ETV Bharat / bharat

ଭାରତର ଉତ୍ତର ସୀମାରେ 60 ହଜାର ଯବାନ ମୁତୟନ କରିଛି ଚୀନ: ମାଇକ ପୋମ୍ପିଓ

author img

By

Published : Oct 10, 2020, 6:22 PM IST

ଚୀନ ଭାରତର ଉତ୍ତର ସୀମାରେ 60 ହଜାର ସୈନ୍ୟ ମୁତୟନ କରିଛି । ଏହା କେବଳ ଭାରତ ପାଇଁ ନୁହେଁ, ବରଂ କ୍ବାଡ ଦେଶ ପାଇଁ ବିପଦର ଘଣ୍ଟି ବୋଲି କହିଛନ୍ତି ଆମେରିକା ବୈଦେଶିକ ସଚିବ ମାଇକ ପୋମ୍ପିଓ । ଅଧିକ ପଢ଼ନ୍ତୁ...

ଭାରତର ଉତ୍ତର ସୀମାରେ 60 ହଜାର ଯବାନ ମୁତୟନ କରିଛି ଚୀନ: ମାଇକ ପୋମ୍ପିଓ
ଭାରତର ଉତ୍ତର ସୀମାରେ 60 ହଜାର ଯବାନ ମୁତୟନ କରିଛି ଚୀନ: ମାଇକ ପୋମ୍ପିଓ

ଓ୍ବାଶିଂଟନ: ଭାରତ-ଚୀନ ସୀମା ଲଦାଖର ଗଲଓ୍ବାନରେ ରକ୍ତାକ୍ତ ସଂଘର୍ଷ ପରେ ବଦଳୁନି ଚୀନର ଚରିତ୍ର । ବିସ୍ତାରବାଦୀ ନୀତି ଏବଂ ପଡୋଶୀଙ୍କୁ ନାଲିଆଖି, ଏବେବି ଡ୍ରାଗନର ଡିଏନଏରେ ରହିଛି । ରେଡ୍ ଆର୍ମି ଗୋଟିଏ ପରେ ଗୋଟିଏ ଚାଲ ଏବଂ ସାଂଘାତିକ ଷଡଯନ୍ତ୍ର ରଚୁଛି ଭାରତ ବିପକ୍ଷରେ । ଖାଲି ଏତିକି ନୁହେଁ, ଯୁଦ୍ଧଖୋର ବେଜିଂ ଭାରତର ଉତ୍ତର ସୀମାରେ ପ୍ରାୟ 60 ହଜାର ସୈନିକ ଠୁଳ କରିଛି । ଏହା ଚୀନର ପଡୋଶୀ ଦେଶମାନଙ୍କ ପ୍ରତି ଖରାପ ଆଚରଣ ଏବଂ ଏହା କେବଳ ଭାରତ ନୁହେଁ, କ୍ବାଡ ଦେଶ ପାଇଁ ବିପଦର ଘଣ୍ଟି । ଆମେରିକା ବୈଦେଶିକ ସଚିବ ମାଇକ ପୋମ୍ପିଓ ଚୀନକୁ ଟାର୍ଗେଟ କରି ଏହା କହିଛନ୍ତି ।

ସୂଚନା ଯୋଗ୍ୟ ଯେ, କ୍ବାଡ଼ ଗୋଷ୍ଠୀ ଅର୍ଥାତ୍ ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନେ ମଙ୍ଗଳବାର ଟୋକିଓରେ ସାକ୍ଷାତ କରିଥିଲେ । ଭାରତ-ପ୍ରଶାନ୍ତ ମହାସାଗର, ଦକ୍ଷିଣ ଚୀନ ସାଗର ଓ ପୂର୍ବ ଲଦାଖର ଏଲଏସି(LAC)ରେ ଚୀନର ସାମରିକ ଆଚରଣର ପୃଷ୍ଠଭୂମି ଉପରେ ଆଲୋଚନା ହୋଇଥିଲା । ପୋମ୍ପିଓ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟି ସମଗ୍ର ବିଶ୍ବରେ ଶାନ୍ତି ଓ ନିରପତ୍ତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ।

ଏହାସହ ଜୟଶଙ୍କରଙ୍କ ସହିତ ତାଙ୍କର ସାକ୍ଷାତ ଫଳପ୍ରଦ ହୋଇଥିବା ପୋମ୍ପିଓ ଟୋକିଓରୁ ଫେରିବା ପରେ ଶୁକ୍ରବାର ଗାଏବେନସନ ସାକ୍ଷାତକାରରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଅଷ୍ଟ୍ରେଲିଆ ହେଉ କି ଭାରତ ଏସବୁ ଦେଶବାସୀ ଭଲଭାବେ ଜାଣିଛନ୍ତି ଚୀନ କମ୍ପ୍ୟୁନିଷ୍ଟ ପାର୍ଟି ସେମାନଙ୍କ ପାଇଁ ବିପଦ । କୋରୋନା ଭାଇରସ ସଂପର୍କରେ ଅନୁସନ୍ଧାନ କରିବା ସମୟରେ ଅଷ୍ଟ୍ରେଲିଆ ଚୀନକୁ କିଛି ତଥ୍ୟ ମାଗିବାରୁ ଚୀନ ତାକୁ ଧମକ ଦେଇଥିଲା । ତେଣୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ବରେ ଆମେରିକା ବର୍ତ୍ତମାନ ଏକ ମିଳିତ ମଞ୍ଚ ଗଠନ କରିଛି । ଯାହା ସମସ୍ତ ବିପଦକୁ ପଛରେ ପକାଇବ ଓ ଚୀନ ବିରୁଦ୍ଧରେ ମୁକାବିଲା କରିବ ।

ଆଗରୁ ଆମେରିକା ଆଣ୍ଠୁ ମାଡି ବସି ରହି ଚୀନର ଖରାପ ଆଚରଣ ଓ ପ୍ରତ୍ୟେକ କାର୍ଯ୍ୟକଳାପକୁ ସହ୍ୟ କରୁଥିଲା । ଚୀନ କମ୍ୟୁନିଷ୍ଟ ପାର୍ଟି ଯେଉଁ ବିପଦ ସୃଷ୍ଚି କରୁଛି ସେଥିରୁ ଆମେ ଆମେରିକୀୟଙ୍କୁ ରକ୍ଷା କରିବାକୁ ଲକ୍ଷ୍ୟ ରଖିଛୁ । ବର୍ତ୍ତମାନ ଚାରି ବୃହତ ତଥା ଶକ୍ତିଶାଳୀ ରାଷ୍ଟ୍ର ଯଥା- ଭାରତ, ଜାପାନ, ଅଷ୍ଚ୍ରେଲିଆ ଓ ଆମେରିକା ମିଳିତ ଭାବେ ଚୀନର ମୁକାବିଲା କରିବେ ବୋଲି ଏକ ସାକ୍ଷାତକାରରେ ପୋମ୍ପିଓ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.