ନୂଆଦିଲ୍ଲୀ: ସୁରତ ବିମାନବନ୍ଦରକୁ ଖୁବ ଶୀଘ୍ର କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ଯବାନ ସୁରକ୍ଷା ଯୋଗାଇବେ । ଗୁଜୁରାଟର ବିମାନବନ୍ଦରରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ନିୟୋଜନକୁ ଗୃହ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଏହି ବିମାନବନ୍ଦରରେ ନିୟୋଜନ ପରେ ସିଏସ୍ଏଫ୍ ସାରା ଦେଶରେ 64 ବିମାନବନ୍ଦରେ ନିୟୋଜିତ ରହିବେ । ମାର୍ଚ୍ଚ ପୂର୍ବରୁ ଜମ୍ମୁ ବିମାନବନ୍ଦରରେ ସିଆଇଏସଏଫ ନିୟୋଜିତ ପାଇଁ ଅନୁମୋଦନ ମିଳିଥିଲା ।
ଅଧିକାରୀ କହିଛନ୍ତି ଯେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ଦ୍ବାରା ପରିଚାଳିତ ଆନ୍ତର୍ଜାତୀୟ ବିମାନବନ୍ଦରର ସୁରକ୍ଷା ପାଇଁ ମନ୍ତ୍ରଣାଳୟ ପ୍ରାୟ 360 ସିଆଇଏସଏଫ କର୍ମଚାରୀଙ୍କୁ ଅନୁମୋଦନ କରିଛି। ମନ୍ତ୍ରଣାଳୟ ଗତ ସପ୍ତାହରେ ଏହି ଅନୁମୋଦନ ଦେଇଛି । ଗତ ବର୍ଷ ବିମାନବନ୍ଦର ପାଇଁ ସୁରକ୍ଷା ସର୍ଭେ ଶେଷ ହୋଇଥିଲା । ସୁରତ ହେଉଛି ଦେଶର ସବୁଠାରୁ ବଡ ହୀରା କଟିଂ ଏବଂ ପଲିସିଂ ହବ୍ । ଅଧିକାରୀଙ୍କ କହିବାନୁସାରେ, ପ୍ରତି ମାସରେ 1.25 ଲକ୍ଷ ଯାତ୍ରୀ ବିମାନ ବନ୍ଦରରେ ସୁରତରେ ପହଞ୍ଚିଥାନ୍ତି । ଏହି କାରଣରୁ ସୁରକ୍ଷା ଦୃଷ୍ଟିରୁ ଏଠାରା ସିଆଇଏସଏଫ୍ ଯବାନଙ୍କୁ ନିୟୋଜିତ ପାଇଁ ଅନୁମତି ଦିଆଯାଇଛି ।
ସିଆଇଏସଏଫ ସ୍ପେଶାଲ ଡାଇରେକ୍ଟର ଜେନେରାଲ ଓ ଏୟାରପୋର୍ଟ ସିକ୍ୟୁରିଟ ଚିପ୍ ୱିଗଂ ଏମ.ଏ ଗଣପତି କହିଛନ୍ତି ଯେ, ବିମାନବନ୍ଦରରେ ଯବାନ ନିୟୋଜିତ ନେଇ ନିର୍ଦ୍ଦେଶ ହସ୍ତଗତ ହୋଇଛି । ଏହି ପ୍ରକ୍ରିୟା ତ୍ବରିତ ଭାବେ କାର୍ଯ୍ୟକାରୀ ହେଉଛି ବୋଲି ସେ ମଧ୍ୟ କହିଛନ୍ତି ।
ସେହିପରି ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ କିଛି ପ୍ରକ୍ରିୟା ଶେଷ ହେବା ପରେ ସିଆଇଏସଏଫ ଫୋର୍ସ ସୁରତ ବିମାନ ବନ୍ଦରରେ ସୁରକ୍ଷା ଦେବ । ଏହି ପ୍ରକ୍ରିୟାଗୁଡ଼ିକ ମଧ୍ୟରେ ସିଆଇଏସଏଫ ଏବଂ ଏଏଆଇ ମଧ୍ୟରେ ଏକ ଚୁକ୍ତ ଉପରେ ଦସ୍ତଖତ ଅନ୍ତର୍ଭୁକ୍ତ ରହିଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଗୁଜୁରାଟ ସରକାର ବିମାନବନ୍ଦରରେ ସ୍ଥାନୀୟ ପୋଲିସ କର୍ମଚାରୀଙ୍କୁ ସୁରକ୍ଷା ଦାୟିତ୍ବ ଦେଇଛନ୍ତି। ଏଠାରେ 80 ଜଣ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି ।