ETV Bharat / bharat

ଛତିଶଗଡରେ ପ୍ରଥମ କୋରୋନା ମୃତ୍ୟୁ, ମାତ୍ର 3 ନୂଆ ମାମଲା

author img

By

Published : May 28, 2020, 1:05 AM IST

ଛତିଶଗଡରେ କୋରୋନାରେ ପ୍ରଥମ ମୃତ୍ୟୁ ରେକର୍ଡ ହୋଇଛି । ଏହାସହ ବୁଧବାର ରାଜ୍ୟରେ ଅନେକ ଦିନ ପରେ ମାତ୍ର ତିନି ଜଣ ବ୍ୟକ୍ତି କୋରୋନା ପଜେଟିଭ ରିପୋର୍ଟ ହୋଇଛି ।

Chhattisgarh Covid death
Chhattisgarh Covid death

ରାୟପୁର: ସାରା ଦେଶରେ କୋରୋନା ସଙ୍କଟ ଜାରି ରହିଛି । ଦେଶରେ କୋରୋନା ମାମାଲା ବଢିବାରେ ଲାଗିଛି । ଏପରିସ୍ଥଳେ ଛତିଶଗଡରେ କୋରୋନାରେ ପ୍ରଥମ ମୃତ୍ୟୁ ରେକର୍ଡ ହୋଇଛି । ଏହାସହ ବୁଧବାର ରାଜ୍ୟରେ ଅନେକ ଦିନ ପରେ ମାତ୍ର ତିନି ଜଣ ବ୍ୟକ୍ତି କୋରୋନା ପଜିଟିଭ ରିପୋର୍ଟ ହୋଇଛି ।

ଛତିଶଗଡରେ କୋରୋନା ମହାମାରୀର ପ୍ରଥମ ମୃତ୍ୟୁ ରିପୋର୍ଟ ବ୍ୟକ୍ତି ପଶ୍ଚିମବଙ୍ଗର ବୋଲି ସୂଚନା ରହିଥିଲା । ଯିଏ ଏକ ବସ୍‌ରେ ମୁମ୍ବାଇରୁ ଘରକୁ ଫେରୁଥିଲା ଏବଂ ମେ 5 ରେ ରାଜ୍ୟର ଶିଳ୍ପାଞ୍ଚଳର ଭିଲାଇର ଚାରୋଡାଠାରେ ମୃତ୍ୟୁ ବରଣ କରିଥିଲେ । ପରେ ତାଙ୍କ ରିପୋର୍ଟ କୋଭିଡ -19 ପଜିଟିଭ ଥିବା ଜଣାପଡିଛି ।

ରାଜ୍ୟ କୋଭିଡ-19 ସେଣ୍ଟର ଫର କଣ୍ଟ୍ରୋଲ ଆଣ୍ଡ କମାଣ୍ଡ ଅନୁଯାୟୀ ବୁଧବାର ସାରା ରାଜ୍ୟରୁ କେବଳ ତିନୋଟି କୋରୋନାଭାଇରସ ମାମଲା ଆାସିଛି । ଗୋଟିଏ ବସ୍ତର, ବିଳାସପୁର ଏବଂ ବାଲୋଦା ବଜାର ଜିଲ୍ଲାରୁ ଆସିଛି । ମଙ୍ଗଳବାର ସୁଦ୍ଧା ରାଜ୍ୟରେ 69 ଟି କୋଭିଡ -19 ପଜେଟିଭ ମାମଲା ରେକର୍ଡ କରାଯାଇଛି।

ବର୍ତ୍ତମାନ ଛତିଶଗଡରେ 281 ଟି ପଜେଟିଭ ମାମଲା ରହିଛି । ଏଥିମଧ୍ୟରେ ଏମ୍ସ ରାୟପୁରରେ 85, କୋଭିଡ ହସ୍ପିଟାଲ ମାନ ରାୟପୁରରେ 86, କୋଭିଡ ହସ୍ପିଟାଲ ବିଳାସପୁରରେ 39, ମେଡିକାଲ କଲେଜ ଅମ୍ବିକାପୁରରେ 22, ମେଡିକାଲ କଲେଜ ରାୟଗଡରେ 12 ଏବଂ ରାଜନନ୍ଦଗାଓଁ ମେଡିକାଲ କଲେଜରେ 34 ରହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.