ETV Bharat / bharat

‘ଭାରତ ଉପରେ ଆକ୍ରମଣ ମନୋଭାବ ଚୀନ କମ୍ୟୁନିଷ୍ଟ ପାର୍ଟିର ଅସଲ ଚେହେରା’ - ଭାରତ ବିରୋଧରେ ଆକ୍ରମଣ ମନୋଭାବ

ଭାରତ ଉପରେ ଚୀନ ଆକ୍ରମଣାତ୍ମକ ମନୋଭାବକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡା ସମାଲୋଚନା । ସେ ବିଶ୍ବାସ କରନ୍ତି ଯେ, ଭାରତ କିମ୍ବା ଅନ୍ୟ ଦେଶ ବିରୋଧରେ ବେଜିଂର ଏହି ମନୋଭାବ ଚୀନର କମ୍ୟୁନିଷ୍ଟ ପାର୍ଟିର ପ୍ରକୃତ ଚେହେରା ।

ଚୀନର କମ୍ୟୁନିଷ୍ଟ ପାର୍ଟିର ଅସଲ ଚେହେରା
ଚୀନର କମ୍ୟୁନିଷ୍ଟ ପାର୍ଟିର ଅସଲ ଚେହେରା
author img

By

Published : Jul 2, 2020, 4:08 PM IST

ୱାସିଂଟନ: ଭାରତ ଉପରେ ଚୀନ ଆକ୍ରାମଣାତ୍ମକ ମନୋଭାବକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡା ସମାଲୋଚନା । ସେ ବିଶ୍ବାସ କରନ୍ତି ଯେ, ଭାରତ କିମ୍ବା ଅନ୍ୟ ଦେଶ ବିରୋଧରେ ବେଜିଂର ଏହି ମନୋଭାବ ଚୀନର କମ୍ୟୁନିଷ୍ଟ ପାର୍ଟିର ପ୍ରକୃତ ଚେହେରା ।

ପୂର୍ବ ଲଦାଖରେ ଭାରତ ଓ ଚୀନର ଯବାନଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ସମ୍ପର୍କରେ ସେ କହିଛନ୍ତି ଯେ ଆମେରିକା ପରିସ୍ଥିତି ଉପରେ କଡା ନଜର ରଖିଛି ଓ ଏହାର ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରୁଛି । ପ୍ରକାଶଥାଉକି, ଗତ 7 ସପ୍ତାହ ଧରି ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଅବରୋଧ ଜାରି ରହିଛି। ଜୁନ 15 ରେ ଉଭୟ ଦେଶ ମଧ୍ୟରେ ଗଲୱାନ ଉପତ୍ୟକାର ଉଭୟ ପାର୍ଶ୍ବରେ ହୋଇଥିବା ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ ।

ହ୍ବାଇଟ ହାଉସର ପ୍ରେସ ସେକ୍ରେଟାରୀ କାୟଲେ ମ୍ୟାକନେନି କହିଛନ୍ତି, ‘ଭାରତ ଓ ଚୀନ ସମ୍ପର୍କରେ ଆମେ ପରିସ୍ଥିତି ଉପରେ କଡା ନଜର ରଖିଛୁ। ରାଷ୍ଟ୍ରପତି ମଧ୍ୟ ତାହା କରୁଛନ୍ତି । ଚୀନ ଅନ୍ୟ ସୀମା ଭଳି ଭାରତ-ଚୀନ ସୀମାରେ ମଧ୍ୟ ଆକ୍ରାମଣାତ୍ମକ ମନୋଭାବ ରଖୁଛି’ । ଏହାପୂର୍ବରୁ ଆମେରିକାର ଅନେକ ସାଂସଦ ପ୍ରକୃତ ନିୟନ୍ତ୍ରଣ ସୀମାରେ ଚୀନର ମନୋଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.