ETV Bharat / bharat

ବିନା ତୀର୍ଥଯାତ୍ରୀରେ ଆରମ୍ଭ ହେଲା ଚାରିଧାମ ଯାତ୍ରା - ଆରମ୍ଭ ହେଲା ଚାରିଧାମ ଯାତ୍ରା

କୋରୋନା ଭାଇରସ ଯୋଗୁଁ ଦେଶରେ ଜାରି ଲକଡାଉନ ଫଳରେ ବିନା କୌଣସି ତୀର୍ଥଯାତ୍ରୀରେ ଚାରିଧାମର ଯାତ୍ରାର ଶୁଭାରମ୍ଭ ହୋଇଛି । କେବଳ ପୁରୋହିତ ଏବଂ ମନ୍ଦିର ଟ୍ରଷ୍ଟର ଅଧିକାରୀମାନଙ୍କ ମଧ୍ୟରୁ ମନୋନୀତ ଟିମ୍‌ ଯାତ୍ରାର ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...

ବିନା ତୀର୍ଥଯାତ୍ରୀରେ ଆରମ୍ଭ ହେଲା ଚାରିଧାମ ଯାତ୍ରା

author img

By

Published : Apr 26, 2020, 3:55 PM IST

ଦେଶରେ ଲାଗି ରହିଥିବା କୋରୋନା ସଙ୍କଟ ମଧ୍ୟରେ ଆରମ୍ଭ ହୋଇଛି ଚାରି ଧାମ ଯାତ୍ରା । ନା ଘଣ୍ଟଘଣ୍ଟାର ଶବ୍ଦ ନା କୌଣସି ଭକ୍ତ । ଶନିବାର ହିମାଳୟ ଦେବଭୂମିରେ ଥିବା ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କବାଟ ଖୋଲିବା ପରେ କେବଳ କେତୋଟି ପୁରୋହିତ ଉପସ୍ଥିତିରେ ଏହି ଯାତ୍ରା ଆରମ୍ଭ ହୋଇଛି ।

କୋରୋନା ଭାଇରସ ଯୋଗୁଁ ଦେଶରେ ଜାରି ଲକଡାଉନ ଫଳରେ ବିନା କୌଣସି ତୀର୍ଥଯାତ୍ରୀରେ ଚାରିଧାମର ଯାତ୍ରାର ଶୁଭାରମ୍ଭ ହୋଇଛି । କେବଳ ପୁରୋହିତ ଏବଂ ମନ୍ଦିର ଟ୍ରଷ୍ଟର ଅଧିକାରୀମାନଙ୍କ ମଧ୍ୟରୁ ମନୋନୀତ ଟିମ୍‌ ଯାତ୍ରାର ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ । ଏମାନେ ସମସ୍ତେ ସାମାଜିକ ଦୂରତା ନିୟମ ଅନୁପାଳନ ପୂର୍ବକ ଯାତ୍ରାରେ ଯୋଗଦେଇଛନ୍ତି ​​| ଗଙ୍ଗୋତ୍ରୀ ମନ୍ଦିର ମଧ୍ୟାହ୍ନ 12ଟା 35ରେ ଖୋଲିଥିବା ବେଳେ ଯମୁନୋତ୍ରୀ ମନ୍ଦିରର କବାଟ ମଧ୍ୟାହ୍ନ 12ଟା 41ରେ ଖୋଲା ଯାଇଥିଲା |

କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଲାଗୁ ହୋଇଥିବା ଦେଶବ୍ୟାପୀ ଲକଡାଉନ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ଦୁଇଟି ମନ୍ଦିର ଖୋଲାଯାଇଥିବା କହିଛନ୍ତି ଉତ୍ତରାଖଣ୍ଡ ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ ଚୌହାନ । ମୁଖ୍ୟ ଚିକିତ୍ସାଧିକାରୀ ଡି.ପି ଯୋଶୀଙ୍କ ନେତୃତ୍ବରେ ଏକ ଟିମ୍ ପୁରୋହିତମାନଙ୍କୁ ରୀତିନୀତି ଅନୁଯାୟୀ ଯାତ୍ରା ଆରମ୍ଭର ଅନୁମତି ଦେବା ପୂର୍ବରୁ ଯାଞ୍ଚ କରିଥିଲେ । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରୋଟୋକଲଗୁଡିକ କପରି ପାଳନ କରାଯିବ, ଏନେଇ ଏଠାରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତି ଥିଲେ ।

@PTI_News

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.