ନୂଆଦିଲ୍ଲୀ: କୋରୋନା ଭାଇରସ ସମ୍ପର୍କରେ ପ୍ରଥମ ସୂଚନା ଦେଇଥିବା ଡାକ୍ତରଙ୍କ ମୃତ୍ୟୁ । ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସ ସମ୍ପର୍କରେ ଦୁନିଆକୁ ପ୍ରଥମ ସୂଚନା ଦେଇଥିବା ଚୀନ୍ ଡାକ୍ତର ଲି- ୱେନଲିୟାଙ୍ଗଙ୍କ ଗୁରୁବାର ମୃତ୍ୟୁ ଘଟିଛି ।
ଚୀନର ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଲି ୱେନଲିୟାଙ୍ଗଙ୍କ ମୃତ୍ୟୁ କୋରୋନା ଭାଇରସ ସଂସ୍ପର୍ଶରେ ଆସି ହୋଇଛି । ଯେତେବେଳେ ଚୀନର ଉହାନ ସହରରେ କୋରୋନା ଭାଇରସ ଖବର ଲୁଚାଇବାକୁ ଚେଷ୍ଟା କରାଯାଉଥିଲା ସେତେବେଳେ ଲି -ୱେନଲିୟାଙ୍ଗ ମେଡିକାଲରୁ ଏକ ଭିଡିଓ ମାଧ୍ୟମରେ କୋରୋନା ଭାଇରସ ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇଥିଲେ ।
ଏହାପରେ ଚୀନର ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ଏନେଇ ଲି ୱେନଲିୟାଙ୍ଗଙ୍କୁ ପଚରାଉଚରା କରିଥିଲେ । ଏହାଛଡା ଉହାନ ପୋଲିସ ଡାକ୍ତର ଲିଙ୍କୁ ଏକ ନୋଟିସ୍ ଜାରି କରିବା ସହ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ତାଙ୍କ ଉପରେ ଆରୋପ ଲଗାଇଥିଲା ।
ତେବେ ଗତ ବର୍ଷ ଡିସେମ୍ବର 30ରେ ଏକ ଚାଟ୍ ଗ୍ରୁପ ମାଧ୍ୟମରେ ନିଜ ସାଥୀ ଡାକ୍ତରମାନଙ୍କୁ ଲି ୱେନଲିୟାଙ୍ଗ ଏକ ମେସେଜ ପଠାଇ ଏହି ଭାଇରସର ବିପଦ ବିଷୟରେ ଜଣାଇଥିଲେ । ଏଥିସହ ସେମାନଙ୍କୁ ଏକ ଭିନ୍ନ କପଡା ପରିଧାନ କରିବାକୁ ଚେତାବନୀ ଦେଇଥିଲେ ।
ତେବେ କୋରୋନା ଭାଇରସ ସଂସ୍ପର୍ଶରେ ଆସି ଗତ ଜାନୁଆରୀ 12ରେ ଲି ୱେନଲିୟାଙ୍ଗମେଡିକାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ଗତ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁକୁ ନେଇ ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ(ଡବ୍ଲ୍ୟୁଏଚ୍ଓ) ଦୁଃଖ ପ୍ରକାଶ କରିଛି ।