ETV Bharat / bharat

‘ଚନ୍ଦ୍ରଯାନ-୨’ର ସଫଳତା ପଛରେ ଦୁଇ ରକେଟ ମହିଳା

author img

By

Published : Jul 24, 2019, 2:16 AM IST

‘ଚନ୍ଦ୍ରଯାନ-୨’ର ସଫଳତା ପଛରେ ରହିଛି ଦୁଇ ମହିଳା ବୈଜ୍ଞାନିକଙ୍କ କଠୋର ଅବଦାନ । ଯାହାଙ୍କ ନେତୃତ୍ବରେ ମଧ୍ୟାହ୍ନ ୨ଟା ୪୩ ମିନିଟ୍‌ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ସବୁଠାରୁ ଶକ୍ତିଶାଳୀ ରକେଟ୍ GSLV-Mk0III-M1କୁ ଉତ୍‌କ୍ଷେପଣ କରାଯାଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣାକେନ୍ଦ୍ର ରଚିଛି ଆଉ ଏକ ମାଇଲ ଖୁଣ୍ଟ । ‘ଚନ୍ଦ୍ରଯାନ-୨’ଜହ୍ନ ଅଭିମୁଖେ ଆରମ୍ଭ କରିଛି ଯାତ୍ରା। ସୋମବାର ମଧ୍ୟାହ୍ନ ୨ଟା ୪୩ ମିନିଟ୍‌ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ସବୁଠାରୁ ଶକ୍ତିଶାଳୀ ରକେଟ୍ GSLV-Mk0III-M1କୁ ଉତ୍‌କ୍ଷେପଣ କରାଯାଇଛି।

ଭାରତର ଏହି ସ୍ବର୍ଣ୍ଣିମ ଇତିହାସ ରଚିବା ପଛରେ ରହିଛି ଦୁଇ ମହିଳା ବୈଜ୍ଞାନିକଙ୍କ କଠୋର ଅବଦାନ । ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨ ଅଭିଯାନର ନେତୃତ୍ବ ନେଉଥିବା ବୈଜ୍ଞାନିକ ମୁଥୟା ବନିତା ମିଶନର ନେତୃତ୍ବ ନେଉ ଥିବାବେଳେ ରିତୁ କାରିଦଲ ନିର୍ଦ୍ଦେଶକ ଭାବେ ନିଯୁକ୍ତ ପାଇଥିଲେ । ଏହି ଅଭିଯାନର ଉତକ୍ଷେପଣ ପରେ ସାମ୍ବାଦିକ ସମ୍ମିଳନୀରେ ଇସ୍ରୋ ଅଧ୍ୟକ୍ଷ କେ.ସେବନ କହିଥିଲେ, ଚନ୍ଦ୍ରଯାନ-୨ ଟିମରେ ସମୁଦାୟ ନିୟୋଜିତ ରହିଥିଲେ 30% ମହିଳା । ଯେଉଁ ଅଭିଯାନର ସଫଳ ଉତକ୍ଷେପଣ ପରେ ସାରା ବିଶ୍ବ ପ୍ରଶଂସାରେ ଶତମୁଖ ହୋଇପଡ଼ିଛି ।

ତାହା ପଛରେ ରହିଛି ଦୁଇ ମହିଳାଙ୍କର ଅଦ୍ୟମ ଅବଦାନ । ଯିଏ ଇସ୍ରୋ ସହ 20 ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଛନ୍ତି । ଏବଂ ଆଗାମୀ ଚନ୍ଦ୍ରଅଭିଯାନର ନେତୃତ୍ବ ମଧ୍ୟ ଏହି ଦୁଇ ମହିୟଶୀ ମହିଳା ନେବାକୁ ଯାଉଛନ୍ତି ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ।

ପୂର୍ବରୁ ମୁଥୟା ଇସ୍ରୋ ସାଟେଲାଇଟ ସେଣ୍ଟରର ଡ଼ିଜାଟାଲ ସିଷ୍ଟମ ଗ୍ରୁପରେ ଟେଲିକମ ଓ ଡ଼ିଭିଜନ ମୁଖ୍ୟ ଭାବେ କାମ କରିଛନ୍ତି । ଟେଲିକେଟ୍ରିକ, କାର୍ଟୋସାଟ-1 ପାଇଁ ଟିଟିସି ବେସବ୍ୟାଣ୍ଡ ସିଷ୍ଟମର ଏବଂ ଓସିନସାଟ-2 ଓ ମେଗା ଟ୍ରପିକୟୁସ ସାଟେଲାଇଟ୍ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ରୂପେ ମଧ୍ୟ କାର୍ଯ୍ୟଭାର ତୁଲାଇଛନ୍ତି ।

2006 ମସିହାରେ ମୁଥୟାଙ୍କୁ ଶ୍ରେଷ୍ଠ ମହିଳା ବୈଜ୍ଞାନିକ ଭାବେ ନିଯୁକ୍ତ କରାଯାଇଥିଲା । ସେହିପରି ଚନ୍ଦ୍ରଯାନ-୨ର ନିର୍ଦ୍ଦେଶକ ରିତୁ କାରିଧଲ ପୂର୍ବରୁ ମାର୍ସ ଅର୍ବିଟର ମିସନର ଅପରେସନ ଡାଇରେକ୍ଟର ଭାବେ ନିଯୁକ୍ତ ଥିଲେ ।
ସେ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଏମ.ଏସ୍.ସି କରିଥିବାବେଳେ ବେଙ୍ଗାଲୁରରେ ଥିବା ଭାରତୀୟ ବିଜ୍ଞାନ ସଂସ୍ଥାନରୁ ଏମ୍.ଟେକ୍ କରିଛନ୍ତି ।

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ଦ୍ବିତୀୟ ମିଶନ ଚନ୍ଦ୍ରଯାନ-୨। ଯାହା ଏହି ଦୁଇ ମହିଳାଙ୍କ ଯୋଗୁଁ ସମ୍ଭବ । ପୂର୍ବରୁ ଚନ୍ଦ୍ର ପୃଷ୍ଠରେ ପାଦ ରଖିଥିବା ଆମେରିକା, ଚୀନ ଏବଂ ରୁଷ ଏପର୍ଯ୍ୟନ୍ତ ଚନ୍ଦ୍ରର ସାଉଥ୍‌ ପୋଲ୍‌ ଉପରେ ଏପର୍ଯ୍ୟନ୍ତ ପାଦ ରଖିପାରି ନାହାଁନ୍ତି । ଚନ୍ଦ୍ରଯାନ-୧ ମିଶନ ପ୍ରଥମ ଥରରେ ଚନ୍ଦ୍ରର ସାଉଥ ପୋଲ୍‌ରେ ଥିବା ବରଫ ଉପରେ ଇସ୍ରୋକୁ ତଥ୍ୟ ମିଳିଥିଲା। ତେଣୁ ଜହ୍ନର ଏହି ଭାଗରେ କଣ ଅଛି ତାହା ଜାଣିବା ପାଇଁ ସାରା ବିଶ୍ବର ନଜର ଚନ୍ଦ୍ରଯାନ-୨ ଉପରେ ରହିଛି।

Intro:Body:

sdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.