପ୍ରଭାବ ପକାଇବ ବୋଲି ଅବ୍ଦୁଲ ମୋମିନ କହିଛନ୍ତି ।

ସେପଟେ ଆଜି(ଗୁରୁବାର) ତ୍ରିଦିବସୀୟ ଭାରତ ଗସ୍ତରେ ଆସୁଛନ୍ତି ଅବ୍ଦୁଲ ମୋମିନ । ସେ ଡିସେମ୍ବର 13 ରେ ଦିଲ୍ଲୀରେ ଆୟୋଜିତ ଷଷ୍ଠ ଇଣ୍ଡିଆନ ଓସିଆନ ଡାଇଲଗରେ ଭାଗ ନେବେ । ଏଥିରେ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଏହା ସହିତ ସେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିବେ ।

ସୂଚନାଯୋଗ୍ୟ ଯେ, ଗୃହମନ୍ତ୍ରୀ ଅମିତ ଶାହ ଡିସେମ୍ବର 9ରେ ଲୋକସଭାରେ କହିଥିଲେ, ବାଂଲାଦେଶରେ ହିନ୍ଦୁ ପ୍ରତାରିତ ହେଉଛନ୍ତି । 1947 ରେ ସେଠାରେ ସଂଖ୍ୟାଲଘୁଙ୍କ ଅନୁପାତ 22 ପ୍ରତିଶତ ଥିଲା ଯାହା ହ୍ରାସ ପାଇ 2011 ରେ 7.8 ପ୍ରତିଶତ ହୋଇଛି ।

Intro:Body:

testing

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.