ETV Bharat / bharat

ଦ୍ବିପାକ୍ଷିକ ବୈଠକରେ ଆପ୍‌ ବ୍ୟାନ ପ୍ରସଙ୍ଗ ଉଠାଇଲା ଚୀନ, କଡା ଜବାବ ଦେଲା ଭାରତ - ଦ୍ବିପାକ୍ଷିକ ବୈଠକ

ନିକଟରେ ଭାରତ ଏବଂ ଚୀନ ମଧ୍ୟରେ ନୂଆଦିଲ୍ଲୀଠାରେ କୂଟନୈତିକ ସ୍ତରରେ ବୈଠକ ହୋଇଥିଲା । ଏହି ବୈଠକରେ ଚୀନ ପକ୍ଷରୁ ଭାରତରେ ମୋବାଇଲ ଉପରେ ଲାଗିଥିବା ପ୍ରତିବନ୍ଧକ ପ୍ରସଙ୍ଗ ଉଠାଯାଇଥିଲା ।

 ଭାରତ-ଚୀନ ଦ୍ବିପାକ୍ଷିକ ବୈଠକ
ଭାରତ-ଚୀନ ଦ୍ବିପାକ୍ଷିକ ବୈଠକ
author img

By

Published : Jul 13, 2020, 3:43 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଟିକ୍‌ଟକ୍‌ ସମେତ ଚୀନର 59ଟି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ତେବେ ଭାରତର ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନାହିଁ ଚୀନ । ଏନେଇ ସେ ବିଚଳିତ ହୋଇପଡିଛି । ନିକଟରେ ନୂଆଦିଲ୍ଲୀରେ ହୋଇଥିବା ଭାରତ-ଚୀନ ଦ୍ବିପାକ୍ଷିକ ବୈଠକରେ ଏହି ପ୍ରସଙ୍ଗ ଉଠାଇଛି ଡ୍ରାଗନ ।

ସରକାରୀ ସୂତ୍ର ଅନୁଯାୟୀ, ନିକଟରେ ଭାରତ ଏବଂ ଚୀନ ମଧ୍ୟରେ ନୂଆଦିଲ୍ଲୀଠାରେ କୂଟନୈତିକ ସ୍ତରରେ ବୈଠକ ହୋଇଥିଲା । ଏହି ବୈଠକରେ ଚୀନ ପକ୍ଷରୁ ଭାରତରେ ମୋବାଇଲ ଉପରେ ଲାଗିଥିବା ପ୍ରତିବନ୍ଧକ ପ୍ରସଙ୍ଗ ଉଠାଯାଇଥିଲା । ତେବେ ଭାରତ ମଧ୍ୟ ଚୀନକୁ ନିଜ ପକ୍ଷ ସ୍ପଷ୍ଟ କରିଥିବା ସୂତ୍ରରୁ ପ୍ରକାଶ ପାଇଛି । ସୁରକ୍ଷା ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ନିଜ ନାଗରିକଙ୍କ ସହ ଜଡିତ ତଥ୍ୟ ସହ ସାଲିସ କରିବାକୁ ଭାରତ ଚାହୁଁନଥିଲା ବୋଲି ଚୀନକୁ କୁହାଯାଇଛି ।

ଭାରତ ସରକାର ଟିକଟକ୍ ସମେତ ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହି ଆପଗୁଡ଼ିକରେ ଟିକଟକ୍, ୟୁସି ବ୍ରାଉଜର, ହେଲୋ ଏବଂ ସେୟାର୍ ଭଳି ବହୁ ଲୋକପ୍ରିୟ ଆପ୍ ଅନ୍ତର୍ଭୁକ୍ତ । ତେବେ ଏହି ଚୀନ ଆପ୍ ଗୁଡ଼ିକର ସର୍ଭର ଭାରତ ବାହାରେ ଅଛି ଏବଂ ବ୍ୟବହାରକାରୀଙ୍କ ତଥ୍ୟ ସେମାନଙ୍କ ମାଧ୍ୟମରେ ଚୋରି ହେଉଛି ବୋଲି ଭାରତ ପକ୍ଷରୁ କୁହାଯାଇଥିଲା । ଏହା ଭାରତର ସାର୍ବଭୌମତ୍ୱ ତଥା ଅଖଣ୍ଡତା, ଭାରତର ପ୍ରତିରକ୍ଷା, ରାଜ୍ୟ ତଥା ଜନସାଧାରଣଙ୍କ ସୁରକ୍ଷା ସହ ସହ ଜଡିତ ଅଛି । ତେଣୁ ଭାରତ ସରକାର ଏହି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଥିବା କୁହାଯାଇଥିଲା ।

ସେପଟେ ଏହି ପ୍ରତିବନ୍ଧକ ପରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ଏନେଇ କଡା ପ୍ରତିକ୍ରିୟା ରଖିଥିଲା । ଆନ୍ତର୍ଜାତୀୟ ନିବେଶକଙ୍କ ଆଇନଗତ ଅଧିକାର ରକ୍ଷା କରିବା ଭାରତର କର୍ତ୍ତବ୍ୟ ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.