ETV Bharat / bharat

3 ଘଣ୍ଟା ପାକର ଗୁଳିମାଡ, ସ୍କୁଲରେ ଫସିଲେ ଛାତ୍ରଛାତ୍ରୀ - children stuck inside school

ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ପୁଞ୍ଚ ଜିଲ୍ଲାର ମେନ୍ଧର ସେକ୍ଟରରେ ପାକିସ୍ତାନ ଲଗାତାର 3 ଘଣ୍ଟା ଗୁଳିବର୍ଷଣ କରିଛି ।

ଡିଜାଇନ ଫଟୋ
author img

By

Published : Aug 30, 2019, 5:02 AM IST

ଶ୍ରୀନଗର: ଧାରା 370 ଉଚ୍ଛେଦ ପରେ ରାଗରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ଔଷଧ ବିକଳରେ ତାଟିଆ କାମୁଡିବା ଭଳି ଭାରତକୁ ସବୁଆଡୁ ଘେରିବାର ଯୋଜନା କରୁଛି ପାକ । ପ୍ରଥମେ ଅନ୍ତର୍ଜାତୀୟ ସ୍ତରରେ ଏହି ପ୍ରସଙ୍ଗ ଉଠାଇଲା । ସେଠାରେ ନିରାଶ ହେବା ପରେ ଭାରତ ସହ ସବୁପ୍ରକାର ସେବା ବନ୍ଦ କରିବାରେ ଲାଗିଛି । ଆଉ ଏବେ ସୀମାରେଖାରେ ଗତ କିଛିଦିନ ହେବ ବାରମ୍ବାର ଅସ୍ତ୍ରବିରତି ଉଲ୍ଳଙ୍ଘନ କରିଚାଲିଛି ।

ତେବେ ପାକର ଏହି ବଦମାସୀ ଏବେ ସୀମା ପାର କରିଯାଇଛି । ଗୁରୁବାର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ପୁଞ୍ଚ ଜିଲ୍ଲାର ମେନ୍ଧର ସେକ୍ଟରରେ ପାକିସ୍ତାନ ଲଗାତାର 3 ଘଣ୍ଟା ଗୁଳିବର୍ଷଣ କରିଛି । ହେଲେ ଏଥର ଡରୁଆ ପାକର ଟାର୍ଗେଟ ସୀମାରେଖା ନିକଟବର୍ତ୍ତୀ ସ୍କୁଲ ବୋଲି ଜଣାପଡିଛି । କାରଣ ଏହି ଗୁଳିମାଡ ସମୟରେ ପାକ ଛୋଟ ଛୋଟ ଗୋଳା ମଧ୍ୟ ନିକ୍ଷେପ କରିଥିବା ଦେଖିବାକୁ ମିଳିଛି । ଯାହା ବିଦ୍ୟାଳୟର କାନ୍ଥରେ ମାଡ ହେବା ସହ ଏଥିରେ ଫାଟ ସୃଷ୍ଟି କରିଛି ।

LOC India
ଭାରତ-ପାକିସ୍ତାନ ସୀମାରେଖା

ପାକର ଏହି 3 ଘଣ୍ଟା ଗୁଳି ବିନିମୟ କାରଣରୁ ସ୍ଥାନୀୟ ଅଞ୍ଚଳରେ ଥିବା ସ୍କୁଲରେ ଅନେକ ଛାତ୍ରଛାତ୍ରୀ ଫସି ରହିଥିଲେ । ଗୁଳିମାଡ ବେଳେ ଏକ ମଡେଲ ସ୍କୁଲର ପିଲା ଅନେକ ସମୟ ପର୍ଯ୍ୟନ୍ତ ସ୍କୁଲର ଏକ କୋଠରୀରେ ବନ୍ଦ ରହିଥିଲେ । ସୂଚନାନୁସାରେ ପାଠପଢା ଚାଲିଥିବାବେଳେ ହଠାତ ଗୁଳିମାଡ ହୋଇଥିଲା । ଫଳରେ ସ୍କୁଲରେ ଶହ ଶହ ଛାତ୍ରଛାତ୍ରୀ 3 ଘଣ୍ଟା ଅଟକି ରହିଥିଲେ । ଜୀବନ ପ୍ରତି ବିପଦ ଥିବାରୁ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିଲେ । ଗୁଳି ବିନିମୟ କମିବା ପରେ ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ଛୁଟି କରାଯାଇଥିଲା । ତେବେ ପିଲାଏ ଅତ୍ୟନ୍ତ ଭୟଭୀତ ଭାବେ ସ୍କୁଲରୁ ବାହାରି ଘରକୁ ଯାଉଥିବା ଦେଖିବାକୁ ମିଳିଥିଲା ।

LOC India
ଭାରତ-ପାକିସ୍ତାନ ସୀମାରେଖା

ପାକର ଗୁଳି ଚାଳନା ଯୋଗୁଁ ସୀମା ସହିତ ଲାଗି ରହିଥିବା ଗ୍ରାମର ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ନିକଟରେ ପାକ ଗୁଳି ଚାଳନାରେ କିଛି ସାଧାରଣ ଲୋକ ଆହତ ହୋଇଥିଲେ । ତେବେ ପ୍ରତିଥର ପାକର ଗୁଳିମାଡକୁ ଭାରତୀୟ ସେନା କଡା ଜବାବ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଯେବେଠାରୁ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରାଯାଇଛି ପାକିସ୍ତାନ ବାରମ୍ବାର ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଛି । ଏପରିକି ଚୋର ମୁହଁ ଟାଣ ପରି ନିଜେ ଆଗ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ମଧ୍ୟ ଭାରତୀୟ ଡେପୁଟି ହାଇକମିଶନରଙ୍କୁ ପାକ ବୈଦେଶିକ ମନ୍ତ୍ରଣାଳୟ ସମନ ଜାରି କରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.