ETV Bharat / bharat

ସିଏବି ବିରୋଧରେ ଚାକିରି ଛାଡିଲେ ଆଇପିଏସ ଅଧିକାରୀ - citizenship amendment bill

ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବା ପରେ ଏହାର ପ୍ରତିବାଦରେ  ଚାକିରିରୁ ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ରର ଆଇପିଏସ ଅଫିସର ଅବ୍ଦୁଲ ରେହମାନ ।

citizenship-amendment-bill
ଫାଇଲ ଫଟୋ
author img

By

Published : Dec 12, 2019, 10:00 AM IST

ନୂଆଦିଲ୍ଲୀ: ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବା ପରେ ଏହାର ପ୍ରତିବାଦରେ ଚାକିରିରୁ ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ରର ଆଇପିଏସ ଅଫିସର ଅବ୍ଦୁଲ ରେହମାନ । ସେ ମାନବଅଧିକାର ଆୟୋଗରେ ଆଇଜିପି ପୋଷ୍ଟରେ କାର୍ଯ୍ୟରତ ଥିଲେ । ନାଗରିକ ସଂଶୋଧନ ବିଲ୍‌ ସମ୍ବିଧାନର ମୂଳ ଢାଞ୍ଚାକୁ ଉଲ୍ଲଂଙ୍ଘନ କରୁଛି । ତେଣୁ ଏହି ବିଲ୍‌ ବିରୋଧରେ ମୁଁ ସ୍ବଇଚ୍ଛାରେ କାଲିଠାରୁ କାର୍ଯ୍ୟାଳୟ ନଯିବାର ନିଷ୍ପତ୍ତି ନେଇଛି । ମୁଁ ନିଜ ସେବାରୁ ଇସ୍ତଫା ଦେଉଛି ବୋଲି ଟ୍ବିଟ କରି କହିଛନ୍ତି ଅବ୍ଦୁଲ ରେହମାନ ।

ଅବ୍ଦୁଲ ନିଜ ଟ୍ବିଟରେ ଇସ୍ତଫା ପତ୍ର ମଧ୍ୟ ପୋଷ୍ଟ କରିଛନ୍ତି । ଇସ୍ତଫାରେ ସେ ଭିଆରଏସର ଦାବି ମଧ୍ୟ କରିଥିଲେ । ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ' ଗତ ଅଗଷ୍ଟ 2019 ରେ ମୁଁ ଭିଆରଏସ ପାଇଁ ଆବେଦନ କରିଥିଲି । ଅକ୍ଟୋବର 25 ରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଏହି ଆବେଦନ ପତ୍ର ପଠାଇଥିଲେ । କିନ୍ତୁ ଗୃହମନ୍ତ୍ରାଳୟ ଏହାକୁ ସ୍ବୀକାର କଲେନାହିଁ ।'

ସୂଚନାଯୋଗ୍ୟ ଯେ, ବୁଧବାର ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ ରାଜ୍ୟସଭାରେ ବହୁମତରେ ପାରିତ ହୋଇଛି । ମୋଟ 240 ସଦସ୍ୟଙ୍କ ମଧ୍ୟରୁ 230 ଜଣ ସଭ୍ୟ ଗୃହରେ ଉପସ୍ଥିତ ରହି ଭୋଟ ଦାନ କରିଥିଲେ । ଯେଉଁଥିରେ ବିଲ ସପକ୍ଷରେ 125ଟି ଓ ବିପକ୍ଷରେ 105ଟି ଭୋଟ ପଡିଥିଲା । ଫଳରେ ରାଜ୍ୟସଭାରେ ବିଲ ଗୃହୀତ ହୋଇଛି। ଏହା ପୂର୍ବରୁ ହିଁ ଲୋକସଭାରେ ପାରିତ ହୋଇଛି । ବର୍ତ୍ତମାନ ଏହି ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.