ETV Bharat / bharat

ପାଲଘର ଭିଡ ହିଂସା: ସିଆଇଡିର 12 ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ - ପାଲଘର ଭିଡ ହିଂସା

ମହାରାଷ୍ଟ୍ର ସିଆଇଡି ବୁଧବାର ପାଲଘର ଭିଡ ହିଂସା ମାମଲାରେ 12,000 ପୃଷ୍ଠା ସହିତ ଦୁଇଟି ପୃଥକ ଚାର୍ଜସିଟ୍ ଦାଖଲ କରିଛି ।

ସିଆଇଡିର 12 ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ
ସିଆଇଡିର 12 ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ
author img

By

Published : Jul 16, 2020, 12:57 PM IST

ମୁମ୍ବାଇ: ମହାରାଷ୍ଟ୍ର ସିଆଇଡି ବୁଧବାର ପାଲଘର ଭିଡ ହିଂସା ମାମଲାରେ 12,000 ପୃଷ୍ଠା ସହିତ ଦୁଇଟି ପୃଥକ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ 250 ରୁ ଅଧିକ ଅଭିଯୁକ୍ତ ଜଡିତ ଅଛନ୍ତି। ଚାର୍ଜସିଟରେ ଦର୍ଶାଯାଇଛି ଯେ ଭିଡ ଦ୍ବାରା ଗୁଜବ ପ୍ରଚାର ହତ୍ୟାର କାରଣ । ଏଥିରେ କୌଣସି ଧାର୍ମିକ ଦୃଷ୍ଟିକୋଣ ନାହିଁ ।

ପାଲଘର ସେସନ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଉଭୟ 6,000 ପୃଷ୍ଠାର ଚାର୍ଜସିଟରେ 126 ଅଭିଯୁକ୍ତଙ୍କ ନାମ ରଖାଯାଇଛି । ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସତୀଶ ମାନେଶିନ୍ଦେ କହିଛନ୍ତି ଯେ ଅପରାଧର ଅନ୍ୟାନ୍ୟ ସମ୍ପର୍କିତ ତଥ୍ୟା ଉପରେ ପୋଲିସ ତଦନ୍ତ ଜାରି ରଖିବ।

ଦହାନୁ ସେସନ୍ସ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ଡି ଏଚ କେଲୁସ୍କର ଏପ୍ରିଲ 16 ରେ 2 ସାଧୁ ଓ ସେମାନଙ୍କ ଡ୍ରାଇଭରର ସହ ହୋଇଥିବା ଭିଡ ହିଂସାରେ 25 ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ବୁଧବାର ଅଧିକାରୀ ଏହି ସୂଚନା ଦେଇଛନ୍ତି । ସତୀଶ ମନେଶିନ୍ଦ କହିଛନ୍ତି ଯେ ସମସ୍ତ ଅଭିଯୁକ୍ତ ବୈଷୟିକ ଆଧାରରେ ଜାମିନ ମାଗିଛନ୍ତି, ଯାହା ମଙ୍ଗଳବାର ଦିନ ଦାହାନୁ ସେସନ୍ସ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

16 ଏପ୍ରିଲରେ 72 ବର୍ଷୀୟ ସନ୍ଥ ମହାରାଜ କଳ୍ପବୃକ୍ଷ ଗିରି ଓ 35 ବର୍ଷିୟ ସୁଶୀଲ ଗିରି ମହାରାଜ ଗୁରୁ ଏକ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ମୁମ୍ବାଇରୁ ସୁରଟକୁ ଯାଉଥିଲେ। ତାଙ୍କ କାର ଡ୍ରାଇଭର ନୀଲେଶ ତେଲଗଡେ ଗାଡି ଚଳାଉଥିଲେ। ମୁମ୍ବାଇଠାରୁ 140 କିଲୋମିଟର ଦୂରରେ ଥିବା ପାଲଘରରେ ଏକ ଭିଡକାରକୁ ଘେରିଥିଲେ। କୁହାଯାଉଛି ଯେ ପିଲା ଚୋର ଗୁଜବ ପ୍ରଚାର କାରଣରୁ ଭିଡ ସାଧୁଙ୍କ ଉପରେ ଆକ୍ରମଣ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.