ହାଇଦ୍ରାବାଦ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ରବିବାର ଅବସର ନେବେ । ନଭେମ୍ବର 17, 2019ରେ ମୁଖ୍ୟ ବିଚାରପତି ପଦରୁ ଅବସର ନେବେ । ଶେଷଥର ନଭେମ୍ବର 15 ତାଙ୍କ କାର୍ଯ୍ୟର ଶେଷ ଦିନ ଥିଲା । ରଞ୍ଜନ ଗୋଗୋଇ 2018 ଅକ୍ଟୋବର 3ରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦ ଗ୍ରହଣ କରିଥିଲେ।
2012 ଅପ୍ରେଲ 23ରେ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସେବେଠୁ ଆଜିଯାଏଁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏଥିପାଇଁ ଦେଶ ତାଙ୍କୁ ସର୍ବଦା ମନେ ରଖିବ ।
ଗୋଗୋଇଙ୍କ ବିଷୟରେ...
1. ବିଚାରପତି ରଞ୍ଜନ ଗୋଗୋଇ 1954 ମସିହା ନଭେମ୍ବର 18ରେ ଜନ୍ମଗ୍ରହଣ କରିଥିଲେ ।
2. ସେ ଦେଶର 46ତମ ମୁଖ୍ୟ ବିଚାରପତି । 1978ରେ ବାର୍ କାଉନ୍ସିଲରେ ଯୋଗ ଦେଇଥିଲେ ।
3.ଗୋଗୋଇ ନିଜ କାର୍ଯ୍ୟର ଆରମ୍ଭ 2001ରେ ଗୌହାଟୀ ହାଇକୋର୍ଟରୁ କରିଥିଲେ ।
4. 2010ରେ ପଞ୍ଜାବ ଓ ହରିୟାଣାରେ ବିଚାରପତି ଥିଲେ । 2012 ଅପ୍ରେଲ 23ରେ ସୁପ୍ରିମକୋର୍ଟରେ ବିଚାରପତି ହେଲେ ।
5. 2018 ଅକ୍ଟୋବର 3ରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ । 2019 ନଭେମ୍ବର 17ରେ କାର୍ଯ୍ୟରୁ ଅବସର ନେଲେ ।
6. ଅଯୋଧ୍ୟା, ଏନଆରସି ଓ ଜମ୍ମୁ-କାଶ୍ମୀର ଭଳି ଐତିହାସିକ ରାୟ ପ୍ରକାଶ କରିଛନ୍ତି ।
ଅଯୋଧ୍ୟା ମାମଲା:-
ସିଜିଆଇ ରଞ୍ଜନ ଗୋଗୋଇ ନିଜ କ୍ୟାରିୟରର ସବୁଠାରୁ ବଡ ଓ ଐତିହାସିକ ଅଯୋଧ୍ୟା ରାୟ ଶୁଣାଇଥିଲେ । 5ଜଣିଆ ଖଣ୍ଡପୀଠ ମିଶି ରାମ ମନ୍ଦିର ସପକ୍ଷରେ ରାୟ ଶୁଣାଇବା ସହ ମସଜିଦ୍ ନିର୍ମାଣ ପାଇଁ 5 ଏକର ବିକଳ୍ପ ଜମି ପ୍ରଦାନ କରିଥିଲେ । ।ଯାହା ଫଳ ନଭେମ୍ବର 9, 2019ରେ ପ୍ରକାଶ ପାଇଥିଲା ।
ଆରଟିଆଇ ଅଧିନରେ ସିଜିଆଇ କାର୍ଯ୍ୟାଳୟ:-
ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ବର୍ତ୍ତମାନ ଆରଟିଆଇ ଅଧିନରେ ରହିବ । 13 ନଭେମ୍ବର 2019ରେ ଏହି ରାୟ ପ୍ରକାଶ ପାଇଥିଲା । କୋର୍ଟଙ୍କ ମତରେ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ସାର୍ବଜନିନ। ସେଥିପାଇଁ ଏହା ଆରଟିଆଇ ଅଧିନରେ ରହିବ। ଏହାକୁ ମଧ୍ୟ 5ଜଣିଆ ଖଣ୍ଡପୀଠ ରାୟ ଶୁଣାଇଥିଲେ।
ରାଷ୍ଟ୍ରିୟ ନାଗରିକ ରେଜିଷ୍ଟର(ଏନଆରସି):-
ଆସାମରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର ଲାଗୁ କରିବା ନେଇ ଦେଶରେ ଅନେକ ବିବାଦ ହୋଇଥିଲା। ହେଲେ ସିଜେଆଇ ରଞ୍ଜନ ଗୋଗୋଇ ନିଜ ନିଷ୍ପତ୍ତିକୁ ନେଇ ଅଟଳ ରହିଥିଲେ । ଏହା କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ବେଆଇନ ଭାବେ ଆସାମରେ ରହୁଥିବା ନାଗରିକଙ୍କୁ ଚିହ୍ନଟ କରିବା।
ରାଫେଲ ଡିଲକୁ ନେଇ ବିବାଦ:-
ନଭେମ୍ବର 14, 2019ରେ ସିଜିଆଇ ରଞ୍ଜନ ଗୋଗୋଇ ଅଧ୍ୟକ୍ଷତାରେ 3ଜଣିଆ ଖଣ୍ଡପୀଠ ରାଫେଲକୁ ନେଇ କରାଯାଇଥିବା ରିଭ୍ୟୁ ପିଟିସନକୁ ଖାରଜ କରିଦେଇଥିଲେ । ରାଫେଲକୁ ସମାଲୋଚନା କରିଥିବା ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଡା ତାଗିଦ୍ କରିଥିଲେ । ଏହାସହ ସାବରୀମାଳା ବିବାଦର ବିଚାର ପାଇଁ ବୃହତ୍ତର ଖଣ୍ଡପୀଠକୁ ନିର୍ଦ୍ଦେଶ ଦେଇଥିଲେ ।
ଏହାବ୍ୟତିତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଅମିତାଭ ବଚ୍ଚନଙ୍କ ଆୟ ଓ ଟିକସକୁ ନେଇ ମଧ୍ୟ ଯାଞ୍ଚ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟର ଗରିମାକୁ ବଜାୟ ରଖିବା ପାଇଁ ସିଜେଆଇ ଗୋଗୋଇ ସ୍ବର ଉଠାଇଥିଲେ । 2018ରେ ତତ୍କାଳୀନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ କାର୍ଯ୍ୟପ୍ରଣାଳୀରେ ନାଖୁସ୍ ହୋଇ ଅନ୍ୟ ତିନି ଜଣ ବିଚାରପତିଙ୍କ ସହ ମିଶି ପ୍ରେସ କନଫେରେନ୍ସ ଡାକିଥିଲେ।