ETV Bharat / bharat

କାଇବିଠୁ ସୀମାରେ 5 ନିଖୋଜ ଅରୁଣାଚଳ ପ୍ରଦେଶ ଯୁବକଙ୍କୁ ହସ୍ତାନ୍ତର କରିବ ଚୀନ - କାଇବିଠୁ ସୀମା

କାଇବିଠୁ ସୀମା ନିକଟ ଓ୍ବଚାଠାରେ ନିଖୋଜ ଭାରତୀୟ ନାଗରିକଙ୍କୁ ବୁଧବାର ଚୀନ ସେନା ହସ୍ତାନ୍ତର କରିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

କାଇବିଠୁ ସୀମାରେ ଶନିବାର ନିଖୋଜ ଅରୁଣାଚଳପ୍ରଦେଶ ନାଗରିକଙ୍କୁ ହସ୍ତାନ୍ତର କରିବ ଚୀନ

author img

By

Published : Sep 11, 2020, 10:20 PM IST

ଇଟାନଗର: ନିଖୋଜ 5 ଅରୁଣାଚଳ ପ୍ରଦେଶ ଯୁବକଙ୍କୁ ଶନିବାର ଭାରତକୁ ହସ୍ତାନ୍ତର କରିବ ଚୀନ । କାଇବିଠୁ ସୀମା ନିକଟ ଓ୍ବଚାଠାରେ ଏହି ଭାରତୀୟ ନାଗରିକମାନଙ୍କୁ ଚୀନ ସେନା ହସ୍ତାନ୍ତର କରିବ ବୋଲି ଜଣାପଡିଛି । ନିଖୋଜ ପରେ ଅରୁଣାଚଳ ପ୍ରଦେଶର 5 ଯୁବକ ଚୀନ ସେନାର କବଜାରେ ରହିଥିଲେ ।

ଅରୁଣାଚଳ ପ୍ରଦେଶ ନାଗରିକଙ୍କୁ ଚୀନ ସେନା ହସ୍ତାନ୍ତର କରିବା ନେଇ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶର 5 ନାଗରିକଙ୍କୁ ଚୀନ ସେନା ଭାରତକୁ ହସ୍ତାନ୍ତର କରିବାକୁ ନିଶ୍ଚିତ କରିଛି । ଶନିବାର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଭାରତୀୟ ନାଗରିକଙ୍କୁ ହସ୍ତାନ୍ତର ନେଇ ଚୀନ ସ୍ପଷ୍ଟ କରିଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୋମବାର ଅରୁଣାଚଳ ପୋଲିସ ଦାବି କରିଥିଲା ଯେ ଗତ ଶୁକ୍ରବାର ଭାରତ-ଚୀନ୍ ସୀମାରେ ଥିବା ଉତ୍ତର-ପୂର୍ବ ରାଜ୍ୟର ଏକ ଗାଁରୁ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି 5 ଜଣ ଯୁବକଙ୍କୁ ଅପହରଣ କରିନେଇଛି । ହେଲେ ଚୀନ ଏହି ଅଭିଯୋଗକୁ ସମ୍ପୁର୍ଣ୍ଣ ଖଣ୍ଡନ କରିଥିଲା ।

ତେବେ ଚୀନ ସୀମାରେ ନିଖୋଜ ଅରୁଣାଚଳପ୍ରଦେଶ ନାଗରିକମାନଙ୍କ ସନ୍ଧାନ ମିଳିଥିବା ପିପୁଲ୍ସ ଲିବରେସନ୍ ଆର୍ମି ସ୍ବୀକାର କରିଥିଲା ବୋଲି ଟ୍ବିଟ କରି ସୂଚନା ଦେଇଥିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ତେବେ ଏହି ନିଖୋଜ ଯୁବକମାନଙ୍କୁ ଭାରତକୁ ହସ୍ତାନ୍ତର କରିବା ନେଇ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ ପୂର୍ବରୁ କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.