ଅମରାବତୀ: ସାରା ଦେଶରେ ଟ୍ରାଫିକର ନୂଆ ନିୟମ ନେଇ ଭୟଭୀତ ଲୋକେ। ଏହାକୁ ଗୁରୁତର ସହ ନେଇ କାମ କରୁଛି ପୋଲିସ। ଆନ୍ଧ୍ରର ପୋଲିସ ବାବୁ ଏହି ଟେନସନରେ ବାଉଳି ହୋଇଯାଇଛନ୍ତି । ବାଇକ ବଦଳେ ଅଟୋ ଚାଳକଙ୍କ ନାଁରେ କାଟିଛନ୍ତି ଚାଲାଣ। ଆନ୍ଧ୍ରପ୍ରଦେଶ ବିଜୟୱାଡାରୁ ଆସିଛି ଏଭଳି ଖବର ।
ଏହି ଚାଲାଣର ମେସେଜ ନିଜ ମୋବାଇଲରେ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଅଟୋଚାଳକ। ସେଥିରେ ଲେଖାଅଛି ସେ ବିନା ହେଲମେଟରେ ଗାଡି ଚଳାଇଛନ୍ତି । ତେଣୁ ତାଙ୍କୁ ଫାଇନ ଦେବାକୁ ହେବ । ଏପଟେ ଏହି ଘଟଣାକୁ ଟେକନିକାଲ ଭୁଲ କହିଛି ପୋଲିସ ।
ପୋଲିସ ବାବୁଙ୍କ ଦାୟିତ୍ବହୀନତା ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଖୁବ ଚର୍ଚ୍ଚା ହେଉଛି । କିଭଳି ଭୁଲରେ ଅଟୋଚାଳକଙ୍କୁ ଆସିଲା ମେସେଜ ସେ ନେଇ ଉଠିଛି ପ୍ରଶ୍ନ ।