ETV Bharat / bharat

ପରିଶ୍ରମକୁ ଚିହ୍ନିଥିଲେ ଚେତନ, ସଫଳତାକୁ ଅଟକାଇ ପାରିଲାନି ଦାରିଦ୍ର୍ୟ

author img

By

Published : Oct 28, 2020, 3:23 PM IST

କଠୋର ପରିଶ୍ରମ ବଳରେ ନିଟ ପରୀକ୍ଷାରେ ସଫଳତା ହାସଲ କରି ପାରିଛନ୍ତି କୋଟା ବୁନ୍ଦି ଅଞ୍ଚଳର ଚେତନ ଚାଓ୍ବାଲା । ବାପାମାଆ ଛେଉଣ୍ଡ ଚେତନଙ୍କ ସଫଳତା ଏବେ ସମାଜ ପାଇଁ ପ୍ରେରଣା ସାଜିଛି ।

chetan chawala's success in NEET-2020
କଠୋର ସାଧନା ବଳରେ ଚେତନଙ୍କ ବିରାଟ ସଫଳତା

ଜୟପୁର: କଠୋର ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟତା । ଲକ୍ଷ୍ୟ ପଥରେ ବାଧକ ସାଜି ପାରିନି ପରିସ୍ଥିତି । ମୁଣ୍ଡ ଉପରେ ହାତ ରଖି ସାହାରା ଦେବା ପାଇଁ ବାପା ମାଆ ନାହାନ୍ତି ସତ, ହେଲେ ସେ ଥକି ଯାଇ ନାହାନ୍ତି । ନିଜର ଲକ୍ଷ୍ୟକୁ ଝାଳ କରି ବୁହାଇ ହାସଲ କରିପାରିଛନ୍ତି ବିରାଟ ସଫଳତା । କଥାରେ କୁହନ୍ତି, ଯଦି ଲକ୍ଷ୍ୟ ଦୃଢ ଥିବ ତାହାଲେ ବ୍ରହ୍ମାଣ୍ଡ ତୁମ ସାଥୀରେ ରହିବ । ଏହାକୁ ପ୍ରମାଣିତ କରିଛନ୍ତି ରାଜସ୍ଥାନ କୋଟାର ବୁନ୍ଦି ନିବାସୀ ଚେତନ ଚାଓ୍ବଲା । ନିଜ କଠୋର ସାଧନା ବଳରେ ଦାରିଦ୍ର୍ୟର ଘନ ଅନ୍ଧକାରକୁ ଚିରି ବାପାମାଆ ଛେଉଣ୍ଡ ଚେତନ ଚଳିତ ବର୍ଷ ନିଟ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ 276 ରାଙ୍କ ହାସଲ କରିଛନ୍ତି ।

ଚେତନଙ୍କୁ ମାତ୍ର 14 ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏହାର ଅନେକ ଦିନ ପୂର୍ବରୁ ମାଆ ମମତେଶ ବାଇ ମଧ୍ୟ ରୋଗରେ ଆକ୍ରାନ୍ତ ହୋଇ ଇହଧାମ ତ୍ୟାଗ କରିଥିଲେ। ବାପାଙ୍କ ମୃତ୍ୟୁ ପରେ ବାପାମାଆ ଛେଉଣ୍ଡ ଚେତନକୁ ତାଙ୍କ ଦାଦା ଓ ସମାଜର କିଛି ଲୋକ ପଇସା ଯୋଗଡ କରି ପାଠ ପଢାଇଥିଲେ । ତାଙ୍କର ଏକ ଭାଇ ଭଉଣୀ ମଧ୍ୟ ଅଛନ୍ତି । ଚେତନଙ୍କ ବଡ ଭାଇ ଜୟପୁରରେ ଅଟୋ ଚଳାଉଥିବା ବେଳେ ସାନ ଭଉଣୀ ଜେଜେମା ଓ ଜେଜେବାପାଙ୍କ ପାଖରେ ରୁହେ । ବଡ ଭାଇଙ୍କ ସ୍ବଳ୍ପ ରୋଜଗାରରେ ଘରର ଗୁଜୁରାଣ ମେଣ୍ଟେ ।

ଏଭଳି ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ସଫଳତା ହାସଲ କରିପାରିଛନ୍ତି ଚେତନ । ଚଳିତ ବର୍ଷ ମେଡିକାଲ ପ୍ରବେଶିକା ପରୀକ୍ଷୀ ନିଟ-2020 ରେ ସେ 720 ରୁ 610 ନମ୍ବର ରଖି ସର୍ବଭାରତୀୟ ସ୍ତରରେ 276 ରାଙ୍କ ହାସଲ କରିଛନ୍ତି । ଏବେ ସେ ଏକ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ ଅଧ୍ୟୟନ କରିବେ । ଭବିଷ୍ୟତରେ ଜଣେ ହୃଦରୋଗ ବିଶେଷଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି ଚେତନ ।

ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚେତନ ଏବେ ଉଦାହରଣ ସାଜିଛନ୍ତି । ପରିସ୍ଥିତି କିପରି ବି ଥାଉ ହେଲେ ନିଜ ପରିଶ୍ରମ ବଳରେ ସବୁ କିଛି ହାସଲ କରିହେବ ବୋଲି ସମାଜକୁ ପ୍ରେରଣା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.