ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ 2020ରେ ପୁଣିଥରେ ଆପ ଐତିହାସିକ ବିଜୟ ହାସଲ କରିଛି। ଚଳିତଥର ଆମ ଆଦମୀ ପାର୍ଟି 70ଟା ଆସନରୁ 62ଟି ଆସନ କବଜା କରିଛି । ଯାହାକୁ ନେଇ ଫେବୃଆରୀ 16 ତାରିଖରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ସ୍ଥିତ ରାମଲୀଳା ମୈଦାନରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ ।
ଆପ୍ ର ସଂଯୋଜକ ଗୋପାଳ ରାୟ କହିଛନ୍ତି ଯେ, ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀବାସୀଙ୍କ ସହ ଶପଥ ନେବେ । ଏହାସହ ଅଲଗା ରାଜ୍ୟର କେବଳ ନେତାଙ୍କୁ ବାଦ ଦେଲେ କୌଣସି ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହେବେନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