ETV Bharat / bharat

ଦକ୍ଷିଣ ଭାରତରେ ପ୍ରବଳ ବର୍ଷିବ, ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ - Changes in weather patterns from east to west in the country

ଗୋଟେପଟେ ବାତ୍ୟା ନିସର୍ଗ, ଆଉ ଗୋଟେ ପଟେ କେରଳରେ ପହଞ୍ଚି ସାରିଛି ମୌସୁମୀ । ଯାହାଦ୍ବାରା ଦେଶର ଅଧିକାଂଶ ରାଜ୍ୟରେ ଘଡଘଡି ବର୍ଷା ସହ ପ୍ରବଳ ପବନ ବହିବ । ଅଧିକ ପଢନ୍ତୁ....

ଦକ୍ଷିଣ ଭାରତରେ ପ୍ରବଳ ବର୍ଷିବ, ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

author img

By

Published : Jun 3, 2020, 10:48 AM IST

ନୂଆଦିଲ୍ଲୀ: ଦେଶରେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ପାଣିପାଗରେ ପରିବର୍ତ୍ତନ ଘଟିଛି । କିଛି ଦିନ ତଳେ ଖରାର ଅସହ୍ୟ ତାତିରେ ଲୋକେ ଛଟପଟ ହେଉଥିବାବେଳେ, ଏବେ ଝଡ ଓ ମୌସୁମୀ ବାୟୁ ଏକା ସାଙ୍ଗରେ ପ୍ରବେଶ କରିଛି । ଯାହାଦ୍ବାରା ଦେଶର ଅନେକ ଅଞ୍ଚଳରେ ବର୍ଷା,ବଜ୍ରପାତ ଓ ପବନ ଜାରି ରହିଛି । ଏଥି ସହିତ ପଶ୍ଚିମ ଭାରତର ଅନେକ ଅଞ୍ଚଳରେ ସାଇକ୍ଲୋନିକ ଝଡର ଆଶଙ୍କା ଜାରି ରହିଥିବାବେଳେ ମୌସୁମୀ ହେତୁ ଦକ୍ଷିଣ ଭାରତର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ସତର୍କ ସୂଚନା ଜାରି କରାଯାଇଛି।

ଉତ୍ତର ଭାରତରେ ତାପମାତ୍ରା ମଧ୍ୟମ ରହିଥିଲା ​​ଏବଂ ରାଜଧାନୀ ଦିଲ୍ଲୀ ଆଂଶିକ ମେଘୁଆ ପାଗ ରହିଛି । ଯେଉଁଥିପାଇଁ ସଫଦରଜଙ୍ଗ ଅବଜରଭେଟୋରୀରେ ସର୍ବାଧିକ 36.9 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହା ସ୍ୱାଭାବିକଠାରୁ ଚାରି ଡିଗ୍ରୀ କମ ରହିଛି । ବୁଧବାର ଦିଲ୍ଲୀରେ ହାଲୁକା ବର୍ଷା ଏବଂ ବଜ୍ରପାତ ହୋଇପାରେ ଏବଂ ଘଣ୍ଟା ପ୍ରତି 40 କିମି ବେଗରେ ପବନ ବୋହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତା ଦୁଇ ଦିନ ଧରି ରାଜସ୍ଥାନର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଦକ୍ଷିଣ ଭାରତର କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପହଞ୍ଚିବାର ଦ୍ୱିତୀୟ ଦିନ ମଙ୍ଗଳବାର ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ରାଜଧାନୀ ଥିରୁଅନନ୍ତପୁରମ ସମେତ 4ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନେକ ନିମ୍ନମାନର ଅଞ୍ଚଳରେ ପାଣିପଶି ରହିଥିଲା। ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, କୋଝିକୋଡ, କନ୍ନୁର ଏବଂ କାସରଗୋଡ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହା ଅଧୀନରେ 6.4 ସେମିରୁ 11.5 ସେମି ପ୍ରବଳ ବର୍ଷାକୁ ନେଇ 11.5-20.4 ସେମି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଚେତାବନୀ ଦିଆଯାଇଛି । ଏଥିସହ ମଙ୍ଗଳବାର 7ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଉତ୍ତର ଭାରତରେ ହରିୟାଣା ଏବଂ ପଞ୍ଜାବରେ ସାମାନ୍ୟ ଠାରୁ ତାପମାତ୍ରା କମ ରହିଛି । ଏଥି ସହ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି । ରାଜଧାନୀ ଲକ୍ଷ୍ନୌରେ ସର୍ବାଧିକ ତାପମାତ୍ରା 35 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.