ETV Bharat / bharat

ସଂଶୋଧିତ ନାଗରିକତ୍ବ ଆଇନ୍‌ ବିରୋଧରେ ହିଂସାକାଣ୍ଡ, କେନ୍ଦ୍ରକୁ ଘେରିଲେ ବିରୋଧି

author img

By

Published : Dec 16, 2019, 4:46 PM IST

ସଂଶୋଧିତ ନାଗରିକତ୍ବ ଆଇନକୁ ଘଟୁଥିବା ହିଂସାତ୍ମକ ପ୍ରଦର୍ଶନକୁ ନେଇ ତେଜୁଛି ରାଜନୀତି। ସୋମବାର ବିରୋଧି ଦଳ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଏ ପ୍ରସଙ୍ଗରେ ଘେରିଛନ୍ତି।

citizenship-amendment-act
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସଂଶୋଧିତ ନାଗରିକତ୍ବ ଆଇନକୁ ନେଇ ଘଟୁଥିବା ହିଂସାତ୍ମକ ପ୍ରଦର୍ଶନକୁ ନେଇ ତେଜୁଛି ରାଜନୀତି।ସୋମବାର ବିରୋଧି ଦଳ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଏ ପ୍ରସଙ୍ଗରେ ଘେରିଛନ୍ତି। ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନଉଠାଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି ସେମାନେ। ଏହା ସହିତ ସେମାନେ ଜାମିଆମିଲିୟା ବିଶ୍ବ ବିଦ୍ୟାଳୟ ହିଂସାକାଣ୍ଡ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛନ୍ତି। ସେପଟେ ବିରୋଧି ଆଜି ସନ୍ଧ୍ୟା 5ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ।

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଗୁଲାମ ନବୀ ଆଜାଦ କହିଛନ୍ତି, ଏବେ ଦେଶବ୍ୟାପୀ ହିଂସା ପ୍ରଦର୍ଶନ ହେଉଛି। କୌଣସି ବି ରାଜ୍ୟ ବିରୋଧ ପ୍ରଦର୍ଶନ କରିବାରୁ ବାଦ ପଡିନାହାଁନ୍ତି। ସେପଟେ ପୋଲିସ ବିଶ୍ବ ବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରି ଛାତ୍ରଙ୍କୁ ମାଡ ମାରୁଛି। ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି। ଏହା ସହିତ ବିନା ଅନୁମତିରେ ପୋଲିସ କ୍ୟାମ୍ପସ ଭିତରେ କିପରି ପ୍ରବେଶ କଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଆଜାଦ।

ସେ ଆହୁରି କହିଛନ୍ତି ଯେ, ଶାସକ ଦଳ କଂଗ୍ରେସ ଉପରେ ପ୍ରଦର୍ଶନ କରାଉଥିବାର ଆରୋପ ଲଗାଉଛି। କଂଗ୍ରେସ ପାଖରେ ଏତେ ଶକ୍ତି ଥିଲେ ଆପଣ ଶାସନ କ୍ଷମତାରେ ନଥାନ୍ତେ ବୋଲି ବିଜେପିକୁ କଟାକ୍ଷ କରି କହିଛନ୍ତି ଆଜାଦ।ସେପଟେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ସମୟରେ ଗୃହମନ୍ତ୍ରୀ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସିପିଏମ ସୀତାରାମ ୟେଚୁରୀ। ଏହା ସହିତ ବିଶ୍ବ ବିଦ୍ୟାଳୟରେ ଘଟାଇଥିବା ହିଂସାକାଣ୍ଡର ମୁଖ୍ୟ ଖଳନାୟକକୁ ଧରି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସେ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.