ETV Bharat / bharat

ଭାରତରେ ବ୍ୟାନ ପରେ ଚାଇନିଜ କମ୍ପାନୀରେ କର୍ମଚାରୀଙ୍କ ଛଟେଇ ଆରମ୍ଭ

author img

By

Published : Jul 18, 2020, 8:01 AM IST

ଗତ ଜୁନ 29ରେ ଚାଇନିଜ ଆପ୍‌ ବ୍ୟାନ ନେଇ ଭାରତ ସରକାର 59ଟି ଆପ୍‌ର ଏକ ତାଲିକା ପ୍ରସ୍ତୁତ କରିଥିଲେ । ଏହାପରେ ଅଲିବାବା ଅଧିକୃତ ୟୁସିୱେବ ପ୍ରଭାବିତ ହୋଇଥିଲା । ଏହି କମ୍ପାନୀ ଅଧିନରେ ୟୁସି ବ୍ରାଉଜର, ୟୁସି ନ୍ୟୁଜ୍‌ ଆଦି ପରିଚାଳିତ ହେଉଥିବାବେଳେ ଭାରତରେ ଏହି ଆପ୍‌ ଗୁଡିକ ବ୍ୟାନ କରାଯାଇଛି ।

chinese apps banned in india, lay off in banned chinese app office, effect of chinese app ban on staffs, ଭାରତରେ ଚାଇନିଜ ଆପ୍‌ ବ୍ୟାନ, ଭାରତରେ ଚାଇନିଜ ଆପ୍‌ର ଛଟେଇ, ଭାରତରେ ଚାଇନିଜ ଆପ୍‌ ବ୍ୟାନର ପ୍ରଭାବ
ଭାରତରେ ବ୍ୟାନ ପରେ ଚାଇନିଜ କମ୍ପାନୀରେ କର୍ମଚାରୀଙ୍କ ଛଟେଇ ଆରମ୍ଭ

ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷ ପରେ ଭାରତରେ ବ୍ୟାନ ହୋଇଛି ଚାଇନିଜ ଆପ୍‌ । ଏନେଇ 59ଟି ଆପ୍‌ର ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଭାରତୀୟ ବଜାରରେ ଏହି ଆପ୍‌ର ବ୍ୟାନ ନିଷ୍ପତ୍ତି ଚୀନ ବଜାର ପ୍ରତି ସୃଷ୍ଟି କରିଛି ବିପଦ । ଏମିତିରେ ଭାରତରେ ଥିବା ଏହି ଚାଇନିଜ ଆପ୍‌ର କାର୍ଯ୍ୟାଳୟରୁ କର୍ମଚାରୀଙ୍କୁ ଛଟେଇ ଆରମ୍ଭ ହୋଇଛି । ସେପଟେ ଏହି ଆପ୍‌ ମେକର୍ସ କମ୍ପାନୀରେ ମଧ୍ୟ ଛଟେଇ ଆରମ୍ଭ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଗତ ଜୁନ 29ରେ ଚାଇନିଜ ଆପ୍‌ ବ୍ୟାନ ନେଇ ଭାରତ ସରକାର 59ଟି ଆପ୍‌ର ଏକ ତାଲିକା ପ୍ରସ୍ତୁତ କରିଥିଲେ । ଏହାପରେ ଅଲିବାବା ଅଧିକୃତ ୟୁସିୱେବ ପ୍ରଭାବିତ ହୋଇଥିଲା । ଏହି କମ୍ପାନୀ ଅଧିନରେ ୟୁସି ବ୍ରାଉଜର, ୟୁସି ନ୍ୟୁଜ୍‌ ଆଦି ପରିଚାଳିତ ହେଉଥିବା ବେଳେ ଭାରତରେ ଏହି ଆପ୍‌ ଗୁଡିକ ବ୍ୟାନ କରାଯାଇଛି । ଭାରତ ସରକାରଙ୍କ ଘୋଷଣା ପରେ ଗୁରୁଗ୍ରାମ ଓ ମୁମ୍ବାଇସ୍ଥିତ ସମ୍ପୃକ୍ତ କମ୍ପାନୀର କାର୍ଯ୍ୟାଳୟରୁ କର୍ମଚାରୀଙ୍କ ଛଟେଇ ଆରମ୍ଭ ହୋଇଥିଲା । ଏନେଇ ସୂଚନା ଦେଇଥିଲେ ୟୁସି ମୁଖପାତ୍ର ।

