ETV Bharat / bharat

ନାସା ପକ୍ଷରୁ ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂ ସ୍ଥାନ ଫଟୋ ଜାରି

author img

By

Published : Sep 27, 2019, 11:17 AM IST

ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି ଲ୍ୟାଣ୍ଡର ବିକ୍ରମ । ଚନ୍ଦ୍ରପୃଷ୍ଠର ହାଇ ରିଜଲ୍ୟୁସନର ଫଟୋ ଜାରି କରି ଏହା ଜଣାଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ।

ଫଟୋ ସୌଜନ୍ୟ: ଟ୍ୱିଟର@NASA

ନୂଆଦିଲ୍ଲୀ:‘ଚନ୍ଦ୍ରଯାନ-2’ ରେ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ କରି ହାର୍ଡ ଲ୍ୟାଣ୍ଡିଂ । ଫଟୋ ଜାରି କରି ଏକଥା ସ୍ପଷ୍ଟ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା । ଏନେଇ ନାସା ପକ୍ଷରୁ ଏହାର ହାଇ ରିଜଲ୍ୟୁସନ ଇମେଜ ଅର୍ବିଟର କ୍ୟାମେରାରୁ ନିଆଯାଇ ଟ୍ବିଟରରେ ସେୟାର କରାଯାଇଛି ।

ଗତ ସେପ୍ଟେମ୍ବର 7ରେ ‘ଚନ୍ଦ୍ରଯାନ-2’ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିଥାନ୍ତା ଲ୍ୟାଣ୍ଡର ବିକ୍ରମ । ତେବେ ସଫ୍ଟ ଲ୍ୟାଣ୍ଡି କରିବା ପରିବର୍ତ୍ତେ ହାର୍ଡ ଲ୍ୟାଣ୍ଡିଂ କରିଛି । ସଫ୍ଟକ୍ରାଫ୍ଟ କୌଣସି ଏକ ସ୍ଥାନରେ ଲ୍ୟାଣ୍ଡିଂ କରିଥିବା ନେଇ ସ୍ପଷ୍ଟ କରି କୁହାଯାଇପାରିବ ନାହିଁ । ଟ୍ବିଟରରେ ସେୟାର ହୋଇଥିବା ଫଟୋଟି ପ୍ରାୟ 150କିମି ଦୂରରୁ ନିଆଯାଇଥିବା ନାସା ଜଣାଇଛି।

Chandrayan-2
ଫଟୋ ସୌଜନ୍ୟ: ଟ୍ୱିଟର@NASA

ଗତ 7 ତାରିଖରେ ‘ଚନ୍ଦ୍ରଯାନ-2’ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିଥାନ୍ତା । ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଭାରତର ପ୍ରଥମ ପ୍ରୟାସ ଥିଲା, ମାତ୍ର 2.1 କିମି ଦୂରରୁ ଇସ୍ରୋ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା । ଏହାକୁ ଠାବ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପ୍ରୟାସ ଜାରି ରହିଛି । ଏହି ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଯେଉଁ ଭାଗରେ ଅବତରଣ କରିଥାନ୍ତା ସେ ଅଞ୍ଚଳ ବର୍ତ୍ତମାନ ଅନ୍ଧକାର ରହିଛି । ଫଳରେ ବିକ୍ରମର ଉପସ୍ଥିତି ସମ୍ପର୍କରେ ସଠିକ ତଥ୍ୟ ମିଳି ପାରୁନାହିଁ । କାରଣ ପୃଥିବୀର 14 ଦିନ ଚନ୍ଦ୍ରର ଗୋଟିଏ ଦିନ ସମାନ । ତେଣୁ ଏଠାରେ ସୂର୍ଯ୍ୟାଲୋକ ପଡିଲେ ବିକ୍ରମର ସ୍ଥିତି ବାବଦରେ ଜଣାପଡିବ ବୋଲି ନାସା ଜଣାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.