ETV Bharat / bharat

ଏଲଏସିରେ ଲଗାତାର ସୈନ୍ୟଶକ୍ତି ବଢାଉଛି ଚୀନ - india china border news

ଚୀନ ସେନା ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖାରେ ଲଗାତାର ସୈନ୍ୟ ଶକ୍ତି ବୃଦ୍ଧି କରାଯାଉଛି । ଚୀନ ଫିଙ୍ଗର କ୍ଷେତ୍ରରେ ସାମରିକ କ୍ଷମତା ବଜାୟ ରଖିଥିବା ଜଣାପଡିଛି ।

ଚୀନ
ଚୀନ
author img

By

Published : Jun 24, 2020, 8:01 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଲଗାତାର ଆଲୋଚନା ଜାରି ରଖିଛନ୍ତି ଉଭୟ ଦେଶ । ବୁଧବାର ଉଭୟ ଦେଶର ବୈଦେଶିକ ମନ୍ତ୍ରାଳୟର ଅଧିକାରୀଙ୍କ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ମଧ୍ୟ ହୋଇଛି । ସେପଟେ ଚୀନ ସୀମାରେ ନିଜ କାର୍ଯ୍ୟକଳାପ ଜାରି ରଖିଛି । ଚୀନ ସେନା ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖାରେ ଲଗାତାର ସୈନ୍ୟ ଶକ୍ତି ବୃଦ୍ଧି କରାଯାଉଛି । ଚୀନ ଫିଙ୍ଗର କ୍ଷେତ୍ରରେ ସାମରିକ କ୍ଷମତା ବଜାୟ ରଖିଥିବା ଜଣାପଡିଛି ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚୀନ ସେନା ପୂର୍ବ ଲଦାଖର ଏଲଏସି କ୍ଷେତ୍ରରେ ମେ 4 ତାରିଖରୁ ସୈନ୍ୟ ଶକ୍ତି ବୃଦ୍ଧି କରୁଛି । ସେହି କ୍ଷେତ୍ରରେ ସେ 10 ହଜାରରୁ ଅଧିକ ସୈନିକ ଏବଂ ତୋପ ସମେତ ଅନ୍ୟାନ୍ୟ ଯୁଦ୍ଧ ଉପକରଣ ନିୟୋଜିତ କରିଛି । ପେଙ୍ଗୋଙ୍ଗ ଲେକ ସମେତ ଫିଙ୍ଗର ଅଞ୍ଚଳରେ ଚୀନ ସେନା ପକ୍ଷରୁ ଲଗାତାର ସୈନ୍ୟ ଗତିବିଧି ଜାରି ରହିଥିବା ସୂତ୍ରରୁ ପ୍ରକାଶ ପାଇଛି । ସେଥିମଧ୍ୟରେ ସୈନିକଙ୍କୁ ନିୟୋଜିତ କରିବା ଏବଂ ନିର୍ମାଣ କାର୍ଯ୍ୟ ସାମିଲ ରହିଛି ।

ଭାରତ ଫିଙ୍ଗର 8 ପର୍ଯ୍ୟନ୍ତ ଜାଗା ନିଜର ବୋଲି ଦାବି କରୁଛି । ତେବେ ଚୀନ ଫିଙ୍ଗର କ୍ଷେତ୍ରର କିଛି ସ୍ଥାନକୁ ଆକ୍ରମକ ଭାବରେ ନିଜ କ୍ଷେତ୍ରରେ ସାମିଲ କରିବାକୁ ପ୍ରୟାସ କରୁଥିବା ସୂତ୍ରରୁ ଜାଣିବାକୁ ମିଳିଛି ।

ସୂତ୍ର ଅନୁଯାୟୀ, ଚୀନ ଗଲୱାନ ଘାଟିରେ ମଧ୍ୟ କିଛି ଜିନିଷ ନିର୍ମାଣ କରିଛି । ଏହି ଗଲୱାନ ଘାଟିରେ କିଛିଦିନ ପୂର୍ବରୁ ଚୀନ ଏବଂ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ । ସେପଟେ ଚୀନର ମଧ୍ୟ 43 ଜଣ ଯବାନ ମୃତାହତ ହୋଇଥିବା ଜଣାପଡିଥିଲା । ଏହି ଘଟଣା ପରେ ହିଁ ଚୀନ ପକ୍ଷରୁ ସେଠାରେ କିଛି ନିର୍ମାଣ କାର୍ଯ୍ୟ ହୋଇଥିଲା ।

ସୂତ୍ର ଅନୁଯାୟୀ, ଜୁନ 15-16 ରାତିରେ ଭାରତୀୟ ସୈନିକଙ୍କ ପକ୍ଷରୁ ଚୀନ ସେନା ଦ୍ବାରା ସେଠାରେ ସ୍ଥାପିତ ଚେକପୋଷ୍ଟକୁ ହଟାଇଦିଆଯାଇଥିଲା । ଏହାପରେ ଚୀନ ପୁଣିଥରେ ପେଟ୍ରୋଲିଂ ପଏଣ୍ଟ 14 ନିକଟରେ ଚେକପୋଷ୍ଟ ନିର୍ମାଣ କରାଯାଇଛି । ସେପଟେ ଭାରତୀୟ ସେନାର ପୋଜିଶନ ପିପି-15, ପିପି-17 ଏବଂ ପିପି-17ଏ ରେ ମଧ୍ୟ ସୈନ୍ୟ ଶକ୍ତି ବୃଦ୍ଧି କରାଯାଉଛି । କାରଣ ଚୀନ ପକ୍ଷରୁ ସେଠାରେ ରାସ୍ତାର ବ୍ୟବହାର କରାଯାଉଛି । ଏହା ଭାରତୀୟ ପେଟ୍ରୋଲିଂ ପଏଣଅଟ ନିକଟରେ ରହିଛି । ଆବଶ୍ୟକ ସ୍ଥଳେ ଚୀନ ଏହି ଭାରତୀୟ କ୍ଷେତ୍ରେରେ ସୈନ୍ୟ ଏବଂ ଯୁଦ୍ଧାସ୍ତ୍ର ପଠାଇବାର ଆଶଙ୍କା ରହିଛି ।

ସେପଟେ ଏଲଏସି ନିକଟରେ ଚୀନ ବାୟୁସେନା ହୋଟନ ଏବଂ ଗର ଗୁଂସା ଏୟାରବେସରେ ବମବର୍ଷକ ବିମାନ ଏବଂ ସୁଖୋଇ 30ଏସ ଭଳି ଯୁଦ୍ଧ ବିମାନ ନିୟୋଜିତ କରିଛି । ଏହା ବ୍ୟତୀତ ଚୀନ ଭାରତୀୟ କ୍ଷେତ୍ର ନିକଟରେ ଋଷଠାରୁ କିଣିଥିବା ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ନିୟୋଜିତ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଏଲଏସିରେ ଉପୁଜିଥିବା ବିବାଦ କମ କରିବା ନେଇ ଭାରତ ଏବଂ ଚୀନ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ହୋଇଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସଂଯୁକ୍ତ ସଚିବ ନବୀନ ଶ୍ରୀବାସ୍ତବ ଏବଂ ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମହାନିର୍ଦ୍ଦେଶକ ବୁ ଜିୟାଂଗହୋ ଭିଡିଓ କନଫ୍ରେନ୍ସି ଜରିଆରେ ଆଲୋଚନା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.