ସେପଟେ ପ୍ରତିଜବାବରେ ୟୁସି ବ୍ରାଉଜର ଜୁଲାଇ 7ରେ ନିଜ ଭାରତୀୟ ୟୁଜର୍ସଙ୍କୁ ଚେତାବନୀ ଦେଇ କହିଥିଲା କି ସେମାନଙ୍କ ପାଇଁ ଜୁଲାଇ 10 ପରଠାରୁ ସେବା ଉପଲବ୍ଧ ହେବ ନାହିଁ । ଏନେଇ ଏକ ଅଫିସିଆଲ ଷ୍ଟେଟମେଣ୍ଟରେ କମ୍ପାନୀ କହିଥିଲା କି ଭାରତ ସରକାରଙ୍କ ସଦ୍ୟ ନିର୍ଦ୍ଦେଶ ପରେ କମ୍ପାନୀ ଏହାକୁ ପାଳନ କରିବାକୁ ଯାଇ ସେବା ବନ୍ଦ କରିବାକୁ ଯାଉଛି । ତେଣୁ ଜୁଲାଇ 10 ପୂର୍ବରୁ ନିଜ ସମସ୍ତ ଡାଟା ସେଭ କରିନେବା ପାଇଁ କମ୍ପାନୀ ନିଜ ୟୁଜର୍ସଙ୍କ ଅନୁରୋଧ କରିଥିଲା ।

ଅଲ ଇଣ୍ଡିଆ ଭେଣ୍ଡର ଆସୋସିଏସନର ସୂଚନା ମୁତାବକ ଭାରତରେ ବ୍ୟାନ ହୋଇଥିବା ଇ-କମର୍ସ ପ୍ଲେୟାର କ୍ଲବ ଫ୍ୟାକ୍ଟ୍ରି ମଧ୍ୟ ଇତି ମଧ୍ୟରେ ନିଜ ସେଲରମାନଙ୍କୁ ଇମେଲ ଜରିଆରେ ସେବା ରବ୍ଦ ନେଇ ସୂଚିତ କରିଛି । ତେଣୁ ବ୍ୟାନ ନ ହଟିବା ଯାଏଁ ବାକି ଥିବା ଦେୟ ଦେଇ ନହେବା ପାଇଁ ମଧ୍ୟ କମ୍ପାନୀ ସୂଚନା ଦେଇଛି । ତେଣେ ଅଲ ଇଣ୍ଡିଆ ଭେଣ୍ଡର ଆସୋସିଏସନ ପ୍ରାୟ 2000 ସେଲରଙ୍କ ପ୍ରତିନିଧିତ୍ବ କରୁଥିବା ବେଳେ ଏହି ସମସ୍ୟାର ଶୀଘ୍ର କିଛି ବିକଳ୍ପ ଚିନ୍ତା କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛି ।

ଚାଇନିଜ ୟୁନିକର୍ଣ୍ଣ ବାଇଟ ଡ୍ୟାନ୍ସ ଦ୍ବାରା ପରିଚାଳିତ ଟିକ୍‌ଟକ୍‌ ମଧ୍ୟରେ ଭାରତରେ ବ୍ୟାନ ହୋଇଛି । ଏହାର ଭାରତରେ ପ୍ରାୟ 120 ମିଲିୟନ ୟୁଜର୍ସ ରହିଥିବା ବେଳେ ଆପ୍‌ ବ୍ୟାନ ପରେ କମ୍ପାନୀକୁ ବ୍ୟାପକ କ୍ଷତି ସହିବାକୁ ପଡିଛି । କମ୍ପାନୀ ସିଇଓ କେଭିନ ମେୟରଙ୍କ ପୂର୍ବରୁ କହିଥିଲେ ଭାରତ ସରକାରଙ୍କ ଏହି ନିଷ୍ପତ୍ତି କମ୍ପାନୀର କର୍ମଚାରୀଙ୍କ ଦରମା ଉପରେ ପଡିବ ନାହିଁ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.