ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଏବେ ମହିଳାଙ୍କ ପାଇଁ ମାଗଣା ବସ ସେବା । ମାଗଣାରେ ଯାତ୍ରା କରୁଛନ୍ତି ମହିଳା ଯାତ୍ରୀ । ତେବେ ବୁଧବାର ଦିଲ୍ଲୀର ଏକ ବସରେ ମହିଳା ଯାତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।
ଦିଲ୍ଲୀର ଏକ ବସରେ ମହିଳାମାନେ ଯାତ୍ରା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବସକୁ ଚଢି ମହିଳାଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । କର୍ମକ୍ଷେତ୍ରରେ 11 ପ୍ରତିଶତ ମହିଳାଙ୍କ ଯୋଗଦାନ ଥିବା ବେଳେ ଏହି ମାଗଣା ବସ ସେବା ସେମାନଙ୍କ ଯାତ୍ରକୁ ସହଜ କରିବ ବୋଲି କେଜ୍ରିଓ୍ବାଲ କହିଛନ୍ତି ।
ବିରୋଧୀ ଏହି ପଦକ୍ଷେପକୁ କଟାକ୍ଷ କରୁଥିବା ଅରବିନ୍ଦ କହିଛନ୍ତି । ଅନ୍ୟପକ୍ଷେ ସମସ୍ତ ଭଲ କାମ ଗ୍ରହଣୀୟ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରତିକ୍ରିୟା ଦେଇଛନ୍ତି ।