ETV Bharat / bharat

ଆସାମକୁ 251 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା, ଏସଡିଆରଏଫରୁ ମିଳିବ ଟଙ୍କା

ଉଗ୍ରରୂପ ଧାରଣ କରିଛି ବ୍ରହ୍ମପୁତ୍ର ନଦୀ । ଲଗାଣ ବର୍ଷାରେ ଛାରଖାର କରିଦେଇଛି 30 ଜିଲ୍ଲାର ଲକ୍ଷାଧିକ ଜନଜୀବନକୁ । ଆସାମର ବନ୍ୟା ପରିସ୍ଥିତକୁ ନଜରରେ ରଖି ରାଜ୍ୟ କଂଗ୍ରେସ ପକ୍ଷରୁ 'ଜାତୀୟ ବିପତ୍ତି' ଘୋଷଣା କରିବାକୁ ଦାବି କରାଯାଇଥିବା ବେଳେ ବନ୍ୟା ବିପନ୍ନଙ୍କୁ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 17, 2019, 10:51 AM IST

ଗୌହାଟୀ: ଆସାମରେ ବିଭୀଷିକା ରଚିଛି ବ୍ରହ୍ମପୁତ୍ର ନଦୀ । ଫଳରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାକୁ ଲାଗିଛି । ରାଜ୍ୟର 30 ଜିଲ୍ଲା ଭୟଙ୍କର ଭାବେ ପ୍ରଭାବିତ ହୋଇଥିବା ବେଳେ 17 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବନ୍ୟା ସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର 251.55କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି । 2019-20 ଆର୍ଥିକ ବର୍ଷର ଷ୍ଟେଟ ଡିଜାଷ୍ଟର ରିଲିଫ ଫଣ୍ଡ (ଏସଡିଆରଏଫ)ରୁ କେନ୍ଦ୍ରରୁ ଅର୍ଥ ପ୍ରଦାନ କରାଯାଇଛି ।

ଏନେଇ ଆସାମ ମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ବନ୍ୟା ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ ଏହି ରାଶି ସହାୟତ ହେବ। ଆସାମ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିଙ୍କ ଅନୁସାରେ, ରାଜ୍ୟର 4620 ଗାଁର 45 ଲକ୍ଷ ଲୋକେ ବନ୍ୟାରେ ପ୍ରଭାବିତ ହେବା ସହ 101085 ଲୋକଙ୍କୁ ଉଦ୍ଧାର କରାଯାଇ 226ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଏପରିକି ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ନିମନ୍ତେ ରାଜ୍ୟରେ 562ଟି ବିତରଣ କେନ୍ଦ୍ର ସ୍ଥାପନ କରାଯାଇଛି ।

ତେବେ 1556ଟି ଗାଁ ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଥିବା ବେଳେ ଏଏସଡିଏମଏଙ୍କ ଅନୁସାରେ, ବାରପେଟରେ ସବୁଠାରୁ ଅଧିକ 7.35 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିସହ ଏନଡିଆରଏଫ ଟିମ ସହିତ ସେନାମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

କାଜିରଙ୍ଗ ପାର୍କ ଓ ତା ନିକଟବର୍ତ୍ତି ଅଞ୍ଚଳରେ 144 ଧାରା ଲାଗୁ କରାଯାଇଛି । କାଜିରଙ୍ଗା ପାର୍କକୁ ଧୋଇନେଇଛି ପ୍ରଳଙ୍କାରୀ ବନ୍ୟା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.