ଲକଡାଉନ: ରାୟପୁରରେ ପହଞ୍ଚି ସ୍ଥିତି ଯାଞ୍ଚ କଲେ ସିଏମ ବାଘେଲ - ରାୟପୁରରେ ପହଞ୍ଚି ସ୍ଥିତି ଯାଞ୍ଚ କଲେ ସିଏମ ଓ୍ବାଘେଲ
ଲକଡାଉନକୁ ନେଇ ଛତିଶଗଡ ସରକାରଙ୍କ ପକ୍ଷରୁ ଲୋକଙ୍କ ପାଇଁ ବିଭିନ୍ନ ପଦକ୍ଷେପ ମାନ ନିଆଯାଇଛି । ଯାହାର ଯାଞ୍ଚପାଇଁ ସୋମବାର ରାୟପୁର ପହଞ୍ଚି ଯାଞ୍ଚ କରିଛନ୍ତି ସିଏମ ବାଘେଲ । ଅଧିକ ପଢନ୍ତୁ...
ରାୟପୁର: ସାରା ଭାରତରେ ଜାରି ରହିଛି ଲକଡାଉନ । ଏହି ପ୍ରରିପେକ୍ଷିରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୋମବାର ରାୟପୁରର ଅନେକ ସ୍ଥାନ ପରିଦର୍ଶନ କରିଛନ୍ତି । କୋରୋନା ଭାଇରସ ପାଇଁ ଚାଲିଥିବା ଲକଡାଉନରେ ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ଏବଂ ଉପଲବ୍ଧତା ଯାଞ୍ଚ କରିଛନ୍ତି।
ଏହି ସମୟରେ ସରକାରଙ୍କ ପକ୍ଷରୁ ରାଜ୍ୟବାସୀଙ୍କ ପାଇଁ ଅନେକ ସୁବିଧା ଦିଆଯାଇଥିଲେ ମଧ୍ୟ ଏସବୁ ସଠିକ ରୂପେ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରୁଛି ନା ନାହିଁ । ତାହାର ଯାଞ୍ଚ କରିବା ନିହାତି ଆବଶ୍ୟକ ରହିଛି ଯାହାକୁ ନେଇ ରାୟପୁର ଯାଇ ସ୍ଥିତ ପରିଖିଛନ୍ତି ସିଏମ ବାଘେଲ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଛତିଶଗଡରେ ମୋଟ 7 କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ରାଜ୍ୟରେ ମଧ୍ୟ ସ୍ବଚ୍ଛତା ଓ ଲକଡାଉନ ଉପରେ ବେଶ ଗୁରୁତ୍ବ ଦିଆଯାଉଥିବା ଦେଖିବାକୁ ମିଳିଛି ।