ETV Bharat / bharat

‘ଚନ୍ଦ୍ରଯାନ-2’: ଚନ୍ଦ୍ରପୃଷ୍ଠର ଫଟୋ ଉଠାଇଲା ଅର୍ବିଟର

author img

By

Published : Oct 5, 2019, 10:11 AM IST

ଚନ୍ଦ୍ରପୃଷ୍ଠର ହାଇରିଜଲ୍ୟୁସନ ଫଟୋ ଜାରି କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) । ‘ଚନ୍ଦ୍ରଯାନ-2’ର ଅର୍ବିଟରରୁ ଏହି ଫଟୋ ଉଠାଯାଇଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ହାଇରିଜଲ୍ୟୁସନ ଫଟୋ ଜାରି କରିଛି ଇସ୍ରୋ । ‘ଚନ୍ଦ୍ରଯାନ-2’ର ଅର୍ବିଟର ମାଧ୍ୟମରେ ଚନ୍ଦ୍ରପୃଷ୍ଠର ଏହି ଫଟୋକୁ ଉଠାଯାଇଛି । ଯେଉଁଥିରେ ଚନ୍ଦ୍ରରେ ଥିବା ଛୋଟବଡ ଖାଲଢିପ ଦେଖିବାକୁ ମିଳିଛି ।

ଅର୍ବିଟରର ହାଇରିଜଲ୍ୟୁସନ କ୍ୟାମେରା ମାଧ୍ୟମରେ ଏ ଫଟୋ ନିଆଯାଇ ଥିବାବେଳେ ଏହା ପାନକ୍ରୋମେଟିକ ବଣ୍ଡ (450-800ଏନେମ)ରେ ସଞ୍ଚାଳିତ ହେଉଛି । ସେପଟେ, ଇସ୍ରୋର ଦ୍ବିତୀୟ ମିଶନ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-2’ର ବିକ୍ରମ ଲ୍ୟାଣ୍ଡର ଖରାପ ଲ୍ୟାଣ୍ଡିଂ କରିବା ପରେ ଏନଆରସି ପକ୍ଷରୁ ଏହାର ଯାଞ୍ଚ କରାଯାଉଛି ।

Chandrayan-2
ଫଟୋ ସୌଜନ୍ୟ: ଟ୍ବିଟର@isro

‘ଚନ୍ଦ୍ରାଯାନ-2’ 98 ପ୍ରତିଶତ ସଫଳ ହୋଇଥିବା ନେଇ କରାଯାଇଥିବା ଘୋଷଣାକୁ ଇସ୍ରୋ ଅଧ୍ୟକ୍ଷ କେ. ଶିବନ ସ୍ବୀକାର କରିନାହାଁନ୍ତି। ଏନଆରସିର ପ୍ରାଥମିକ ଯାଞ୍ଚରୁ ଏ ସମ୍ପର୍କରେ ଘୋଷଣା ହୋଇଥିବା ସେ କହିଛନ୍ତି । ଏହା ସହିତ ଇସ୍ରୋ ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି ଯେ, ଏନଆରସି ପକ୍ଷରୁ ସମ୍ପୂର୍ଣ୍ଣ ଯାଞ୍ଚ ହେବା ପରେ ଅର୍ବିଟରରୁ ମିଳିଥିବା ତଥ୍ୟ ଓ ଫଟୋ ବାହାରକୁ ଛଡାଯିବ । ବର୍ତ୍ତମାନ ରିଭ୍ୟୁ କମିଟି ଏନଆରସି ମଧ୍ୟ ‘ଚନ୍ଦ୍ରଯାନ-2’ର ବିକ୍ରମ ଲ୍ୟାଣ୍ଡରର ଖରାପ ଲ୍ୟାଣ୍ଡିଂ ନେଇ ଅନୁଧ୍ୟାନ କରୁଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.