ETV Bharat / bharat

ସୀମାରେ ସେନାର ‘ହିମ ବିଜୟ’କୁ ଚୀନର ବିରୋଧ

author img

By

Published : Oct 5, 2019, 8:50 PM IST

Updated : Oct 5, 2019, 9:27 PM IST

ତିନି ସେନାର ମିଳିତ ସାମରିକ ପ୍ରଦର୍ଶନ । 14 ହଜାର ଫୁଟ ଉପରେ ଯୁଦ୍ଧାଭ୍ୟାସ । ହିମାଳୟର ପାଦଦେଶରେ ଆରମ୍ଭ ହୋଇଥିବା ଏହି ରଣକୌଶଳ ପ୍ରଦର୍ଶନୀର ନାମ ରଖାଯାଇଛି ‘ହିମ ବିଜୟ’ । କିନ୍ତୁ ଭାରତୀୟ ଯବାନଙ୍କ ଏପରି ପରାକ୍ରମ ଦେଖି ଭୟଭୀତ ପଡୋଶୀ ଚୀନ ।

ଡ଼ିଜାଇନ୍ ଫଟୋ

ଇଟାନଗର: ସମୁଦ୍ର ପତନଠାରୁ 14 ହଜାର ଫୁଟ ଉଚ୍ଚରେ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି ଭାରତୀୟ ସେନା । ହିମାଳୟର ହିମ ଉପରେ ସେନାର ଜବରଦସ୍ତ ରଣକୌଶଳ ପ୍ରଦର୍ଶନ । ସେଥିପାଇଁ ଏହାର ନାମ ରଖାଯାଇଛି ‘ହିମ ବିଜୟ’ । ହିମାଚଳପ୍ରଦେଶର ସବୁଠୁ ବଡ଼ ପାହଡ଼ ଉପରେ ବୀର ଯବାନ ଦେଖାଉଛନ୍ତି ପରାକ୍ରମ । ଆଉ ଏପଟେ ପୂର୍ବ ରାଜ୍ୟରେ ଭାରତର ଏହି ଯୁଦ୍ଧଭ୍ୟାସ ପଡ଼ୋଶୀ ଚୀନର ନିଦ ହଜାଇଦେଇଛି ।

ନିୟନ୍ତ୍ରଣ ରେଖା (ଏଲଓସି)ର 100 କିଲୋମିଟର ଦୂରରେ ଥିବା 14 ହଜାର ଉଚ୍ଚ ପର୍ବତରେ ଜାରି ରହିଛି ଏହି ଯୁଦ୍ଧାଭ୍ୟାସ । ତିନି ସେନା ବାହିନୀର ମିଳିତ ଉଦ୍ୟମରେ ହିମ ବିଜୟ ଆରମ୍ଭ ହୋଇଛି । ପ୍ରତ୍ୟକ ବାହିନୀରେ ସାମିଲ ଅଛନ୍ତି 4 ହଜାର ସୈନିକ । ଅକ୍ଟୋବର 25 ତାରିଖ ପର୍ଯ୍ୟନ୍ତ ସେନାର ଏହି ମିଳିତ ଅଭ୍ୟାସ ଜାରି ରହିବ ବୋଲି ସୂଚନା ମିଲିଛି ।

ଗୋଟିଏ ପଟେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତ କରୁଥିବା ବେଳେ ଠିକ ସେହି ସମୟରେ ସୀମାରେ ସାମରିକ ଶକ୍ତି ଦେଖାଉଛି ଭାରତୀୟ ସେନା । ଯାହା ଚୀନ ପାଇଁ ବଢାଇଛି ଚିନ୍ତା । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଆଲୋଚନା ପୂର୍ବରୁ ଭାରତ ଗସ୍ତରେ ଆସିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ।

ଗୁରୁବାର ବିଦେଶ ସଚିବ ବିଜୟ ଗୋଖେଲଙ୍କ ସହ ଆଲୋଚନା କରିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ଲୁଆ ଝା ଓହୁଇ । ଭାରତୀୟ ସେନା ଅରୁଣାଚଳପ୍ରଦେଶରେ ଜାରି ରଖିଥିବା ଯୁଦ୍ଧାଭ୍ୟାସକୁ ଅବ୍ୟାହତ ରହିବାକୁ ଆଲୋଚନା ସମୟରେ କହିଛନ୍ତି ଲୁଆ ଝା ଓହୁଇ । ଚୀନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତର କାର୍ଯ୍ୟସୂଚୀ ସ୍ଥିର ଏବେ ସୁଦ୍ଧା ସ୍ଥିର ହୋଇନାହିଁ । କିନ୍ତୁ ପଡ଼ୋଶୀ ରାଷ୍ଟ୍ରର ମନ୍ତ୍ରୀଙ୍କ ଏହି ଆଲୋଚନାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

Intro:Body:

BLANK FOR LINK 

Conclusion:
Last Updated : Oct 5, 2019, 9:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.