ETV Bharat / bharat

ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇବେ ବାଘେଲା ସରକାର - ପ୍ରବାସୀ ଶ୍ରମିକ

ବିଭିନ୍ନ ରାଜ୍ୟରୁ ଫେରିଥିବା ଛତିଶଗଡର ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବାର ପ୍ରୟାସ କରିବେ ବୋଲି ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

 ବାଘେଲା ସରକାର
ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇବେ ବାଘେଲା ସରକାର
author img

By

Published : Jun 20, 2020, 10:26 PM IST

ରାୟପୁର: କୋରୋନା ଭାଇରସ ଯୋଗୁଁ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଥିଲା । ଏହାପରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଥିବା ପ୍ରବାସୀ ଶ୍ରମିକ ଗାଁ ମୁହାଁ ହୋଇଛନ୍ତି । ତେବେ ବର୍ତ୍ତମାନ ସେମାନଙ୍କ ରୋଜଗାରକୁ ନେଇ ଚିନ୍ତା ବୃଦ୍ଧି ପାଇଥିବା ବେଳେ ପ୍ରବାସୀ ଶ୍ରମିକଙ୍କୁ ଖୁସି ଖବର ଦେଇଛନ୍ତି ଛତିଶଗଡ ସରକାର । ଅନ୍ୟରାଜ୍ୟରୁ ଫେରିଥିବା ଛତିଶଗଡର ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବାର ପ୍ରୟାସ କରିବେ ବୋଲି ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏନେଇ ସରକାରଙ୍କ ମୁଖପାତ୍ର କହିଛନ୍ତି, କୋରୋନା ସ୍ଥିତିକୁ ନେଇ ଶୁକ୍ରବାର ରାଜ୍ୟରେ ବସିଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ଅନେକ ପ୍ରସ୍ତାବ ଉପରେ ଚର୍ଚ୍ଚା କରିଛନ୍ତି । ସେଥିମଧ୍ୟରେ 5 ବିଜୁଳି କମ୍ପାନୀ ମଧ୍ୟରୁ 3ଟିକୁ ପୁନର୍ଗଠନ କରିବାର ପ୍ରସ୍ତାବ ରହିଛି । ତେବେ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଏହି ବିଜୁଳି କମ୍ପାନୀ ସହ ଜଡିତ କାର୍ଯ୍ୟ ଅନୁଯାୟୀ ରୋଜଗାର ଦେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ କହିଛନ୍ତି ।

ଆବଶ୍ୟକସ୍ଥଳେ ପ୍ରବାସୀ ଶ୍ରମିକଙ୍କୁ ନିଜ ଜ୍ଞାନକୌଶଳର ଉନ୍ନତିକରଣ ପାଇଁ ଉପୁଯୁକ୍ତ ପ୍ରଶିକ୍ଷଣ ମଧ୍ୟ ଦିଆଯିବ । ଏହା ବ୍ୟତୀତ ପ୍ରାଥମିକତା ଆଧାରରେ ସେମାନଙ୍କୁ ରୋଜଗାର ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.