ETV Bharat / bharat

CAA ଆନ୍ଦୋଳନ: କର୍ଣ୍ଣାଟକର ଅନେକ ଜିଲ୍ଲାରେ 144 ଧାରା ଜାରି

author img

By

Published : Dec 19, 2019, 8:31 AM IST

କର୍ଣ୍ଣାଟକରେ ଧାରା 144 ଲାଗୁ କରାଯାଇଛି । ଏହା ଗୁରୁବାର ସକାଳ 6 ଟାରୁ ଲାଗୁ ହୋଇ ଆଗାମୀ 3 ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି କଲବୁର୍ଗୀର ଡିସିପି  ସୂଚନା ଦେଇଛନ୍ତି ।

citizenship-amendment-act
ଫାଇଲ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକ ପର୍ଯ୍ୟନ୍ତ ବ୍ୟାପିଛି ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧୀ ଆନ୍ଦୋଳନ। ଏହି ଆଇନ୍ ବିରୋଧରେ କର୍ଣ୍ଣାଟକରେ ବାମପନ୍ଥୀ ଏବଂ ମୁସଲମାନ ସଂଗଠନ ଗୁରୁବାର ବନ୍ଦ ଡାକରା ଦେଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟର କେତେକ ଜିଲ୍ଲାରେ ଧାରା 144 ଲାଗୁ କରାଯାଇଛି । ଏହା ଗୁରୁବାର ସକାଳ 6 ଟାରୁ ଲାଗୁ ହୋଇ ଆଗାମୀ 3 ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି କଲବୁର୍ଗୀର ଡିସିପି ସୂଚନା ଦେଇଛନ୍ତି ।

ଏହା ବ୍ୟତୀତ ମାଙ୍ଗାଲୁରୁରେ ମଧ୍ୟ 3 ଦିନ ପାଇଁ ଧାରା 144 ଜାରି କରାଯାଇଛି । ନାଗରିକତ୍ବ ସଂଶୋଧନ ଆଇନ୍‌ ଏବଂ ଏନଆରସି ବିରୋଧରେ ଦେଶବ୍ୟାପି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ମାଙ୍ଗାଲୁରୁ ସିଟି ପୋଲିସ କମିଶନର ପିଏସ ହର୍ଷ ସୂଚନା ଦେଇଛନ୍ତି ।

ତେବେ କିଛି ଗୋଷ୍ଠୀ ଆନ୍ଦୋଳନ ନାମରେ ବଡ ଧରଣର ହିଂସା ପାଇଁ ଷଡଯନ୍ତ୍ର କରୁଥିବା ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା । ତେଣୁ ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ବିଭିନ୍ନ ସହରରେ ଧାରା 144 ଲାଗୁ କରାଯାଇଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.