ଲେହ: ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି । ପୂନର୍ବାର ଗଲଓ୍ବାନ ଘାଟିରେ ଘଟିଥିବା ସଂଘର୍ଷର ସ୍ଥିତି ଉପୁଜିବା ପରି ମନେ ହେଉଛି । ଏପରିସ୍ଥିତିରେ ଏଲଏସିରେ ଫାଙ୍କା ଗୁଳିଚାଳନା ପରେ ଏବେ ଶାବଳ ଧରି ସୀମାରେ ରୁଣ୍ଡ ହୋଇଛନ୍ତି ଚୀନ ସେନା ।
ସୂଚନା ଅନୁଯାୟୀ ଚୀନ ସେନାର ପ୍ରାୟ 50 ଯବାନ ସନ୍ଧ୍ୟା ସମୟରେ ମୁଖପାରି ଶିଖର ନିକଟରେ ଭାରତୀୟ ପୋଷ୍ଟ ଆଡକୁ ଆକ୍ରମଣ କରିବାର ମାନସିକତା ରଖି ଆସିଥିଲେ। ମୁଖପରୀ ଶିଖର ଏବଂ ଲଦାଖର ରେଞ୍ଜାଗଲା ଅଞ୍ଚଳରେ ଭାରତୀୟ ସୈନ୍ୟଙ୍କୁ ହଟାଇ ଏହାକୁ କବଜା କରିବା ଥିଲା ଚୀନ ସେନାର ଲକ୍ଷ | ଏନେଇ ପୂର୍ବ ଲଦାଖରେ ଭାରତୀୟ ପୋଷ୍ଟ ନିକଟରେ ଶାବଳ, ବାଡ଼ି, ବର୍ଚ୍ଛା ଏବଂ ଧାରୁଆ ଅସ୍ତ୍ରଶସ୍ତ୍ର ନେଇ ପହଞ୍ଚିଥିଲେ ଚୀନ ସୈନିକ ।
ଚୀନ ଓ ଭାରତ ମଧ୍ୟରେ ବିବାଦ ଥମିବାକୁ ନାଁ ନେଉନାହିଁ । ଦୀର୍ଘ 45 ବର୍ଷ ପରେ ଏଲଏସିରେ ଗୁଳିବିନିମୟର ଘଟଣା ସାମ୍ନାକୁ ଆସିଛି । ସେପଟେ ସୀମାରେ ସ୍ଥିତି ଗମ୍ଭୀର ଥିବା ନେଇ ମସ୍କୋ ଗସ୍ତ ପୂର୍ବରୁ କହିଥିଲେ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ।