ETV Bharat / bharat

କେନ୍ଦ୍ର vs ରାଜ୍ୟ: ନାଗରିକତା ସଂଶୋଧନ ବିଲକୁ 5 ରାଜ୍ୟର ନା - Centre vs States

5 ରାଜ୍ୟର ମୁଖ୍ୟମନ୍ତ୍ରୀ ସିଏବିକୁ ନିଜ ରାଜ୍ୟରେ ଲାଗୁ କରାଇ ଦେବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ।

Centre vs States
ନାଗରିକତା ସଂଶୋଧନ ବିଲକୁ 5 ରାଜ୍ୟର ନା
author img

By

Published : Dec 14, 2019, 10:38 AM IST

ହାଇଦ୍ରାବାଦ: ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲ୍‌ ଉପରେ ରାଷ୍ଟ୍ରପତିଙ୍କ ମୋହର ଲାଗିବା ପରେ ଏହା ଆଇନରେ ପରିଣତ ହୋଇଛି । ତେବେ ଏହାକୁ ବିରୋଧ କରି ଦେଶର କେତେକ ସ୍ଥାନରେ ହିଂସା ଓ ଉତ୍ତେଜନା ଲାଗି ରହିଥିବାବେଳେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ।

5 ରାଜ୍ୟର ମୁଖ୍ୟମନ୍ତ୍ରୀ ସିଏବିକୁ ନିଜ ରାଜ୍ୟରେ ଲାଗୁ କରାଇ ଦେବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ନିଜ ନିଜ ରାଜ୍ୟରେ ଏହି ଆଇନକୁ ଲାଗୁ କରାଇ ଦେବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପଟେ ସିଏବି ସମ୍ବିଧାନର ସପ୍ତମ ଅନୁଛେଦ ଅଧିନରେ ଆସୁଥିବାରୁ ଆଇନକୁ ଲାଗୁ କରିବାକୁ ସବୁ ରାଜ୍ୟ ବାଧ୍ୟ ବୋଲି ଗୃହମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରୀୟ ଆଇନକୁ ଲାଗୁ ନ କରିବାର ଅଧିକାର କୌଣସି ରାଜ୍ୟର ନାହିଁ ବୋଲି ଗୃହମନ୍ତ୍ରଣାଳୟ କହିଛି ।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ ଅନୁସାରେ ଡିସେମ୍ବର 31, 2014 ପର୍ଯ୍ୟନ୍ତ ଭାରତ ଆସିଥିବା ସମସ୍ତ ଅଣ ମୁସ୍‌ଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିବ । ଅନ୍ୟପଟେ ଏହି ଆଇନକୁ ବିରୋଧ କରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଛି ।

ତେବେ ସିଏବିକୁ ବିରୋଧ କରି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି, "ଏହି ଅଣସାମ୍ବିଧାନିକ ଆଇନ ପାଇଁ ଆମ ରାଜ୍ୟରେ କୌଣସି ସ୍ଥାନ ନାହିଁ ।" ସେହିପରି ଏହି ଆଇନ ବିରୋଧରେ ଆସନ୍ତା 16 ତାରିଖରେ ପଶ୍ଚିମବଙ୍ଗରେ ଏକ ବିଶାଳ ରାଲି ବାହାରିବ ବୋଲି ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର କହିଛନ୍ତି ଏହି ଆଇନ ଦେଶର ଧର୍ମନିରପେକ୍ଷ ଚରିତ୍ରର ବିରୋଧୀ । ତେଣୁ ପଞ୍ଜାବରେ ସିଏବି ଲାଗୁ ହେବ ନାହିଁ । ସେହିପରି ଏହି ଆଇନକୁ ଓଡିଶାରୁ ମଧ୍ୟ ପ୍ରତ୍ୟାଖାନ ମିଳିଛି ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.