ETV Bharat / bharat

ଇସ୍ତଫା ଦେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ - CM

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନ. ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରରେ ଟିଡିପି ଘୋର ବିପର୍ଯ୍ୟୟର ସମ୍ମୁଖୀନ ହେବାରୁ ରାଜ୍ୟପାଳଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : May 23, 2019, 7:44 PM IST

ଅମରାବତୀ: ବିପର୍ଯ୍ୟୟ ପରେ ଇସ୍ତଫା ଦେଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ । ରାଜ୍ୟପାଳଙ୍କ ପାଖକୁ ଚନ୍ଦ୍ରବାବୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ରାଜ୍ୟରେ ନାଇଡୁଙ୍କ ଦଳ ଟିଡିପି ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବାଜି ମାରି ନେଉଛି ଜଗମୋହନ ରେଡ୍ଡିଙ୍କ ଦଳ YSRCP ।

ଆନ୍ଧ୍ରପ୍ରଦେଶରେ 175 ବିଧାନସଭା ଆସନ ମଧ୍ୟରୁ ପାଖାପାଖି 150 ଆସନରେ ଆଗୁଆ ଚାଲିଛି YSRCP । ସେହିପରି 25 ଲୋକସଭା ଆସନରୁ 22ଟି ଆସନରେ ଜଗମୋହନଙ୍କ ଦଳ ଆଗୁଆ ରହିଛି । ଟିଡିପିକୁ ଲାଗିଛି ବଡ ଝଟକା ।

ନିଜ ଆସନରୁ ଚନ୍ଦ୍ରବାବୁ ବିଜୟୀ ହୋଇଛନ୍ତି । ହେଲେ ପୁଅ ଲୋକେଶ YSRCP ପ୍ରାର୍ଥୀ ରାମ କ୍ରିଷ୍ଣ ରେଡ୍ଡିଙ୍କ ଠାରୁ 5 ହଜାର ଭୋଟରେ ପରାଜୟ ସ୍ବୀକାର କରିଛନ୍ତି । ଜାତୀୟ ରାଜନୀତି ଉପରେ ବେଶୀ ଫୋକସ କରୁଥିବା ନାଇଡୁଙ୍କୁ ଲାଗିଛି ବଡ ଝଟକା ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.