ନୂଆଦିଲ୍ଲୀ: ଚନ୍ଦା କୋଚ୍ଚରଙ୍କ ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଭିଡିଓକନ ଋଣ ଜାଲିଆତି ମାମଲାର ଯାଞ୍ଚ ପାଇଁ ଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ସ୍ବାମୀ ଦୀପକ କୋଚ୍ଚରଙ୍କ ସହ ହୋଇଛନ୍ତି ହାଜର । ସୋମବାର ହାଜର ହୋଇଥିବା କୋଚ୍ଚର ଦମ୍ପତିଙ୍କୁ ପୁଣି ମଙ୍ଗଳବାର ଡକାଇ ପଚରା ଉଚରା ଜାରି ରଖିଛି ନିର୍ଦ୍ଦେଶାଳୟ ।
ଆଜିକୁ ମିଶାଇ ଚନ୍ଦା ଏବଂ ତାଙ୍କ ସ୍ବାମୀ ଚତୁର୍ଥ ଥର ପାଇଁ ଇଡିରେ ହାଜର ହୋଇଛନ୍ତି । ଆଇସିଆଇସିଆଇ ବ୍ୟାଙ୍କରୁ 2012 ମସିହାରେ 3,250 କୋଟି ଟଙ୍କାର ଋଣ ନେଇଥଲା ଭିଡିଓକନ କମ୍ପାନୀ । ଆଉ ସେହି ସମୟରେ ବ୍ଯାଙ୍କର ମୁଖ୍ୟ ଥିଲେ ଚନ୍ଦା କୋଚ୍ଚର ଏବଂ ଭିଡିଓକନର ମୁଖଥିଲେ ତାଙ୍କ ସ୍ବାମୀଙ୍କ ସାଙ୍ଗ। କମ୍ପାନୀ ଋଣ ପରିଶୋଧ ନକରି ନେଣଦେଣ କରିଥିବାର ଅଭିଯୋଗ ଆସିବାରୁ ବାଧ୍ୟ ହୋଇ ଚନ୍ଦାଙ୍କୁ ପଦବୀ ଛାଡିବାକୁ ପଡିଥିଲା ।
ପରେ ଇଡିର ସନ୍ଦେହ ଘେରରେ ଆସିଥିଲେ ଏହି ଦମ୍ପତ୍ତି । ତାଙ୍କୁ ବାରମ୍ବାର ସମନ କରିବା ସହ ପଚରା ଉଚରା ଜାରି ରଖିଛି କାର୍ଯ୍ୟାଳୟ ।