ETV Bharat / bharat

ଚୀନକୁ ବଏକଟ ନୁହେଁ ସହଜ: ଡୋକଲାମ ବିବାଦ ପରେ 28% ବଢିଛି ଫାର୍ମା ଆମଦାନୀ - ଭାରତ ଚୀନ ବିବାଦ

2019 ରେ, ଚୀନରୁ ଭାରତର ଫାର୍ମା ଆମଦାନୀ ମୂଲ୍ୟ 1,150 କୋଟି ଥିଲା, ଯାହା 2015-16 ରେ 947 କୋଟି ଥିଲା । ଡୋକଲାମ ବିବାଦ ପରେ, ଚୀନରୁ ଭାରତର ଫାର୍ମା ଆମଦାନୀ ପ୍ରାୟ 28% ବୃଦ୍ଧି ପାଇଛି। ବାଣିଜ୍ୟ ମନ୍ତ୍ରଣାଳୟ ଦ୍ବାରା ଏହି ତଥ୍ୟ ଦିଆଯାଇଛି।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 22, 2020, 7:12 PM IST

ନୂଆଦିଲ୍ଲୀ: ଗଲୱାନ୍ ଭ୍ୟାଲିରେ ସାମ୍ପ୍ରତିକ ବିବାଦ ପରେ ସାରା ଦେଶରେ ଚୀନ୍ ବିରୋଧୀ ନାରା ଜୋର ଧରିଛି । ଏପରିସ୍ଥିତିରେ ଭାରତବାସୀ ଚାହୁଁଛନ୍ତି ଯେ ସରକାର ଚୀନ୍ ସହିତ ବାଣିଜ୍ୟିକ ସମ୍ପର୍କ ହ୍ରାସ କରନ୍ତୁ ଏବଂ ଚୀନ୍ ଠାରୁ ଆମଦାନୀ ହ୍ରାସ କରିବା ଆରମ୍ଭ କରନ୍ତୁ । ମାତ୍ର ଯଦି ଭାରତର ଫାର୍ମା କ୍ଷେତ୍ର ଆଲୋଚନା କରାଯାଏ ତେବେ ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସମସ୍ତ ପ୍ରୟାସ କେବଳ କାଗଜ କଲମରେ ହୋଇଛି । ଏକ ପରିସଂଖ୍ୟାନ ଦର୍ଶାଏ ଯେ 2017 ରେ ଡୋକଲାମ ବିବାଦ ପରେ ଭାରତର ଏପିଆଇ ନିର୍ମାତାମାନେ ସରକାରଙ୍କୁ ନିଜର ନୀତି ପ୍ରସ୍ତୁତ କରିବାକୁ ଦାବି କରିଥିଲେ ଯାହା ଦ୍ବାରା ଚାଇନାରୁ ଆମଦାନୀ ହ୍ରାସ ହୋଇପାରିବ, କିନ୍ତୁ ଏହି ଚାହିଦା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସରକାରଙ୍କର ମଧ୍ୟ ସମାନ ଯୋଜନା ଥିଲା କିନ୍ତୁ ଏହା ଆଗକୁ ବଢିପାରିନଥିଲା ।

2019 ରେ, ଚୀନରୁ ଭାରତର ଫାର୍ମା ଆମଦାନୀ ମୂଲ୍ୟ 1,150 କୋଟି ଥିଲା, ଯାହା 2015-16 ରେ 947 କୋଟି ଥିଲା । ଡୋକଲାମ ବିବାଦ ପରେ, ଚୀନରୁ ଭାରତର ଫାର୍ମା ଆମଦାନୀ ପ୍ରାୟ 28% ବୃଦ୍ଧି ପାଇଛି। ବାଣିଜ୍ୟ ମନ୍ତ୍ରଣାଳୟ ଦ୍ବାରା ଏହି ତଥ୍ୟ ଦିଆଯାଇଛି।

ଯଦି ଆମେ ଫାର୍ମା ଉତ୍ପାଦର ଅନ୍ୟାନ୍ୟ ଉତ୍ପାଦ ବିଷୟରେ ଆଲୋଚନା କରିବା, ତେବେ ଏହାର ଆମଦାନୀ 58% ବୃଦ୍ଧି ହୋଇ 276 କୋଟିରେ ପହଞ୍ଚିଛି । ଚୀନରୁ ଭାରତକୁ ଆସୁଥିବା ଜିନିଷଗୁଡ଼ିକ ମଧ୍ୟରେ ଫାର୍ମା ଉପାଦାନ, ରାସାୟନିକ ପଦାର୍ଥ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଜଡିତ ।

ଚୀନରୁ ଭାରତର ଆମଦାନୀ ବାର୍ଷିକ ପ୍ରାୟ 2 ବିଲିୟନ ଡ଼ଲାର ଅଟେ । ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ କହିଛନ୍ତି ଯେ ଏହି ଜିନିଷଗୁଡିକ ଚୀନରୁ ଆମଦାନୀ ନକରି କମ୍ ମୂଲ୍ୟରେ ଭାରତରେ ତିଆରି କରିବା ଆବଶ୍ୟକ । ଭାରତରେ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକୁ ଉତ୍ସାହିତ କରିବା ପାଇଁ ନୂତନ ନୀତି ସାମ୍ନାକୁ ଆଣିବାର ସମୟର ଆସିଛି ।

ଭାରତ ପ୍ରତିବର୍ଷ ପ୍ରାୟ 39 ବିଲିୟନ ଡଲାର ମୂଲ୍ୟର ଔଷଧ ଉତ୍ପାଦନ କରିଥାଏ। ଫାର୍ମାସ୍ୟୁଟିକାଲ୍ ପ୍ରସ୍ତୁତି ପାଇଁ ଆବଶ୍ୟକ ପ୍ରାରମ୍ଭିକ ସାମଗ୍ରୀ ଏବଂ ଏପିଆଇ ପାଇଁ ଭାରତ ମୁଖ୍ୟତ ଚୀନ୍ ଉପରେ ନିର୍ଭରଶୀଳ ।

ଭାରତୀୟ କମ୍ପାନୀଗୁଡିକ ଚୀନରୁ ଏପିଆଇ ଆମଦାନୀ କରି ସେମାନଙ୍କ ଆବଶ୍ୟକତାର 70 ପ୍ରତିଶତ ପୂରଣ କରନ୍ତି, କେତେକ ଔଷଧ ପାଇଁ ଏହା 90 ପ୍ରତିଶତ ପର୍ଯ୍ୟନ୍ତ ରହିଛି । ଚୀନ୍ ମଧ୍ୟ ଭାରତର ନିର୍ଭରଶୀଳତାର ଫାଇଦା ଉଠାଇବା ଆରମ୍ଭ କରିଛି, ଚୀନ୍ ଏପିଆଇର ମୂଲ୍ୟ ବୃଦ୍ଧି କରିଛି, ଏହି କାରଣରୁ ଭାରତରେ ଔଷଧର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.